ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ l
ପୁରୀ ତାଳବଣିଆ ସ୍ଥିତ ଭୁଦାନ ପଡିଆରେ ପୁରୀ ବ୍ଲକ ସ୍ଥରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି l ଆଜିର ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ପୁରୀ ସଦର ବ୍ଲକ ଅଧକ୍ଷ ଦିବାକର ପାତ୍ର, ସମ୍ମାନୀୟ ଅତିଥିଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ ସମ୍ବିତ ଶତପଥୀ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ମନୋଜ ବେହେରା ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ମେଳାର ଶୁଭାରମ୍ଭ କରିଥିଲେ l ଏହା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭିନ୍ନ ଯୋଜନା ବିଷୟରେ ମତ ଉପସ୍ଥାପନ କରିବା ସହିତ ଯୋଜନା ର ଲାଭ ଉଠାଇବାକୁ ସାଧାରଣ ଜନତାଙ୍କୁ ସଚେତନ କରିଥିଲେ l ଏପରିକି ବର୍ତ୍ତମାନ ସମୟରେ ଯୁବକମାନଙ୍କୁ ମତ୍ସ୍ୟ ଓ ପ୍ରାଣୀ ଚାଷ ଉପରେ ଧ୍ୟାନ ଦେଇ ସ୍ୱାବଲମ୍ବୀ ହେବାପାଇଁ ଆହ୍ୱାନ ଦେଇଥିଲେ l ଏଥି ସହିତ ମତ୍ସ୍ୟ ଚାଷ ଏବଂ ପ୍ରାଣୀ ପାଳିତ ପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରୁ ଚାଷୀଭାଇ ମାନଙ୍କୁ ଲାଭ ଉଠାଇବା ପାଇଁ ମୁଖ୍ୟ ଅତିଥି ଆହ୍ୱାନ କରିଥିଲେ l ଏହାସହ ଯୁବପିଢ଼ି ଙ୍କୁ ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ର ଲାଭ ଉଠାଇବା ନିମନ୍ତେ ସମ୍ମାନିତ ଅତିଥି ସମ୍ବିତ ଶତପଥୀ ପରାମର୍ଶ ଦେଇଥିଲେ l ଏହି ମେଳାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଅଧିକାରୀ ଡାକ୍ତର ଶରତ କୁମାର ବେହେରା, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅଜୟ କୁମାର ବସ୍ତିଆ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଉପନିର୍ଦେଶକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ, ପୁରୀ ଡାକ୍ତର ଆଶୁତୋଷ ମହାନ୍ତି l ଏହି ସଭାରେ ପୁରୀ ସଦର ବ୍ଲକର ସମସ୍ତ ପ୍ରାଣୀ ଚିକିତ୍ସକ, ମତ୍ସ୍ୟ ଅଧିକାରୀ ଏବଂ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
