ଶ୍ରୀବିଶ୍ବନୟନ ଐଶ୍ୱରୀୟ ପରିଷଦର ସପ୍ତମ ବାର୍ଷିକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର
ଜିଲ୍ଲା ସଂସ୍କୃତି ଭବନ ପୁରୀ ଠାରେ ପାଳିତ ହୋଇଛି ଶ୍ରୀବିଶ୍ବନୟନ ଐଶ୍ୱରୀୟ ପରିଷଦର ସପ୍ତମ ବାର୍ଷିକ ମହୋତ୍ସବ, ପୁସ୍ତକ ଉନ୍ମୋଚନ , ସାରସ୍ଵତ ପ୍ରତିଭା ସମ୍ବର୍ଦ୍ଧନା ଓ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଆଲୋଚ୍ୟ ପ୍ରସଙ୍ଗ “ବିଶ୍ବନୟନ ଓ ବିଶ୍ବ ପ୍ରେମ” । ଶ୍ରୀବିଶ୍ବନୟନ ଐଶ୍ୱରୀୟ ପରିଷଦର ସଭାପତି ଡାକ୍ତର ସୌମ୍ଯକାନ୍ତ ପଣ୍ଡା ଙ୍କ ଅଧକ୍ଷତାରେ ପରିଷଦର ମୁଖପତ୍ର ବିଶ୍ବନୟନ ଓ ସମ୍ପାଦିକା ଶ୍ରୀମତୀ ତୃପ୍ତି ପଣ୍ଡାଙ୍କ ପ୍ରବନ୍ଧ ସଙ୍କଳନ ,”ମଣିଷ ଖୋଜିବାରେ ବେଳ ” ଉନ୍ମୋଚନ ହୋଇଥିଲା। ରାଧାବଲ୍ଲଭ ମଠ ମହନ୍ତ ଉଦ୍ ଘାଟକ ରୂପରେ ଏହି ମହୋତ୍ସବ କୁ ଉଦ୍ ଘାଟନ କରି କହିଲେ ଆମ ସଂସ୍କୃତି ଜଗନ୍ନାଥ ସଂସ୍କୃତି ଏବଂ ଆମର ଲକ୍ଷ୍ୟ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବା ଏହି ଦିଗରେ ଶ୍ରୀ ବିଶ୍ବନୟନ ଟ୍ରଷ୍ଟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବହନ କରୁଛି। ରାଷ୍ଟ୍ରୀୟ ଶ୍ରୀଜଗନ୍ନାଥ ଧର୍ମ ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ମହାରାଜ ଜଗତରେ ଜଗନ୍ନାଥ ସଂସ୍କୃତି ଏକମାତ୍ର ସଂସ୍କୃତି ଯେଉଁ ଠାରେ ବିଶ୍ଵପ୍ରେମ ଓ ବିଶ୍ବ ଭାତୃତ୍ବ ର ନିଦର୍ଶନ ଦେଖିବାକୁ ମିଳେ ବୋଲି କହିଥିଲେ। ମୁଖ୍ଯ ଅତିଥି ରୂପେ ମହିମା ଧର୍ମ ପ୍ରଚାରକ ଓ ସଂସ୍କାରକ ଅମିତ୍ କୁମାର ଜେନା ତାଙ୍କ ବକ୍ତବ୍ୟରେ କହିଲେ ଆଜିର ସମାଜରେ ପିତା ମାତା, ଗୁରୁ ଗୁରୁଜନ ଙ୍କ ପ୍ରତି ପିଲାମାନଙ୍କର ଭକ୍ତି ଭଲପାଇବା କମିଯାଉଛି , ଗାଁ ଗାଁ ବୁଲି ଲୋକମାନଙ୍କ ମଧ୍ୟରେ ଚେତନା ଆଣିବା ନିହାତି ଜରୁରୀ। ଡାକ୍ତର ଦେବେନ୍ଦ୍ର ନାଥ ତରେଇ, ଡକ୍ଟର ପ୍ରଭାତ କୁମାର ମହାପାତ୍ର ଏବଂ ଅଧ୍ୟାପକ ପଣ୍ଡିତ ପ୍ରଶାନ୍ତ କୁମାର ଶତପଥି ମଞ୍ଚାସୀନ ଥିଲେ। ସମ୍ପାଦିକା ତୃପ୍ତି ପଣ୍ଡା କାର୍ଯ୍ୟକ୍ରମଟିକୁ ପରିଚାଳନା କରିବା ସହିତ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ।ମଞ୍ଚ ସଂଯୋଜନା ଦାୟିତ୍ୱରେ ଶ୍ରୀଯୁକ୍ତ ଶିବ ସୁନ୍ଦର ମିଶ୍ର , ଡାକ୍ତର ତପନ ଦାଶ, ପ୍ରଶନ୍ନ ପଣ୍ଡା ଏବଂ ଶିବ ପ୍ରସାଦ ପଣ୍ଡା ସୂଚାରୁ ରୂପେ କାର୍ଯ୍ୟକ୍ରମର ସଫଳ ସମ୍ପାଦନାର ଦାୟିତ୍ଵ ନେଇଥିଲେ। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ପ୍ରତିଭା ମାନଙ୍କୁ ସମ୍ମାନୀତ କରାଯାଇଥିଲା। ସମ୍ବର୍ଦ୍ଧନା ସମାରୋହ କୁ ଶ୍ୟାମାପ୍ରକାଶ ସେନାପତି ଓ ପ୍ରଶନ୍ନ ପଣ୍ଡା ସଞ୍ଚାଳନ କରିଥିଲେ ଶେଷରେ ମୋହନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
