March 7, 2026

ଏକବିଂଶ ତମ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଉଦଘାଟିତ

WhatsApp Image 2025-12-14 at 3.41.33 PM
Share

ପୁରୀ – ଶିଶୁ ମହୋତ୍ସବ ଟ୍ରଷ୍ଟ’ ଆନୁକୁଲ୍ୟରେ ଏକବିଂଶ ତମ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ- 2025 ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଉଦ୍ ଘାଟିତ ହୋଇଯାଇଛି I ଟ୍ରଷ୍ଟ ସଭାପତି ସଦାଶିବ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ I ସମ୍ମାନିତ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ, ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି କିଶୋର ଛୋଟରାୟ, ସଂଜୀବ ହିରୋ ର ପରିଚାଳନା ନିର୍ଦ୍ଦେଶକ ଅମିତ୍ କୁମାର ମଲ୍ଲିକ, ଅତିରିକ୍ତ ଭେଷଜ ଅଧିକ୍ଷକ ରୁଦ୍ର ନାରାୟଣ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁ ପ୍ରତିଭା ମାନଙ୍କର ପ୍ରତିଭା ପ୍ରଦର୍ଶନ କୁ ଭୂୟସୀ ପ୍ରଶଂସା କରିଥିଲେ I କଥାରେ ଅଛି ଶିଶୁ ହସିଲେ ଦୁନିଆ ହସେ I ଶିଶୁ ମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ଯେତେ ଅଧିକ ବିକାଶ ହେବ ସମାଜ ସେତେ ସମୃଦ୍ଧ ହେବ I ଶିଶୁ ମହୋତ୍ସବ ଟ୍ରଷ୍ଟ ର ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଅଭିନବ ଓ ସ୍ଵାଗତଯୋଗ୍ୟ ପଦକ୍ଷେପ ଓ ଶ୍ରୀକ୍ଷେତ୍ରର ଶରଧାବାଲିରେ ଅନୁଷ୍ଠିତ ଉତ୍ସବରେ ଯୋଗ ଦେଇଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ I ଆବାହକ ସୁଧାଂଶୁ ଭୂଷଣ ରଥ ସ୍ଵାଗତ ଭାଷଣ ଏବଂ ସମ୍ପାଦକ ଶଙ୍ଖମିତ୍ର ସିଂହାରୀ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ I ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ଶିଶୁ ପ୍ରତିଭା’ ଉନ୍ମୋଚନ ହେବା ସହିତ ବାଦ୍ୟଗୁରୁ ପ୍ରମୋଦ କୁମାର ନାୟକ,ନୃତ୍ୟଗୁରୁ ଡକ୍ଟର ସୋନାଲି ସାବତ ଏବଂ ଶିଶୁ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଶ୍ରୀ ଦଳବେହେରା ପୂର୍ବୀ ସ୍ଥିତପ୍ରଜ୍ଞା ଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା I କାର୍ଯ୍ୟକ୍ରମକୁ ଲୋକସମ୍ପର୍କ ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି ସଞ୍ଚାଳନ କରିଥିଲେ I ଉପଦେଷ୍ଟା ଭଗବାନ ସୁଆର ମଞ୍ଚାସୀନ ଥିଲେ I
କୋଷାଧ୍ୟକ୍ଷ ପ୍ରଶାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ I ଶିଶୁଶିଳ୍ପୀ ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ତବଲା ବାଦନ, ସଙ୍ଗୀତ,ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଆଦି ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I କାର୍ଯ୍ୟକ୍ରମ ପରିଚାଳନାରେ ଉପାଧ୍ୟକ୍ଷ ମନୋଜ କୁମାର ମହାପାତ୍ର ଓ ସ୍ନିଗ୍ଧା ଭଟ୍ଟାଚାର୍ଯ୍ୟ, ସାଂସ୍କୃତିକ ସମ୍ପାଦକ ଅମରେଶ୍ଵର ମହାପାତ୍ର, ସୁକାନ୍ତ କୁମାର ପଣ୍ଡା ,ପ୍ରବୀର ଶତପଥୀ, ପ୍ରଭାକର ସାହୁ, ଜିତେନ୍ଦ୍ର କୁମାର ମିଶ୍ର,ସୋନାଲି ମଧୁସ୍ମିତା ମହାନ୍ତି, ଅନ୍ନପୂର୍ଣା ଦେବୀ ପ୍ରମୁଖ ସହଯୋଗ କରିଥିଲେ I ଦୁଇଦିନିଆ ମହୋତ୍ସବରେ ଓଡ଼ିଶା ର ବିଭିନ୍ନ ପ୍ରାନ୍ତରୁ ତିନିଶହ ପଚାଶ ଶିଶୁ କଳାକାର ଯୋଗ ଦେଇଛନ୍ତି I ପ୍ରକାଶ ଥାଉକି,l ଆସନ୍ତାକାଲି ଏହି ମହୋତ୍ସବ ଉଦଯାପିତ ହେବ I