March 7, 2026

କ୍ରସ କଣ୍ଟ୍ରି ରନ କୋରାପୁଟ ଆୟୋଜିତ

WhatsApp Image 2025-12-14 at 2.02.05 PM (1)
Share

ପରବ ୨୦୨୫ ଉପଲକ୍ଷେ ବିଏସଏଫ ଓ ଜିଲ୍ଲା ପ୍ରଶାସନର ମିଳିତ ସହଭାଗିତାରେ କ୍ରସ କଣ୍ଟ୍ରି ରନ କୋରାପୁଟ ଆୟୋଜିତ ହୋଇଯାଇଛି I ପୋଲିସ ପଡିଆ କୋରାପୁଟରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସଂଖ୍ୟାରେ ଯୁଗ ବର୍ଗ ଏଥିରେ ଯୋଗଦାନ କରିଥିଲେ I ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ, ଏସପି ଶ୍ରୀ ରହିତ ବର୍ମା, ବିଏସଏଫ ଡି ଆଇ ଜି ସତ୍ୟବାନ ଖାନ ସିଂ ଅତିଥି ଭାବରେ ଯୋଗ ଦେଇଥିଲେ I ଦୌଡରେ ପ୍ରାୟ ୯00 ଜଣ ଯୁବକ ଯୁବତୀ ଯୋଗ ଦେଇଥିଲେ I ୫ କିମି ର ଏହି ଦୌଡ ନିମନ୍ତେ ବିଏସଏଫ ତରଫରୁ ସମସ୍ତ ପ୍ରକାର ଆୟୋଜନ କରାଯାଇଥିଲା I ଏହି କ୍ରସ କଣ୍ଟ୍ରି ରନ କୋରାପୁଟର ବିଶେଷ ଆକର୍ଷଣ ଥିଲା ପୁରସ୍କାର ରାଶି, ପ୍ରଥମ ପୁରସ୍କାର ୧0, 000 ଟଙ୍କା, ଦ୍ୱିତୀୟ ପୁରସ୍କାର ୮,000 ଟଙ୍କା, ତୃତୀୟ ପୁରସ୍କାର ୫000 ଟଙ୍କା ର ଚେକ ସହ ମେଡାଲ ଓ ମାନପତ୍ର I ଏହି ଦୌଡ଼ରେ ପୁରୁଷ ବର୍ଗରେ ଦଳମଣି ଚିରଗୁଣ (ବଲାଙ୍ଗୀର ) ପ୍ରଥମ, ରବି ମୁଦୁଲି (କୋରାପୁଟ ) ଦ୍ୱିତୀୟ, ସିଦ୍ଧାର୍ଥ ଗୌତମ ଜେନା (କୋରାପୁଟ )ତୃତୀୟ ସ୍ଥାନ ହାସଲ କରିକରିଛନ୍ତି I ସେହିପରି ମହିଳା ବର୍ଗରେ ରେ ଦୟାମଣି ହରିଜନ (ଜୟପୁର )ଓ ଦୀପ୍ତି ରାଣୀ ସାହୁ (ଭୁବନେଶ୍ୱର ) ଯୁଗ୍ମ ପ୍ରଥମ, ପୂର୍ଣ୍ଣିମା ସଦିଆଲ (ଭୁବନେଶ୍ୱର ) ଦ୍ୱିତୀୟ, ଅଞ୍ଜନା ଗରଡ଼ା (ଭୁବନେଶ୍ୱର )ତୃତୀୟ ସ୍ଥାନ ଗ୍ରହଣ ହାସଲ କରିଛନ୍ତି I ଏହି ସଫଳ ପ୍ରତିଯୋଗୀଙ୍କୁ ମଞ୍ଚରେ ମେଡାଲ,ମାନପତ୍ର ତଥା ଚେକ ପ୍ରଦାନ କରି ପୁରସ୍କୃତ କରାଯାଇଛି I ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ନିମନ୍ତେ ମାନପତ୍ର ପ୍ରଦାନ କରାଯାଇଥିଲା Iଏହା ସହ ଦୌଡରେ ଉତ୍ସାହିତ କରିବା ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀ ଦାୟିତ୍ୱ ରେ ଥିବା ଶ୍ରୀ ସୂର୍ଯ୍ୟ କାନ୍ତ ବେହେରା, କୋମାଣ୍ଡ ଶ୍ରୀ ରବୀନ୍ଦ୍ର ସିଂ ଭଣ୍ଡାରୀ, କୋମାଣ୍ଡ ୧୦୮ ବାଟାଲିୟନ ଶ୍ରୀ ସଂଜୟ ଦାସ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଧା ରାଣୀ ସରକାର ଯୋଗ ଦେଇ ଥିଲେ I ଏଥିରେ ଏନସି, ଅଗ୍ନିଶମ ବିଭାଗ ତଥା ଡାକ୍ତରୀ ଦଳ ଉପସ୍ଥିତ ରହି ସହଯୋଗ କରିଥିଲେ I