March 11, 2026

ଗଜପତି:- ନଗର କଂଗ୍ରେସ ପକ୍ଷରୁ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ୧୩୬ତମ ଜୟନ୍ତୀ ପାଳିତ

IMG-20251114-WA0052
Share

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୬ ତମ ଜୟନ୍ତୀ ପାଳିତ ହୋଇଯାଇଛି।

ଆଜି ଏହି ଅବସରରେ ପାରଳାଖେମୁଣ୍ଡି କଂଗ୍ରେସ ଭବନ ଠାରେ ସ୍ୱର୍ଗୀୟ ନେହେରୁ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରା ଯାଇଥିଲା ଏବଂ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଙ୍କ ନୀତି ଆଦର୍ଶ କୁ ଆଜି ଭାରତୀୟ ଜାତୀୟ କଂଗ୍ରେସ ଅନୁପ୍ରାଣିତ ହୋଇ ଦେଶ ଶୃଙ୍ଖଳିତ ଭାବେ ଲୋକେ ଜୀବନ-ଯାପନ କରୁଥିଲେ। ନେହେରୁଙ୍କ ସମୟକୁ ବର୍ତ୍ତମାନ ସମୟକୁ ଦେଖିବାକୁ ଗଲେ ଆକାଶ ପାତାଳ ତାରତମ୍ୟ। ତେଣୁ ପଣ୍ଡିତ ନେହେରୁ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତରେ ଆଜି ମଧ୍ୟ କଂଗ୍ରେସ ଦଳ ପରିଚାଳିତ ହେଉଛି ବୋଲି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ଆଜିର ଏହି କାର୍ଯ୍ୟକ୍ରମ ରେ ସଂଗ୍ରାମ ସାହୁ , ସୂର୍ଯ୍ୟ ନାରାୟଣ ପାତ୍ର , ଦଣ୍ଡ ପଣ୍ଡା , ସୁମିତ କୁମାର ପାତ୍ର , ଲବ ସାହୁ , ପ୍ରମୁଖ ଉପସ୍ଥିତ ଥିଲେ ।

ଆଜିର ଏହି କାର୍ଯ୍ୟକ୍ରମ କୁ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ଦ୍ଵାରା ପରିଚାଳିତ ହୋଇଥିଲା।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————