March 10, 2026

ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅଂଚଳରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା, ୩୦ ଘଣ୍ଟା ପରେ ଶବକୁ ବ୍ୟବଚ୍ଛେଦ ହେଲା  

IMG-20251114-WA0025
Share

ପାରଳାଖେମୁଣ୍ଡି:୧୪/୧୧(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ମରକଡ଼ା ଗ୍ରାମରେ ଦାଉଦ୍ କାର୍ଯ୍ୟ ନାମକ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଛି। ଏହି ଘଟଣାରେ ମୃତକଙ୍କ ଭାଇ ଓ ସମ୍ପର୍କୀୟମାନେ ପତ୍ନୀ ଓ ଶାଶୂଘର ଲୋକେ ମୃତ ଦାଉଦ କାର୍ଯ୍ୟଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି. ଏହି ଘଟଣାରେ ପତ୍ନୀ ଓ ଶାଶୂ ଘର ଲୋକେ ଗତକାଲି ଫେରାର ଥିଲେ. ସେମାନଙ୍କୁ ପୋଲିସ ଠାବ କରି ଗିରଫ କରନ୍ତୁ ବୋଲି ମୃତକଙ୍କ ପରିବାରବର୍ଗ ଓ ଗ୍ରାମବାସୀମାନେ ଦାବି କରି ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ଦୀର୍ଘ 30 ଘଣ୍ଟା ଧରି ପକାଇ ରଖିଥିଲେ. ପରେ ପୋଲିସ ସେମାନଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ ପତ୍ନୀ ଓ ଶାଶୂ ଘର ଲୋକଙ୍କୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିବା ପରେ ଲୋକେ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ଛାଡି ଥିଲେ. ଯୁବକର ସନ୍ଦେହଜନକ ମୃତ୍ୟୁର ଦୀର୍ଘ 30 ଘଣ୍ଟା ପରେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାରବର୍ଗଙ୍କୁ ମୃତଦେହକୁ ହସ୍ତାନ୍ତର କରାଯାଇଥିଲା. ପରେ ଶୋକାକୁଳ ପରିବେଶ ମଧ୍ୟରେ ଦାଉଦ କାର୍ଯ୍ୟଙ୍କ ମର ଶରୀରକୁ ସତ୍କାର କରାଯାଇଥିଲା. ଏହି ଘଟଣା ନେଇ ଗାରାବନ୍ଧ ଥାନା ଆଇଆଇସି ପ୍ରଶାନ୍ତ ନିଶିକା କହିଛନ୍ତି ଘଟଣା ନେଇ ଗାରାବନ୍ଧ ଥାନାରେ ଏକ ମକଦ୍ଦ୍ୱମା ରୁଜୁ କରାଯାଇ ଘଟଣାର ସବୁଦିଗକୁ ଅନୁଧ୍ୟାନ କରି ତଦନ୍ତ ଜାରି ରହିଛି.