June 29, 2024

ତାରିଣୀ ପୀଠରେ ନବରାତ୍ରି ପୂଜା ଆରମ୍ଭ

Share

ତାରିଣୀ ପୀଠରେ ନବରାତ୍ରି ପୂଜା ଆରମ୍ଭ

(ଉମରକୋଟ ରୁ ଏମ୍.ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ ଅନ୍ତର୍ଗତ ବେହେଡା ମା ତାରିଣୀ ପୀଠରେ ଆଜିଠାରୁ ନବରାତ୍ରି ପୂଜା ଆରମ୍ଭ ହେଲା l ସକାଳୁ ସକାଳୁ ତେଲନଦୀ ରୁ ଭକ୍ତମାନେ ସଂକଳ୍ପ କରି ମାଙ୍କୁ ସ୍ୱରଣ କରି କଳସ ଯାତ୍ରା ଆରମ୍ଭ ହେଲା l ଏଥିରେ ବହୁତ ମହିଳା ଭକ୍ତ ବହୁତ ଦୂରଦୁରାନ୍ତରୁ ସାମିଲ ଥିଲେ l ଆଜିର କାର୍ଯ୍ୟକ୍ରମଟି ଅତି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ଭକ୍ତମାନେ କହି ଓ ମାଙ୍କ କୃପା ନେଇଥିଲେ l ଏହିପରି ମାଙ୍କ ନବଦିନ ଯାତ୍ରା ଚାଲିବ l ପ୍ରତିଦିନ ମାଙ୍କ ରୀତିନୀତି ଅନୁସାରେ ପୂଜା ଚାଲିବ l ଏହି ପୂଜାରେ ବହୁ ଦୂରଦୂରାନ୍ତରୁ ଛତିଶଗଡ, କଳାହାଣ୍ଡି, କୋରାପୁଟ, ରାୟଗଡା, ମାଲକାନଗିରି ରୁ ଶତାଧିକ ଭକ୍ତମାନେ ଆସୁଥାନ୍ତି l ଘଟ ସ୍ଥାପନ ହେବାପରେ ପୂଜା ପାଇଁ ଥିବା ସାମଗ୍ରୀ ଗୁଡିକୁ ସମର୍ପଣ କରାଯାଇଛି l ନ ଦିନ ମାଙ୍କ ଭିର୍ଣ୍ଣ ଭିର୍ଣ୍ଣ ବେଶରେ ମା ଭକ୍ତ ମାନଙ୍କୁ ଦର୍ଶନ ଦିୟନ୍ତି l ପୂଜା ପାଇଁ ତାରିଣୀ ପୀଠ ରେ ଜନଗହଳି ଲାଗିରହିଛି l