June 29, 2024

ମହାଳୟା ଶ୍ରାଦ୍ଧ ବା ପିତୃ ପର୍ବ।

Share

ମହାଳୟା ଶ୍ରାଦ୍ଧ ବା ପିତୃ ପର୍ବ।

ବୋଲଗଡ଼,୧୪/୧୦(ଉପାନ୍ତ ଓଡ଼ିଶା): ହିନ୍ଦୁ ଧର୍ମରେ ମାନ୍ୟତା ରହିଛି ଯେ ପିତୃପକ୍ଷରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ତର୍ପଣ କଲେ ପୂର୍ବଜଙ୍କ ମୋକ୍ଷ ପ୍ରାପ୍ତ ହୋଇଥାଏ। ଏହାଦ୍ବାରା ପରିବାର ଲୋକଙ୍କୁ ସୁଖ ଶାନ୍ତି ଏବଂ ସମୃଦ୍ଧିପ୍ରାପ୍ତ ହୋଇଥାଏ। ମହାଭାରତ ଅନୁଯାୟୀ ପ୍ରଥମେ ଶ୍ରାଦ୍ଧ ଦେବାର ପ୍ରଥା ମହାବୀର
କର୍ଣ୍ଣଙ୍କ ଠାରୁ ହିଁ ଶ୍ରାଦ୍ଧ ତର୍ପଣର ଆରମ୍ଭ ହୋଇଥିଲା। ଯେଉଁ ବ୍ୟକ୍ତି ନିଜ ପୂର୍ବଜଙ୍କ ତର୍ପଣ କରନ୍ତି ନାହିଁ ସେମାନଙ୍କ ପୂର୍ବଜ କେବେ ପ୍ରସନ୍ନ ରୁହନ୍ତି ନାହିଁ ଏବଂ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ ବୋଲି ବିଶ୍ୱାସ ରହିଛି। ଆଉ ଏକ କାହାଣୀ ଅନୁଯାୟୀ ଗୟାସୁର ବରପ୍ରାପ୍ତ ହୋଇଥିଲେ ଯେ ଯେଉଁ ବ୍ୟକ୍ତି ଗୟାସୁରଙ୍କୁ ସ୍ପର୍ଶ କରିବ ତାଙ୍କୁ ବୈକୁଣ୍ଠ ପ୍ରାପ୍ତ ହେବ। ଏହାଦ୍ବାରା ଅନେକ ପାପୀ ମୋକ୍ଷପ୍ରାପ୍ତ ହୋଇଥିଲେ। ଫଳରେ ଦେବଗଣଙ୍କ ମଧ୍ୟରେ ଚିନ୍ତାର ଭାଲେଣି ପଡିଲା। ଏହାପରେ ବ୍ରହ୍ମାଙ୍କ କହିବା ଅନୁଯାୟୀ ଦେବ ଗଣ ଗୟାସୁର ପିଠିରେ ଶ୍ରାଦ୍ଧ କରିବେ ବୋଲି କହିବାରୁ ଗୟାସୁର ରାଜି ହୋଇଥିଲେ।ମାତ୍ର ଏହା ପରେ ଗୟାସୁରଙ୍କର ଶରୀର ହଲିବାରୁ ସେ ଧର୍ମ ପଥର ପାଲଟି ଯାଇଥିଲେ।ଏହାପରେ ଗୟାସୁର ଭଗବାନ ବିଷ୍ଣୁଙ୍କୁ ବର ମାଗିଥିଲେ ଯେ ଯେଉଁ ବ୍ୟକ୍ତି ଆସି ଏହି ପଥର ପାଖରେ ଶ୍ରାଦ୍ଧ କରିବ ତାର ପୂର୍ବଜ ପ୍ରସନ୍ନ ରହିବେ। ସେହିଠାରୁ ସେହି ଗୟା ସ୍ଥାନ ପିଣ୍ଡ ଦାନ ନାମରେ ଜଣାଶୁଣା ରହିଛି ।ସେହିଦିନ ଠାରୁ ହିନ୍ଦୁ ଧର୍ମାବଲମ୍ବୀ ଲୋକମାନେ ପିତୃ ପୁରୁଷଙ୍କ ଶ୍ରାଦ୍ଧ ଦେଇ ଆସୁଛନ୍ତି ।ମହାଳୟା ଶ୍ରାଦ୍ଧ ରେ ହିନ୍ଦୁ ଲୋକ ମାନେ ଘରକୁ ପବିତ୍ର କରି ବ୍ରାହ୍ମଣ ଙ୍କୁ ବରଣ କରି ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିଥାନ୍ତି ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।