June 29, 2024

ରାଜ୍ୟ ସରପଞ୍ଚ ମହାସଂଘର ଆନ୍ଦୋଳନ ସ୍ଥଗିତ

Share

ରାଜ୍ୟ ସରପଞ୍ଚ ମହାସଂଘର ଆନ୍ଦୋଳନ ସ୍ଥଗିତ

ବ୍ରହ୍ମପୁର,14/10 : ସ୍ଥଗିତ ହେଲା ରାଜ୍ୟ ସରପଞ୍ଚ ମହାସଂଘ ଆନ୍ଦୋଳନ । ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଏକ ମାସର ମହଲତ ଦେଇଛି ମହାସଂଘ । ସରକାର କହିଛନ୍ତି ଡିସେମ୍ବର 31 ତାରିଖ ସୁଦ୍ଧା ଦାବି ଗୁଡିକର ସମୀକ୍ଷା କରି ପଦକ୍ଷେପ ନିଆଯିବ। ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ମହାସଂଘର ସଦସ୍ୟଙ୍କ ସହ ଆଲୋଚନା ସମୟରେ ସମବାୟ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ, ଅନ୍ୟାନ୍ୟ ମନ୍ତ୍ରୀଙ୍କ ସମେତ କମିଶନର ତଥା ପଞ୍ଚାୟତିରାଜ ଶାସନ ସଚିବ ଉପସ୍ଥିତ ରହି ଏହି ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ସ୍ଥାୟୀ ସମାଧାନ ହେବ ବୋଲି ଆଶା ରଖିଛି ମହାସଂଘ। ଦୀର୍ଘଦିନ ହେବ 15 ଦଫା ଦାବି ପୂରଣ ପାଇଁ ଲୋୟର ପିଏମଜିରେ ଗତ 23 ତାରିଖ ଠାରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ସରପଞ୍ଚ ସଂଘ। ଏଥିରେ ସମିତି ସଭ୍ୟ/ସଭ୍ୟା ମଧ୍ୟ ନିଜର ଭିନ୍ନ ଦାବି ନେଇ ଆନ୍ଦୋଳନ ଚଲାଇଛନ୍ତି। ସରପଞ୍ଚ ଓ ସମିତିସଭ୍ୟ ପ୍ରତିନିଧି ଅଭିଯୋଗ କରିଥିଲେ ଯେ ରାଜ୍ୟ ସରକାର ଉଭୟଙ୍କ କ୍ଷମତାକୁ ବ୍ୟାପକ ଭାବେ ହ୍ରାସ କରିଛନ୍ତି । ଉପଯୁକ୍ତ ଦରମା ଓ ଅନ୍ୟାନ୍ୟ ସୁବିଧା ତ ମିଳିବା ଦୂରର କଥା ବ୍ଲକରେ ଥିବା ବିଡିଓ ଓ ସରକାରୀ ବ୍ୟବସ୍ଥା ସେମାନଙ୍କ ଅଧିକାର ଓ କ୍ଷମତାରେ ବାଧା ସୃଷ୍ଟି କରୁଛନ୍ତି । ଅନ୍ୟ ପକ୍ଷରେ ବିଭିନ୍ନ ସମୟରେ 10 ପର୍ଯ୍ୟାୟ ଆଲୋଚନା ପରେ ସରକାର ସକରାତ୍ମକ ମନୋଭାବ ରଖି ସରପଞ୍ଚ୍‌‍ ମହାସଂଘର ପ୍ରତିନିଧି ଦଳ ସହ ସରକାର କିଛି ଦାବି ପୂରଣ କରିବା ନେଇ ପ୍ରତିଶୃତି ଦେବାପରେ 1 ମାସ ପର୍ଯ୍ୟନ୍ତ ସରପଞ୍ଚ୍‌‍ ସଂଘ ଆନ୍ଦୋଳନ ସ୍ତଗିତ ରଖିଛି ଓ ଏକ ମାସ ମଧ୍ୟରେ ଦାବି ଗୁଡିକ ପୂରଣ ନହେଲେ ପୁଣି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘର ରାଜ୍ୟ ସଭାପତି ରୋମାଞ୍ଚ ସାହୁ ଓ ସମ୍ପାଦକ ତପନ କୁମାର ସ୍ଵାଇଁ କହିଛନ୍ତି। ଅନ୍ୟ ପକ୍ଷରେ ରାଷ୍ଟ୍ରିୟ ଗ୍ରାମ ପ୍ରଧାନ/ ସରପଞ୍ଚ୍‌‍ ସଂଗଠନ ମଧ୍ୟ ସରପଞ୍ଚ୍‌‍ ମାନଙ୍କ ଆନ୍ଦୋଳନକୁ ଆରମ୍ଭରୁ ସମର୍ଥନ ଦେଇ ଆସିଛି । ସରକାର ନିଜ ପ୍ରତିଶୃତି ପାଳନ ନକଲେ ସଂଗଠନ ସରପଞ୍ଚ୍‌‍ ମାନଙ୍କ ନ୍ୟାୟ ପାଇଁ ବିକଳ୍ପ ବାଟରେ ଯିବାକୁ ବାଧ୍ୟ ହେବ ବୋଲି ସଂଗଠନର ରାଜ୍ୟ ସଭାପତି ରବି ରଥ ଓ ସଂଗଠନ ସଂପାଦକ ଡା.ରାଜାରାମ ଷଡଙ୍ଗୀ କହିଛନ୍ତି।

(ରବି ରଥ)
ସଭାପତି
ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନ ଓଡ଼ିଶା ଶାଖା