March 10, 2026

ଦିଲ୍ଲୀରେ ଅନ୍ତରାଷ୍ଟ୍ରୀୟ ସେମିନାରରେ ଓଡ଼ିଆ ପୁଅ ସୌମ୍ୟରଂଜନ ବଡ଼ପଣ୍ଡା ସମ୍ଭର୍ଦ୍ଧିତ 

IMG-20250914-WA0036
Share

 

 

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ସମ୍ବଲପୁର ଜିଲ୍ଲା ଖଲିଆପାଲି ଗ୍ରାମର ବିଶ୍ବରଂଜନ ବଡ଼ପଣ୍ଡା ଓ କଲ୍ୟାଣୀ ବଡ଼ପଣ୍ଡା ଙ୍କ ପୁତ୍ର ଶ୍ରୀମାନ ସୋମ୍ୟରଞ୍ଜନ ବଡ଼ପଣ୍ଡା ଦିଲ୍ଲୀ ରେ ଅନ୍ତରାଷ୍ଟ୍ରୀୟ ସେମିନାର ରେ ସମ୍ଭର୍ଦ୍ଧିତ ହୋଇ ଓଡ଼ିଶା ର ଗୌରବ ବଢ଼େଇଛନ୍ତି। ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ରେ ସଂସ୍କୃତି ମନ୍ତ୍ରାଳୟ ,ଭାରତ ସରକାରଙ୍କ ତରଫରୁ ତିନିଦିନ ଧରି ଚାଲିଥିବା “ଜ୍ଞାନ ଭାରତମ୍ ଅନ୍ତରାଷ୍ଟ୍ରୀୟ ସେମିନାର” ରେ ଓଡ଼ିଆ ପୁଅ ସୌମ୍ୟରଂଜନ ବଡ଼ପଣ୍ଡା ଙ୍କ ଗବେଷଣାତ୍ମକ ପତ୍ର ଉଚ୍ଚ ପ୍ରଶଂସିତ ତଥା ସଂସ୍କୃତି ମନ୍ତ୍ରାଳୟ ତରଫରୁ ସମ୍ମାନିତ ହୋଇଛନ୍ତି। ନିଜର ଗବେଷଣାତ୍ମକ ପତ୍ର ଆଲୋଚନା ସମୟରେ ଶ୍ରୀ ବଡ଼ପଣ୍ଡା ଓଡ଼ିଶାରେ ଗଚ୍ଛିତ ଥିବା ୫୦୦୦୦ ରୁ ଅଧିକ ପାଣ୍ଡୁଲିପି ରେ ଓଡ଼ିଶାର ଜଗନ୍ନାଥ ସଂସ୍କୃତି ଓ ତନ୍ତ୍ର ବିଦ୍ୟା ଉପରେ ରେ ସେ ଆଲୋକପାତ କରିଥିଲେ।ଏହି ଗବେଷଣାତ୍ମକ ପତ୍ରରେ ସହ ଲେଖକ ଥିଲେ ଓଡ଼ିଆ ଝିଅ ପଲ୍ଲବୀ ଜେନା ।ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ସେଖୱତ ଙ୍କ ସମେତ ୨୨ ଦେଶରୁ ପ୍ରତିନିଧି ଉପସ୍ଥିତ ଥିଲେ। ସୌମ୍ୟରଂଜନ ବଡ଼ପଣ୍ଡା ବର୍ତ୍ତମାନ ଦିଲ୍ଲୀ ରୁ ଶ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ରେ ସଂସ୍କୃତ ସାହିତ୍ୟ ରେ ଗବେଷଣା କରୁଛନ୍ତି। ସୋମ୍ୟରଞ୍ଜନ ଙ୍କୁ ସଙ୍ଗୀତ ନାଟକ ଏକାଡେମୀ, ଦିଲ୍ଲୀ ର ନିର୍ଦ୍ଦେଶକ ଡ଼ ସନ୍ଧ୍ୟା ପୁରେଚା ଓ ଦିଲ୍ଲୀ ବିଶ୍ୱବଦ୍ୟାଳୟର ବରିଷ୍ଠ ପ୍ରଫେସର ଡ଼ ଓମନାଥ ବିମିଲି ସ୍ମୃତି ଚିହ୍ନ ଓ ପ୍ରମାଣପତ୍ର ଦେଇ ସମ୍ମାନିତ କରିଛନ୍ତି। ସୋମ୍ୟରଞ୍ଜନ ବଡ଼ପଣ୍ଡା ଙ୍କ ଗବେଷଣାତ୍ମକ ପତ୍ର ବେଶ ଲୋକଦୃତ ହେବା ସହ ବହୁ ଦେଶର ପ୍ରତିନିଧି ମାନେ ମଧ୍ୟ ପ୍ରଶଂସା କରିଥିଲେ।