March 11, 2026

ଗଜପତିର ମାଛ ବିକାଳିଂକ ଝିଅ ମୌସୁମୀ ଜାତୀୟ ରାଇଫଲ ସୁଟିଂ ପ୍ରତିଯୋଗୀତାରେ ସ୍ୱର୍ଣ୍ଣପଦକ ପାଇଲେ

IMG-20250914-WA0033
Share

 

 

ପାରଳାଖେମୁଣ୍ଡି:୧୩/(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଜଣେ ମାଛ ବିକାଳୀଙ୍କ ଝିଅ ମୌସୁମୀ ଜାତୀୟ ରାଇଫଲ ସୁଟିଂ ପ୍ରତିଯୋଗୀତାରେ ସ୍ୱର୍ଣ୍ଣପଦକ ହାସଲ କରି ସମଗ୍ର ଓଡିଶା ପାଇଁ ଗର୍ବ ଓ ଗୌରବର କାରଣ ହୋଇପାରିଛନ୍ତି. ଏଠାରେ ଉଲ୍ଲେଖଯୋଗ୍ୟଯେ, ସେଂଚୁରିୟାନ୍ ପବ୍ଲିକ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ମୌସୁମୀ ସିମାଲାଇ ଜାତୀୟ କନିଷ୍ଠ ବର୍ଗରେ ରାଇଫଲ ସୁଟିଂ ପ୍ରତିଯୋଗିତାରେ ଦିଲ୍ଲୀରେ ଭାଗ ନେଇଥିଲେ।ଦେଶର ୧୭ଟି ଏନ୍. ସି.ସି.ଗ୍ରୁପର ୧୫୪୬ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ।ଦିଲ୍ଲୀରେ ସର୍ବଭାରତୀୟ ଥାଲ୍ ସୈନିକ କ୍ୟାମ୍ପ-୨୦୨୫ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯେଗୀତାରେ ସମସ୍ତଙ୍କୁ ପଛରେ ପକାଇ ସ୍ୱର୍ଣ୍ଣପଦକ ହାସଲ କରିଥିଲେ।ଗଜପତି ଷ୍ଟାଡିୟମ ନିକଟରେ ମାଛ ବିକ୍ରୀ କରୁଥିବା ମାଣିକ ଓ ବଲାଇଚାନ୍ଦଂକ କନ୍ଯା ମୌସୁମୀ ନିଜ ଅସୀମ ଧୈର୍ଯ୍ୟ ଓ ସାହାସର ପରିଚୟ ଦେଇ ଗଜପତି ଜିଲ୍ଲା ପାଇଁ ଗୈାରବ ଆଣିଥିଲେ। ତାଙ୍କର ଏହି ବିରଳ ସଫଳତା ପାଇଁ ସେଂଚୁରିୟାନ୍ ବିଶ୍ୱବିଦ୍ୟାଳୟର ସଭାପତି ଡ.ମୁକ୍ତିକାନ୍ତ ମିଶ୍ର, ଉପସଭାପତି ପ୍ରଫେସର ଡିଏନ୍ ରାଓ,ନିର୍ଦ୍ଦେଶକ ଡ.ଦୂର୍ଗା ପ୍ରସାଦ ପାଢୀ,ରେଜିଷ୍ଟ୍ରାର ଡ.ଅନିତା ପାତ୍ର,ସଂଚୁର୍ୟନ୍ ବିଶ୍ୱବିଦ୍ୟାଳୟର ଆଂଚଳିକ ନିର୍ଦେଶକ ସଂବିତ ପାତ୍ର, ଡିନ୍ ଏସ୍.ପି.ନନ୍ଦ,ଉକ୍ତ ଶିକ୍ଷା ଅନୁଷ୍ଠାନର ଅଧ୍ଯକ୍ଷା ସୁନୀତା ପାଣିଗ୍ରାହୀ,ତଥା ଉପାଧ୍ୟକ୍ଷ ଜେକେନାୟକ ଏବଂ ଗାଇଡ୍ ଅନୁମାତଂଗିନୀ ଗୁରୁ ଶୁଭେଚ୍ଛା ଜଣାଇଛନ୍ତି।