ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ପାଇଁ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କୁ ମନୋନୀତ !!
ତିର୍ତ୍ତୋଲ ଶ୍ରୀକ୍ଷେତ୍ର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ନିଷ୍ପତ୍ତି କ୍ରମେ, ଯେଉଁ ସାଂସ୍କୃତିକ ସବକମିଟି ଗଠନ କରଯାଇଛି, ସେଥିରେ, ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଅଧ୍ୟକ୍ଷ ଥିଲା ବେଳେ ସେଥିରେ ଡଃ ଗିରିଶ ଚନ୍ଦ୍ର ମୁର୍ମୁ ସଭ୍ୟ ଓ ମୂଖ୍ୟପ୍ରଶାସକ , ପଦପ୍ରଯୁକ୍ତ ସଭ୍ୟ, ପୁରୀ ଜିଲ୍ଲାପାଳ ତଥା ଉପମୂଖ୍ୟ ପ୍ରଶାସକ ପଦପ୍ରଯୁକ୍ତ ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡଃ ସିଦ୍ଧେଶ୍ୱର ମହାପାତ୍ର , ଶ୍ରୀ ଜଗନ୍ନାଥ ପୂଜାପଣ୍ଡା ଓ ଶ୍ରୀ ରଘୁବୀର ଦାସ ମହାରାଜ ଙ୍କୁ ସଭ୍ୟ ଭାବେ ନିଯୁକ୍ତ କରାଯାଇଛି। ସେହିପରି ବାବା ସଚ୍ଚିଦାନନ୍ଦ ଦାସ ମହାରାଜ, ମହନ୍ତ ରାମକୃଷ୍ଣ ଦାସ ମହାରାଜ, ପ୍ରାଧ୍ୟାପକ ନରେଶ ଚନ୍ଦ୍ର ଦାଶ ଦୁର୍ଗା ପ୍ରାସାଦ ଦାସ ମହାପାତ୍ର , ପ୍ରାଧ୍ୟାପକ ହରେକୃଷ୍ଣ ଶତପଥୀ,ପ୍ରାଧ୍ୟାପକ ଅତୁଲ ନନ୍ଦ ଓ ବାବା ସତ୍ୟାନନ୍ଦ ଦାସ ମହାରାଜ ଙ୍କୁ ସହ ମନୋନୀତ ସଭ୍ୟ ଭାବରେ ଗ୍ରହଣ କରାଯାଇଛି । ସହକାରୀ ପ୍ରଶାସକ ( ସଂସ୍କୃତି ଓ ପ୍ରଚାର) ପଦପ୍ରଯୁକ୍ତ ଆବାହକ ଭାବେ ମଧ୍ଯ ସ୍ଥାନ ପାଇଛନ୍ତି। ଶ୍ରୀ ଜଗନ୍ନାଥ ତତ୍ତ୍ଵ ଗବେଷଣା , ପ୍ରକାଶନ ଓ ପ୍ରସାର ନିମନ୍ତେ ମଧ୍ଯ ଗଜପତି ମହାରାଜା ଙ୍କ ମହାରାଜା ଙ୍କ ଅଧ୍ୟକ୍ଷତା ରେ ଅନ୍ୟ ଏକ ସଂସ୍କୃତି ଓ ପ୍ରଚାର ଉପବିଭାଗ ୨୯ ଜଣିଆ କମିଟି ରେ ମଧ୍ଯ ଅନ୍ୟମାନଙ୍କ ସହିତ ବାବା ସତ୍ୟାନନ୍ଦ ଦାସ ମହାରାଜ ଙ୍କୁ ମନୋନୀତ କରାଯାଇ ଥିବାରୁ, ଜଗତସିଂହପୁର ଜିଲ୍ଲା ଜଗନ୍ନାଥ ଭକ୍ତ ସମାଜ, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ, , ଜିଲ୍ଲା ତଥା ରାଜ୍ୟ ଓ ସର୍ବଭାରତୀୟ ସ୍ତରରେ ଥିବା ବିଭିନ୍ନ ଜଗନ୍ନାଥ ପାଞ୍ଚରାତ୍ର କମିଟି, ଭାଗବତ ପ୍ରଚାର ପ୍ରସାର ସମିତି ର କର୍ମକର୍ତ୍ତା
ଓଡିଶା ସାଧୁସନ୍ଥ ସାମାଜର ସଭାପତି ପୂଜ୍ୟ ସ୍ଵାମୀ ଚିନ୍ତାମଣି ପର୍ବତ ସମ୍ପାଦକ ବାବା ସିଦ୍ଧେଶ୍ଵର ଦାସ ବୈକୁଣ୍ଠ ବାର୍ତ୍ତାବହ ସମିତିର ସଭାପତି ଶ୍ରୀ ଦେବୀ ପ୍ରସାଦ ଧଳ, କେନ୍ଦ୍ର ସତ୍ୟସେବାମଣ୍ଡଳର ସଭାପତିଙ୍କ ଶ୍ରୀ ପର୍ଶୁରାମ ସାହୁ,କଟକ ଶ୍ରୀ ଜଗନ୍ନାଥ ଭକ୍ତ ସାମାଜ ସଭାପତି ଡକ୍ଟର କିଶନ ଲାଲ ଅଗ୍ରଓଲ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ସାହୁ,
ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଇଂ ବିଷ୍ଣୁ ଚରଣ ସ୍ୱାଇଁ, ସମ୍ପାଦକ କ୍ଷୀରୋଦ କୁମାର ରାଉଳ, କୋଷାଧ୍ୟକ୍ଷ ବିଶ୍ୱରଂଜନ ରାଉଳ, ସାରଳା ମନ୍ଦିରର ସମସ୍ତ ସେବାୟତ ମାନଙ୍କ ସହିତ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କୁ ଏହି ନିଯୁକ୍ତି ମିଳିଥିବାରୁ, ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି କୁ କୃତଜ୍ଞତା ଜ୍ଞାପନ କରିବା ସହିତ ବାବା ଙ୍କୁ ମଧ୍ୟ ସ୍ଵାଗତ ଅଭିନନ୍ଦନ ଜଣାଇଛନ୍ତି।ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
