November 26, 2024

ଅମ୍ବାଦୋଳା ରେଲୱେ ଷ୍ଟେସନ ର ବିକାଶ ପାଇଁ ଦାବିପତ୍ର ପ୍ରଦାନ 

Share

ରାୟଗଡା : ସମ୍ବଲପୁର ରେଳଡ଼ିଭିଜନ ଆନ୍ତର୍ଗତ ରାୟଗଡା ଜ଼ିଲ୍ଲା ର ଅମ୍ବାଦୋଳା ରେଳ ଷ୍ଟେସନ ର ଭିତିଭୂମି ର ବିକାଶ ନିମନ୍ତେ 5 ଜଣିଆ ସଙ୍ଘ ର ସଦସ୍ୟ ରମେଶ ସାହୁ, ଧୀରେନ୍ଦ୍ର ପାଣିଗ୍ରାହୀ ( ଧିରୁ ଭାଇ ), ସଞ୍ଜୟ କୁମାର ସିଂ, ସାନ ତ୍ରିପାଠୀ ଓ ସିମାଞ୍ଚଳ ତ୍ରିପାଠୀ ଉପସ୍ଥିତ ରହି ଅମ୍ବାଦୋଳା ଷ୍ଟେସନ ମାଷ୍ଟର ଙ୍କ ଜରିଆରେ ସମ୍ବଲପୁର ରେଳ ବିଭାଗ ର ବରିଷ୍ଟ ବାଣିଜ୍ୟକ ପ୍ରବନ୍ଧଙ୍କ ଉଦେଶ୍ୟ ରେ ଏଜ ଦାବି ପତ୍ର ପ୍ରଦାନ କରିଥିଲେ l କର୍ମବର୍ଦ୍ଧିତ ଅମ୍ବାଦୋଳା ଅଞ୍ଚଳ ର ମାନଚିତ୍ର କୁ ଷ୍ଟେସନ ରେ ଅବସ୍ଥାପନା କରିବା ସହିତ ଏକ ନମ୍ବର ପ୍ଲାଟଫର୍ମ ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ, ଯାତ୍ରୀଙ୍କ ପାଇଁ ଷ୍ଟେସନ ରେ ପାନୀୟ ଜଳ ର ବ୍ୟବସ୍ଥା, ଶୌଚାଳୟ, ଯାତ୍ରୀ ବିଶ୍ରାମ ଗୃହ, ପ୍ଲାଟଫର୍ମ ରର ଡିସପ୍ଲେ ବ୍ୟବସ୍ଥା, ବରିଷ୍ଠ ଓ ଭିନକ୍ଷମ ଙ୍କ ଯାତାୟତ ନିମନ୍ତେ ଲିଫ୍ଟ ବ୍ୟବସ୍ଥା କରିବା ସହିତ ଏହି ଆମ୍ବଦୋଳା ଠାରେ ଅଲେପି ଧନବାଦ, ତିରୁପତି ଏକ୍ସପ୍ରେସ, ଜଗଦଳପୁର ଇଣ୍ଟେରସିଟି ପ୍ରଭୁତି ରହଣି ପାଇଁ ଦାବି ପତ୍ର ରେ ଉଲେଖ କରିଛନ୍ତି l ଏହି ଷ୍ଟେସନ ରୁ ରେଳ ବିଭାଗ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ କରୁଛି କିନ୍ତୁ ଏହି ଷ୍ଟେସନ ର ଉନ୍ନତି ପାଇଁ ଦୃଷ୍ଟି ଦେଉନଥିବା ରୁ ଏଥିପ୍ରତି ଦୃଷ୍ଟି ଦେଇ ଷ୍ଟେସନ ର ବିକାଶ ପାଇଁ ଦାବି କରିଛନ୍ତି l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.