September 29, 2024

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

Share

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଶବରଖି ଉତ୍ତ୍ୟକ୍ତ ଲୋକଙ୍କ ୩୨୬ ଜାତୀୟ ରାଜପଥ ଅବରୋଧ

 

ରାମନାଗୁଡା ରାୟଗଡା ଜିଲ୍ଲା ରାମନାଗୁଡା ଥାନା ସଦରସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ପାଠାଗାର ସମ୍ମୁଖରେ ଗୁରୁବାର ଦିନ ଏକ ଅଜଣା ଗାଡ଼ି ଧକ୍କାରେ ୩୮ବର୍ଷ ଯୁବକଙ୍କ ମୃତ୍ୟୁ ଘଟିଯାଇଛି। ମୃତ ବରଣ କରିଥିବା ବ୍ୟକ୍ତି ଜଣକ ହେଲେ ସ୍ଥାନୀୟ ତାମ୍ପରଗୁଡା କଲୋନୀର ସୀମାଦ୍ରୀ ମାଣ୍ଡାଙ୍ଗି(୩୮)।ସିମାଦ୍ରୀ ପ୍ରତିଦିନ ଭଳି ଭୋରରୁ ନିଜ ଘର ଠାରୁ ଧାନ ଜମିକୁ ଯାଇ ସେଠାରୁ ପ୍ରାୟ ସକାଳ ୭ଘଣ୍ଟା ମଧ୍ୟରେ ଘରକୁ ଫେରିବା ସମୟରେ ମେଡ଼ିକାଲ ନିକଟ ପାଠାଗାର ସମ୍ମୁଖରେ ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଅଜଣା ଗାଡି ଧକ୍କାଦେଇ ଚାଲିଯିବା ଫଳରେ ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଚାଲିଯାଇଥିଲା ।ଖବରପାଇ ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିକରି ଗ୍ରାମବାସୀମାନେ ୩୨୬ ନମ୍ବର ଜାତୀୟ ରାଜପଥ ରାସ୍ତା ଅବରୋଧ କରିଥିବା ବେଳେ ଖବରପାଇ ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଭାବେ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ଓ ଥାନା ସେକେଣ୍ଡ ଅଫିସର ବାବୁଲା ପ୍ରଧାନ ସଦଳବଳେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ଘଟଣା ସ୍ଥଳରେ ଜିଲ୍ଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗ, ବିଧାୟକ ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗ, ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର, ବିଜେଡି ଯୁବ ନେତା ସଞ୍ଜୟ କୁମାର ପ୍ରଧାନ, କମଳ ଲୋଚନ ମୁଟିକା ,ମକର ଧ୍ୱଜ ଧୋବା ,ହେମାରାଓ କଂସ ବେହେରା, ଦିଲ୍ଲୀପ ନାୟକ ବେହେରା ,ଅମିତ କୁମାର ମହାରଣା ,ଜିଲ୍ଲା କଂଗ୍ରେସ ଉପ ସଭାପତି ନବୀନ ନାୟକ ବେହେରା, ବ୍ଲକ କଂଗ୍ରେସ ସଭାପତି ବାଞ୍ଛାନିଧି ବେହେରା ,କଂଗ୍ରେସ କର୍ମୀ ହୃଷିକେଶ ପାତ୍ର ପ୍ରମୁଖ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରକୁ ଶାନ୍ତନା ଦେଇଥିଲେ । ଏହି ଦୁର୍ଘଟଣା ଜନିତ ଖବର ପାଇ ସଙ୍ଗେ ସଙ୍ଗେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ,ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ , ପାରୀକ୍ଷିତି ସରପଞ୍ଚ ସୂର୍ଯ୍ୟରାଓ କୁମ୍ବ୍ରିକା, ସମିତି ସଭ୍ୟା ଲକ୍ଷ୍ମୀ କାଡ୍ରାକା ,ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ସହ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ମୃତ ବ୍ୟକ୍ତିଙ୍କ ବାପା ଏବଂ ସ୍ତ୍ରୀ ଙ୍କୁ ପ୍ରଦାନ କରିବା ସହ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ବରଣ କରିଥିବାରୁ ସରକାରୀ ନିୟମ ଅନୁଯାୟୀ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଜିଲ୍ଲା ପରିବହନ ଅଧିକାରୀ ଶିବ ଶଙ୍କର ଚୌଧୁରୀ ଜଣାଇଥିବା ତହସିଲଦାର ଶ୍ରୀ ସାହୁ କହିଛନ୍ତି ।

ରିପୋର୍ଟ ରାକେଶ କୁମାର ବେହେରା