September 29, 2024

୧୦ ଫୁଟିଆ ଅହିରାଜ ସାପ ଉଦ୍ଧାର

Share

୧୦ ଫୁଟିଆ ଅହିରାଜ ସାପ ଉଦ୍ଧାର
ବୁଗୁଡ଼ା : ତା ୧୩/୦୯/୨୩ : ବୁଗୁଡ଼ା ବ୍ଲକ କତକଲା ଗ୍ରାମର ଅନତିଦୂରରେ ଥିବା ଏକ ଜରାଶ୍ରମ ପରିସରରୁ ୧୦ ଫୁଟିଆ ଅହିରାଜ ସାପଟିଏ ଉଦ୍ଧାର କରାଯାଇଥିବା ଜଣାଯାଇଛି । ପ୍ରକାଶ ଯେ , ଜରାଶ୍ରମ ପରିସରସ୍ଥ ଏକ ଆମ୍ବ ଗଛରେ ଦୀର୍ଘକାୟ ଏକ ଅହିରାଜ ସାପକୁ ଲୋକେ ଦେଖିବାକୁ ପାଇଲେ । କାଳେ ସାପଟି ଜରାଶ୍ରମ ଭିତରକୁ ପଶି ଆସିବ ସେନେଇ ଭୟଭୀତ ହୋଇ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ଯ ହରିଶ୍ ପାଢୀଙ୍କୁ ଖବର ଦିଆଗଲା । ହରିଶ୍ ଘଟଣା ସ୍ଥଳରେ ପହଞ୍ଚି ଦେଢ଼ ଘଣ୍ଟା କାଳ କସରତ କରି କୌଶଳରେ ଗଛ ଉପରେ ଥିବା ଅହିରାଜଟିକୁ ଉଦ୍ଧାର କରିଥିଲେ। ସେଠାରୁ ଉଦ୍ଧାର ପରେ ତାହାକୁ ନିକଟସ୍ଥ ଜଙ୍ଗଲରେ ଛଡାଯାଇଥିବା ଜଣାଯାଇଛି ।