August 14, 2026

ଗଜପତି:-ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଏବଂ ସାଇବର କ୍ରାଇମ ଓ ଇକୋନୋମିକ ଅଫେନ୍ସେସ୍ ଥାନା ପକ୍ଷରୁ ସାଇବର୍ ସୁରକ୍ଷା ସଚେତନତା ଗଜପତି ଜିଲ୍ଲା ସଦର ମହକୁମା ସ୍ଥିତ

IMG-20260814-WA0113
Share

 

ପାରଳାଖେମୁଣ୍ଡି: ସି.ଆଇ.ଡି. କ୍ରାଇମବ୍ରାଞ୍ଚ (ସିଆଇଡି-ସିବି), ଓଡ଼ିଶା ଦ୍ୱାରା ପ୍ରାୟୋଜିତ ଏବଂ ପରିଚାଳିତ ଏକ ବ୍ୟାପକ ସାଇବର ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗଜପତି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟ ପୋଲିସ ମୁଖ୍ୟାଳୟ ଏବଂ ଗଜପତି ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀଙ୍କ ସମେତ ସାଇବର କ୍ରାଇମ ଓ ଇକୋନୋମିକ ଅଫେନ୍ସେସ୍ (ସିସି ଏବଂ ଇଓ ) ଥାନାର ଅଧିକାରୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନଙ୍କୁ ସାଇବର ସୁରକ୍ଷାର ନିୟମ, ସୋସିଆଲ ମିଡିଆର ସୁରକ୍ଷିତ ବ୍ୟବହାର ତଥା ଆର୍ଥିକ ଠକେଇ, ଡିଜିଟାଲ ଆରେଷ୍ଟ ଓ ପରିଚୟ ଚୋରି (ଆଇଡେଣ୍ଟିଟି ଥେଫ୍ଟ) ଭଳି ସାଇବର ଅପରାଧରୁ ବର୍ତ୍ତିବା ତଥା ନିଜକୁ ସୁରକ୍ଷିତ ରଖିବା ଉପରେ ସଚେତନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ନିଜର ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରଖିବା, କାହା ସହ ଓଟିପି ସେୟାର ନ କରିବା ଏବଂ କୌଣସି ଅଜଣା ଲିଙ୍କ୍ ଉପରେ କ୍ଲିକ୍ ନକରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏଥିସହ କୌଣସି ପ୍ରକାର ସାଇବର ଠକେଇ କିମ୍ବା ନିର୍ଯାତନାର ଶିକାର ହେଲେ ତୁରନ୍ତ ଜାତୀୟ ସାଇବର ହେଲ୍ପଲାଇନ ନମ୍ବର ୧୯୩୦ , ଅଫିସିଆଲ୍ ପୋର୍ଟାଲ (cybercrime.gov.in) କିମ୍ବା ପାରଳାଖେମୁଣ୍ଡି ସ୍ଥିତ ସିସି ଏଣ୍ଡ ଇଓ ଥାନାରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି, ଯାହାକି ଛାତ୍ର ସମାଜକୁ ଏକ ଡିଜିଟାଲ୍ ସୁରକ୍ଷିତ ପରିବେଶ ଯୋଗାଇବାରେ ଗଜପତି ପୋଲିସର ପ୍ରତିବଦ୍ଧତାକୁ ଦର୍ଶାଉଛି।

–*—————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————-

You may have missed