ଆବାସ ଦୁର୍ନୀତି କୁ ନେଇ ଅସନ୍ତୋଷ କୋଟପାଡ଼ ପଞ୍ଚାୟତ ସମିତି ବୈଠକ
କୋରାପୁଟ ଜ଼ିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି କାର୍ଯା ଳୟ ପରିସର ରେ ସମିତି ବୈଠକ ବହୁ ବିଳମ୍ବ ରେ ଆରମ୍ଭ ହୋଇ ଯାଇଛି I ହେଲେ ପୂର୍ବରୁ ହୋଇଥିବା ବୈଠକ ମାନଙ୍କ ରେ ଆଲୋଚନା ର କୌଣସି ସମାଧାନ ହୋଇ ନ ଥିଲା ବୋଲି ସମସ୍ତ ସରପଞ୍ଚ ସମିତିସଭ୍ୟ ସଭ୍ୟା ଜ଼ିଲ୍ଲା ପରିଷଦ ସଭ୍ୟା ସଭ୍ୟ ମାନେ ଏକତ୍ରିତ ହୋଇ ବୈଠକ ରେ ଯୋଗ ଦେବା ପାଇ ନିଷ୍ପତି ନେଇଥିଲେ ପରେ ବୈଠକ ବିଳମ୍ୱରେ ଆରମ୍ଭ ହୋଇଥିଲା ଦେଉର୍ଲି ସ୍କୁଲ ରେ ଶିକ୍ଷୟତ୍ରୀ ବିଳମ୍ବ ରେ ଆସୁଛନ୍ତି. କନିଷ୍ଟ ଯନ୍ତ୍ରୀ ମନରଞ୍ଜନ ଦାସ ନିୟମିତ ଆସୁ ନାହାନ୍ତି. ଦେଓର୍ଲି ରାସ୍ତା ର ଅବସ୍ଥା ବହୁ ସଚନୀୟ ଅବସ୍ଥା ରେ ରହିଛି. ଖଗଡ଼ ପୁର ରେ ଚାଲୁ ଥିବା ସିଦ୍ଧେଶ୍ୱେରୀ ବିଦ୍ୟୁତ ପ୍ରକଳ୍ପ ରେ ବହୁ ଅନିୟ ମିତତା ଲାଗି ରହିଛି ସ୍ଥିନୀୟ ଜନ ପ୍ରତିନିଧି ଙ୍କୁ ଅଣ ଦେଖା କରି ଜଙ୍ଗଲ କୋଟା ଚାଲିଛି. ଚୋରା ବାଲି. ମୁରମ ଚାଲାଣ ଲାଗି ରହିଛି,ମୁର୍ତ୍ତା ହାଣ୍ଡି ପଞ୍ଚାୟତ ର ସରପଞ୍ଚ ସହଦେବ ପୂଜାରୀ 46ଆବାସ ଘର ନିର୍ମାଣ କରିବେ ବୋଲି ହିତାଧିକାରୀ ଙ୍କୁ ପ୍ରତିଶୁତି ଦେଇ ଲକ୍ଷା ଧିକ ଟଙ୍କା ହଡ଼ପ କରିଛନ୍ତି. ବାରମ୍ବାର ଅଭିଯୋଗ କଲା ପରେ ବି ତଦନ୍ତ ଚାଲିଛି. କାମ ଆରମ୍ଭ ହେଲାଣି ବୋଲି ପ୍ରତି ସୁତି ପ୍ରଶାସନ ପକ୍ଷ ରୁ ମିଳୁଛି କିନ୍ତୁ ହିତାଧିକାରୀ ପଲିଥିନ ତଳେ ଦିନ ରାତି ବିତାଉ ଛନ୍ତି. ବୋଲି ସମସ୍ତ ଜନ ପ୍ରତି ନିଧି ପ୍ରକାଶ କରି ଥିବା ଜଣା ଯାଇଛି ବୋଲି ନିଜ ନାମ ଆତ୍ମ ଗୋପନ ରଖିବା ସର୍ତ ରେ କହିଛନ୍ତି ଜନ ପ୍ରତିନିଧି ଯେଉଁ କର୍ମ ଚାରି ଏଠାରେ ରହି କାମ କରୁଛନ୍ତି ସେ ମାନଙ୍କୁ ଚାପ ରେ ରହିବାକୁ ପଡୁଛି ଆଉ ମାସକୁ ଥରେ ଆସି ଦସ୍ତଖତ ମାରି ଦରମା ନେଇ ଚାଲି ଯାଉଥିବା କର୍ମ ଚାରୀଙ୍କୁ ମାପ. ତେଣୁ ଯନ୍ତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ନିୟମିତ ଆସୁ ନାହାନ୍ତି ତୁରନ୍ତ ସେମାନ ଙ୍କୁ ବଦଳି ନ ହେଲେ ଆସନ୍ତା ବୈଠକ ମାନ ବର୍ଜନ ହେବ ବୋଲି ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରି ଥିବା ଜଣା ଯାଇଛି. ବ୍ଲକ ଅଧକ୍ଷା ଶ୍ରୀମତୀ କୋମଳା ଭତରା ଙ୍କ ଅଧକ୍ଷ ତା ରେ ଅନୁଷ୍ଠିତ ଏହି ବୈଠକ ରେ ବିଡ଼ିଓ ବିକ୍ରମ ଦୋରା. ତହସିଲଦାର କିର୍ତ୍ତୀ ପ୍ରଧାନ. ଜ଼ିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚାଲାଣ. ସଭ୍ୟା ଗୀତା ମାଝୀ. ସରପଞ୍ଚ ଦେବ ମାଝୀ. ପୂର୍ଣ୍ଣ ପୂଜାରୀ. ବନିତା ନାଇକ. ତ୍ରିନାଥ ମାଝୀ ପୁଷ୍ପା ପୂଜାରୀ. ସି ଡ଼ି ପି ଓ ସୁମିତ୍ରା ତ୍ରିପାଠୀ. ନମିତା ଵାଘ,ଜି ପି ଇ ଓ କେଦାର ନାଥ ଆଟକା. Weo ସୋନାଲି ନାଇକ. ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ବୋଳିରାମ ଭତରା,ପ୍ରତାପ ସାହୁ. ବ୍ଲକ ଉପାଧକ୍ଷ ତପନ ପାଣିଗ୍ରାହୀ ଙ୍କ ସମେତ ଉଠା ଜଳ ସେଚନ ବିଭାଗ. ବନ ବିଭାଗ. ରାସ୍ତା ଓ ଗୃହ ନିର୍ମାଣ ବିଭାଗ. ବିଦ୍ୟୁତ ବିଭାଗ. ସ୍ୱାସ୍ଥ୍ୟ ବିଭାଗ. ଶିକ୍ଷା. ବିଭାଗ ଏବଂ ବିଧାୟକ ପ୍ରତିନିଧି ବିନାୟକ ଅଚର୍ଯ୍ୟ. ସାଂସଦ ପ୍ରତିନିଧି ରାମେଶ୍ୱର ଜେନା ଉପସ୍ଥିତ ରହି ସାଡ଼େ ଚାରିଟା ସମୟ ରେ ବୈଠକ ସମାପ୍ତ ହୋଇ ଥିବା ଜଣା ଯାଇଛି Iକୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା