ବଙ୍ଗଲାଦେଶରେ ନିଆଁ ଗୁଣୁପୁର ରେ ଧୂଆଁ
ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ହିନ୍ଦୁ ଓ ସଂଖ୍ୟାଲଘୁ ଗୋଷ୍ଠୀ ଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଙ୍ଗଳାଦେଶରେ ବଢ଼ି ଚାଲିଛି । ହିନ୍ଦୁ ଧର୍ମର ଉପାସନା ସ୍ଥଳୀ, ଧାର୍ମିକ ଅନୁଷ୍ଠାନ ଦେବା ଦେବୀ ଙ୍କୁ ପୋଡ଼ି ଜାଳି ଦିଆଯାଉଛି । ହିନ୍ଦୁ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ମା ଭଉଣୀ ଙ୍କ ଉପରେ ପାସବିକ ଅତ୍ୟାଚାର କରାଯାଉଛି । ସେମାନଙ୍କୁ ବିନା କାରଣରେ ହତ୍ୟା, ଦୁଷ୍କର୍ମ ଭଳି ଅମାନବୀୟ ଘୃଣ୍ୟ କାର୍ଯ୍ୟ କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ କରିଚାଲିଛନ୍ତି । ଭୟଙ୍କର ବାତାବରଣ ମଧ୍ୟରେ ଲୋକେ ସେଠାରେ ଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଜାତୀୟ ଦଳ ଏହାକୁ ଆହୁରି ଉସ୍କଉ ଥିବା କୁହାଯାଇଛି । ବର୍ତ୍ତମାନ ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ଅନେକ ଅନୁପ୍ରବେଶ କାରୀ ବୁଲା ବିକାଳୀ ଭାବେ ଘୁରି ବୁଲୁଥିବା ବେଳେ ସେମାନଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ି ବଢ଼ି ଚାଲିଛି । ଏମାନେ ବିଭିନ୍ନ ହୋଟେଲ, ଲୁଗା ଦୋକାନ, ପ୍ଲାଷ୍ଟିକ ସାମଗ୍ରୀ ଦୋକାନ, ଉଠା ଦୋକାନ କରି ଗୁଣୁପୁର, ପଦ୍ମପୁର, ଗୁଡାରି, ରମାନଗୁଡା ପ୍ରଭୃତି ବଜାର ଅଞ୍ଚଳରେ ନିଜର ଆସ୍ଥାନ ଜମେଇ ରହିଛନ୍ତି । ଏମାନେ ପୂର୍ବରୁ ଅନେକ ଅପରାଧିକ କାର୍ଯ୍ୟକଳାପ ରେ ଲିପ୍ତ ଥିବା ବେଳେ ଏମାନଙ୍କ ସଂଖ୍ୟା ବୃଦ୍ଧି ଆଗକୁ ଏକ ବଡ଼ ଅପରାଧିକ ଷଡ଼ଯନ୍ତ୍ର ର ସୂଚନା ମିଳିଛି ଏଥିରେ ସନ୍ଦେହ ନାହିଁ । ଏଣୁ ତୁରନ୍ତ ଏମାନଙ୍କୁ ଚିହ୍ନଟ କରି ତାଙ୍କ ନିଜ ଦେଶକୁ ପଠେଇବା ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହୋଇଛି । ଆଜି ଏନେଇ ସମଗ୍ର ହିନ୍ଦୁ ସମାଜ ଗୁଣୁପୁର ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଏହାକୁ ତୀବ୍ର ନିନ୍ଦା କରାଯାଇ ଥିଲା । ପରେ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ଉପଜିଲ୍ଲାପାଳ ଗୁଣୁପୁର ଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ସେହିଭଳି ପୁଲିସ ପ୍ରଶାସନ କୁ ମଧ୍ୟ ଏ ଦିଗରେ ସଜାଗ ରହି ସେମାନଙ୍କୁ ଚିହ୍ନଟ କରିବାକୁ ଅନୁରୂପ ସ୍ମାରକପତ୍ର ପ୍ରଦାନ କରିଥିଲେ । ବେଦାନ୍ତ ଆଶ୍ରମ ର ପୂଜ୍ୟ ନଳିନୀ ଗୁରୁଜୀ, ତ୍ରିପତି ମହାନ୍ତି,ଜଗଦୀଶ ପଣ୍ଡା, ଚନ୍ଦନ ମହାପାତ୍ର, ରାଜ୍ୟ ବିଜେପି ଏସ ଟି ମୋର୍ଚ୍ଚା ର ରାଜ୍ୟ ସମ୍ପାଦକ ବିଦ୍ୟାଧର ଶବର , ବିଜେପି ର ବରିଷ୍ଠ ନେତା Y ଗଣପତି, ଅମର ସାହୁ , ପ୍ରମୁଖ ଯୋଗ ଦେଇଥିଲେ ।