April 16, 2025

ନବରଙ୍ଗପୁର ଜିଲ୍ଲା ରେ ହର ଘର ତ୍ରିରଙ୍ଗl କାର୍ଯ୍ୟକ୍ରମ ପାଳିତ,……..

Share

 

ନବରଙ୍ଗପୁର:-(ଏମ.ଦିନା°ଶୁ ଆଚାରୀ) ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସ ତରଫରୁ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ହର ଘର ତୀରଙ୍ଗା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସlହୁଙ୍କ ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରୀ ଓ ସମସ୍ତ କର୍ମଚାରୀ ଯୋଗଦେଇପ୍ରଥମେ ତ୍ରିରଙ୍ଗା ଶପଥ ପାଠ କରିଥିଲେ ଏବଂ ମହାବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ବାହାରି ସହରର ମୁଖ୍ୟ ରାସ୍ତାର ଗାନ୍ଧିଛକ ଠାରେ ଅବସ୍ଥାପିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଅଧ୍ୟକ୍ଷlଙ୍କ ଦ୍ୱାରା ମାଲ୍ୟାର୍ପଣ କରି ପୁଣି ମହାବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବରେଡ଼କ୍ରସ ସଂଯୋଜିକା ଡ଼ଃ ସଂଯୁକ୍ତା ପଣ୍ଡା ଓ ଜାତୀୟ ସେବା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ବିନୋଦ ବିହାରୀ ପ୍ରଧାନ ଓ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ସୁନୀତା ପାତ୍ରଙ୍କ ସମେତ ରଞ୍ଜୁଷା କୁମାରୀ ପ୍ରହରାଜ,ଡ଼ଃ ଏମ ରୋହିଣୀ ରାଣୀ, ତାରାନୁମ ଆରା, ଲକ୍ଷ୍ମୀକାନ୍ତ ସୌରା ଓ ବହୁ ସଂଖ୍ୟକ ଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ।