ଜିଲ୍ଲାପାଳ ଓ ମହାନଗର ନିଗମ ଆଯୁକ୍ତଙ୍କ ମହାବୀର ପଡା ପରିଦର୍ଶନ

ଲୋକଙ୍କ ସହଯୋଗ ରହିଲେ ସହର ବିକାଶରେ ପଡା ହେବ ଅଗ୍ରଣୀ -ଜିଲ୍ଲାପାଳ
ସମ୍ବଲପୁର /ଧନୁପାଲି,୧୪.୭: ଆଜି ସକାଳେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳୀରାମ ଵୋନ୍ଦର ଓ ମହାନଗର ଆଯୁକ୍ତ ରେହାନ କ୍ଷେତ୍ରୀ ସମ୍ବଲପୁର ମହାନଗର ନିଗମସ୍ଥ ୱାର୍ଡ ୩୭ ମହାବୀରପଡା ପରିଦର୍ଶନ କରିଛନ୍ତି।ସ୍ଥାନୀୟ ନାଗରିକ ମାନଙ୍କ ତରଫରୁ ଉଭୟ ଙ୍କୁ ଫୁଲତୋଡା ସହ ପଡାକୁ ସ୍ୱାଗତ କରାଯାଇଥିଲା।ପଡା ର ବରିଷ୍ଠ ସଭ୍ୟ ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା ଉଭୟ ଅଧିକାରୀ ଙ୍କୁ ପଡା ର ବିଭନ୍ନ ମୋୖଳିକ ସମସ୍ୟା ଯଥା ମହାବୀର ପଡା ଖେଳପଡ଼ିଆ ର ଉନ୍ନତି କରଣ,ଷ୍ଟ୍ରୀଟ ଲାଇଟ ନ ଜଳିବା, ଧନୁପାଲି ଛକ ରୁ ସିନ୍ଦୁରପଙ୍କ,ନକ୍ସାପାଲି ଓ ଖଣ୍ଡୁଆଲ ରାସ୍ତା ସବୁ ସମ୍ପୂର୍ଣ୍ଣ ଅନ୍ଧାର ହେବା,ପରିମଳ ବ୍ୟବସ୍ଥା ରାସ୍ତା ଉପରେ ମଇଳା ଡ଼ମ୍ପିଙ୍ଗ,ସ୍ୱରେଜ ବୋର୍ଡ଼ନାଲି ରେ ମଳ ପାଣି ରାସ୍ତାଉପରେ ଭାସିବା,ବିଦ୍ୟୁତ ବିଭ୍ରାଟ,ପାନୀୟ ଜଳ ଯୋଗାଣ ର ଅନିମିୟତା,ରାସ୍ତାଘାଟ ଓ,ନାଲି ନର୍ଦମା ମରାମତି,ମଦ ଭାଟି ର ଦୂଷିତ ପାଣି ବାହାରକୁ ଛାଡିବା,କଲ୍ୟାଣ ମଣ୍ଡପ ଠାରେ ଗାଡି ପାର୍କିଂ, ଯାତ୍ରୀ, ବିଶ୍ରାମାଗାର ,ଶୌଚାଳୟ , ଜବରଦଖଲ ଉଛେଦ ସହିତ,ମହାବୀରପଡା ଛକ ରେ ଏକ ହାଇମାକ୍ସ୍ ଲାଇଟ ବ୍ୟବସ୍ଥା ଇତ୍ୟାଦି ବିଷୟ ରେ ଅବଗତ କରେଇଥିଲେ।ସମସ୍ତ ବିଷୟ ଶୁଣି ଜିଲ୍ଲାପାଳ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀ ମାନଙ୍କୁ ସମସ୍ୟା ସମାଧାନ ଦିଗରେ ତପ୍ତର ହେବାକୁ ନିର୍ଦେଶ ଦେଇଥିଲେ।ଖେଳ ପଡ଼ିଆ ପରିଦର୍ଶନ କରିବା ସହ ସହରୀ ବିକାଶ ଯୋଜନା ରେ ତୁରନ୍ତ ପଡିଆ ର ଉନ୍ନୟନ କାମ ଆରମ୍ଭ କରିବାକୁ ଜିଲ୍ଲାପାଳ ଲୋକଙ୍କୁ ପ୍ରତିଶୃତି ଦେବାସହ ସମ୍ପୁକ୍ତ ଅଧିକାରୀ ମାନଙ୍କୁ ତୁରନ୍ତ କାମ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ।ଏହା କେବଳ ରୋଟିନ ଭିଜିଟ ନୁହେଁ ଲୋକ ଙ୍କ ସହଯୋଗ କ୍ରମେ ବିଭାଗୀୟ ଅଧିକାରୀ ମାନେ ଆସି ସମସ୍ୟା ର ସମାଧାନ କରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହ ବିଶେଷ କରି ପରିମଳ ବ୍ୟବସ୍ଥା ସୁଧାରି ବାରେ ଲୋକଙ୍କ ସହଯୋଗ ପାଇଁ ଖୁସି ବ୍ୟକ୍ତ କରିବା ସହ ଆହୁରି ତ୍ୱରାନ୍ୱିତ କରି ପରିମଳ କ୍ଷେତ୍ରରେ ମହାବୀରପଡା କୁ ଶୀର୍ଷ ସ୍ଥାନ ରେ ରଖିବାକୁ ପଡ଼ାବାସୀଙ୍କୁ ଆହ୍ଵାନ ଦେଇଥିଲେ। ପରିଦର୍ଶନ ସମୟ( ସକାଳ ୭.୩୦)ରେ ଷ୍ଟ୍ରୀତଲାଇଟ ଜଳୁଥିବା ଦେଖି ଜିଲ୍ଲାପାଳ କ୍ଷୋଭ ପ୍ରକାଶ କରିଥିଲେ।ଲାଇଟ ଦିନବେଳେ ଜଳୁଛି ଓ ରାତିରେ ଲିଭୁଛି କହି ଲୋକେ ଅଭିଯୋଗ କରିଥିଲେ।ଏହି ପରିଦର୍ଶନ ସମୟ ରେ ପଡା ର ବରିଷ୍ଠ ନାଗରିକ,ଯୁବଗୋଷ୍ଠୀ ଓ ମହିଳା ତଥା ବିଭିନ୍ନ ଗଳି ର ବାସିନ୍ଦା ଉପସ୍ଥିତ ରହି ନିଜ ନିଜ ସମସ୍ୟା ଜଣେଇଥିଲେ ପ୍ରମୁଖ ବିଭଗୀୟ ଅଧିକାରୀ ଓ ପଡା ବାସିନ୍ଦା ଙ୍କ ଗହଣ ରେ ଜିଲ୍ଲାପାଳ ଓ କମିଶନର ପଡା ର ଖେଳ ପଡିଆ ସମେତ ବିଭିନ୍ନ ସ୍ଥାନ ବୁଲି ସମସ୍ୟା ଅନୁଧ୍ୟାନ କରିଥିଲେ।ଏହି ପରିଦର୍ଶନ ସମୟରେ ସ୍ଥାନୀୟ ବାସିନ୍ଦା ସୁଧୀର ଦାଶ, କାହ୍ନୁ ଶର୍ମା, ସଂଜୀବ ପାଣିଗ୍ରାହୀ, ବିବେକାନନ୍ଦ ନାୟକ,ପ୍ରଶାନ୍ତ ନାୟକ,ପ୍ରଦୀପ ଧର,ବିହାରୀଲାଲ ବିଶ୍ୱାଳ,ଅନୀଲ ପ୍ରଧାନ,ବିବେକ ପଣ୍ଡା, ,ଆଲୋକ ମିଶ୍ର,ବିକାଶ ମିଶ୍ର,କପିଳ ନାୟକ, ଯୁବରାଜ ନାୟକ,ଅକ୍ଷୟ ରାୟ,ପ୍ରଦୀପ ପାଢ଼ୀ ,ପୂଜା ମିଶ୍ର, ମେନକା ପ୍ରଧାନ, ମମତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
