March 10, 2026

ଛିଣ୍ଡା ପଲିଥିନି ତଳେ ବିତୁଛି ଜୀବନ……. କାହା ପାଇଁ ସରକାରୀ ଆବାସ ଯୋଜନା….. ? ?

IMG-20250714-WA0048
Share

 

ତିର୍ତୋଲ, ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ପକ୍କା ଘର ନଥିବା ଗରିବ ଅସହାୟ ଲୋକମାନଙ୍କୁ ଚିହ୍ନଟ କରାଯାଇ,ସେମାନଙ୍କୁ ସରକାରୀ ଆବାସ ଯୋଜନା ରେ ଘରଟିଏ ଯୋଗାଇଦେବାକୁ ବିଧି ବ୍ୟବସ୍ଥା ଥିଲେ ମଧ୍ୟ ସେଥିରୁ ବାଦ ପଡିଛନ୍ତି, ଅସହାୟl ମିଟି ଭୋଇ । ଆଜିକି ୬ ମାସ ପୁର୍ବରୁ ପରିବାର ର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ସ୍ବାମୀ ଶୁକଦେବ ଭୋଇ ଙ୍କର ହୃଦ୍ ଘାତ ରେ ପରଲୋକ ହେବାପରେ , ପତ୍ନୀ ମିଟି ଭୋଇ, ବେସାହାରା ହୋଇପଡିଲେ । ପଙ୍କପାଳ କମଳା ଦେବୀ ମହିଳା କଲେଜ ରେ+୨ କଳା ରେ ପାଠ ପଢୁଥିବା ଦୁଇ ଝିଅ ପୂର୍ଣ୍ଣିମା ଆଉ ସୋନିମା ଙ୍କୁ ଆଉ ଉଚ୍ଚଶିକ୍ଷା ଦବ କିଏ ? ଭଲ ଘର ଟିଏ ନଥିବାରୁ, ଛିଣ୍ଡା ପଲିଥିନ ତଳେ, ବତା କବାଟ ଲାଗିଥିବା ଘରେ ତିନି ପ୍ରାଣୀ କୁଟୁମ୍ବ ଚଳିବେ କେମିତି ? ଏସବୁ ଭାବି ଭାବି ମିଟି ଙ୍କ ଆଖିରୁ ନିଦ ହଜି ଯାଇଛି । ଅଣ୍ଟାଭିଡ଼ି ମୂଲ ମଜୁରୀ ଲାଗି ଯାହା ଦି ପଇସା ମିଳୁଚି, ସେଥିରେ ତିନି ପ୍ରାଣୀ କୁଟୁମ୍ବ ଚଳିବା ବହୁତ କଷ୍ଟକର । ତା ଛଡା ସବୁଦିନେ କଣ ମୂଲ ମଜୁରୀ ମିଳୁଛି ? ଏହି ସମବେଦନଶିକ ଦୁଃଖ ଦାୟକ ଘଟଣା ଟି ଘଟିଛି , ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ, କନକପୁର ଗ୍ରାମ ପଞ୍ଚାୟତ ଅଧୀନ କନକପୁର ଶାସନ ଗ୍ରାମରେ । ଏହି ମିଟିଭୋଇ ଙ୍କ ଘରକୁ ଯିବା ପାଇଁ ମାତ୍ର ୨/୩ ହାତର ଗଳି ରାସ୍ତା ଟିଏ । ଏଇ ଗାଆଁର ବହୁତ ଥିଲାବାଲା ଲୋକ ବି ସରକାରୀ ଆବାସ ଯୋଜନା ରେ ଘର ପାଇଥିବା ବେଳେ, ତିର୍ତ୍ତୋଲ ବ୍ଲକ ର ଅନୁସନ୍ଧାନକାରୀ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି କୁ ସ୍ବର୍ଗତ ଶୁକଦେବ ଭୋଇ ଦୂରାବସ୍ଥା ନଆସିଲା କେମିତି ? ତେବେ ଘର ଡିହ ଟି ଛାଡ଼ିଦେଲେ ଆଉ କିଛି ଜମିବାଡ଼ି ନଥିବା ଏହି ଅସହାୟl ଗରିବ ହରିଜନ ମହିଳା ଙ୍କ ପାଇଁ କିଛିବି ସରକାରୀ ସାହାଯ୍ୟ ସହଯୋଗର ବ୍ୟବସ୍ଥା ନାହିଁ ? କନକପୁର ପଞ୍ଚାୟତ ର ସରପଞ୍ଚ, ତିର୍ତ୍ତୋଲ ବ୍ଲକ ପ୍ରଶାସନ ଓ ସର୍ବୋପରି ଜିଲ୍ଲାପ୍ରଶାସନ ଏହି ହୃଦୟବିଦାରକ ଘଟଣା ର ଅନୁଧ୍ୟାନ କରି ଆବଶ୍ୟକୀୟ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ, ତାଙ୍କର ପଡ଼ୋଶୀ ଓ ଗ୍ରାମବାସୀ ମାନେ ଦାବୀ କରିଅଛନ୍ତି ।