March 11, 2026

ଭଲ ବର୍ଷା ପାଇଁ ପଶ୍ଚିମେଶ୍ୱର ଦେବଙ୍କ ପାଖରେ କ୍ଷୀରାଅଭିଷେକ ଓ ପୂଜା ଅର୍ଚ୍ଚନା କଲେ ଗ୍ରାମବାସୀ..

IMG-20250714-WA0042
Share

 

ବୋଲଗଡ଼,୧୪/୦୭(ଉଆନ୍ତ ଖବର): ଭଲବର୍ଷା ଓ ମରୁଡ଼ି ପରିସ୍ଥିତିର ଆଶଙ୍କା ନହେବା ପାଇଁ ବୋଲଗଡ଼ ବ୍ଳକ ପାଟବନ୍ଧ ଗ୍ରାମରେ ଶ୍ରାବଣ ମାସର ପ୍ରଥମ ସୋମବାର ଥିବାରୁ ଗ୍ରାମବାସୀ ମାନେ ଆରାଧ୍ୟ ପଶ୍ଚିମେଶ୍ୱର ଦେବଙ୍କ ପାଖରେ କ୍ଷୀରାଭିଷେକ ଓ ପୂଜା ଅର୍ଚ୍ଚନା ସହିତ ନମ ସଂକୀର୍ତ୍ତନ କରା ଯାଇଛି। ଯାହାକି ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ଗ୍ରାମବାସୀ କ୍ଷୀରାଭିଷେକ ଓ ପୂଜାପାଠର ଆୟୋଜନ କରିଥିଲେ। ଏହି ଅବସରରେ ଗ୍ରାମରେ ଆମିଷ ନିଷେଧ କରାଯାଇଥିଲା ଏବଂ ଶୁଦ୍ଧ ପୂତ ଭାବରେ ଗ୍ରାମର ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନେ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ରହିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।