ଉମରକୋଟ ରେ ଗଣଶିକ୍ଷା ମନ୍ତ୍ରୀ ଙ୍କ ଅଚାନକ ଗସ୍ତ ବିବେକାନନ୍ଦ ସ୍କୁଲର ଅଳିଆ ଆବର୍ଜ୍ଜନା ଦେଖି ରାଗିଲେ ଗଣଶିକ୍ଷା ମନ୍ତ୍ରୀ…………
ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ଦିନେ ନବରଙ୍ଗପୁର ଜିଲ୍ଲାର ଏକ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଥିଲା ଉମରକୋଟ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର। ଜିଲ୍ଲାକୁ କେନ୍ଦ୍ରୀୟ ଟିମ ହେଉକି ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ ଟିମ୍, ଜିଲ୍ଲା ପ୍ରଶାସନ ଏହି ସ୍କୁଲକୁ ପରିଦର୍ଶନରେ ଆଣି ଦେଖାଉଥିଲେ। ଏହାର ସୈଖିକ ବାତାବରଣ, ପରିଷ୍କାର ପରିଚ୍ଛନ୍ନ , ଦଶମ ଶ୍ରେଣର ଫଳା ଫଳରେ ହେଉ କିମ୍ବା ସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଓ ଅନ୍ୟ କର୍ମଚାରୀ ଙ୍କ ସ୍କୁଲ ପ୍ରତି ଥିବା ନିଷ୍ଠାକୁ ନେଇ ସମଗ୍ର ଜିଲ୍ଲାରେ ସୁନାମ ରହିଥିଲା। ପୂର୍ବତନ ପ୍ରଧାନ ଶିକ୍ଷକ ନରେଶ ଚନ୍ଦ୍ର ପଟ୍ଟନାୟକ ଏହି ସ୍କୁଲରୁ ବଦଳି ହେଇଯିବା ପରେ ସ୍କୁଲ ର ଅବସ୍ଥା ଖରାପ ହେଇ ଯାଇଥିବା ଅଭିଭାବକ ମାନେ ଅଭିଯୋଗ କରୁଛନ୍ତି। ଆଜି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଅଚାନକ ସ୍କୁଲର ପରିଦର୍ଶନରେ ଯାଇଥିଲେ। ଗଣ ଶିକ୍ଷ୍ୟା ମନ୍ତ୍ରୀ ପିଏମଶ୍ରୀ ଯୋଜନାରେ ସାମିଲ ହେଇଥିବା ଏହି ସ୍କୁଲ ଭିତରେ ପ୍ରବେଶ କରୁ କରୁ ସ୍କୁଲର ଅଳିଆ ଆବର୍ଜ୍ଜନା ଦେଖି ପ୍ରବଳ ରାଗି ଯାଇଥିଲେ। ସ୍କୁଲର ଅଳିଆ ଆବର୍ଜ୍ଜନା ଦେଖୁଥିଲେ ଲାଗୁ ଥିଲା କୌଣସି ପୌର ପରିଷଦର ଅଳିଆ ଆବର୍ଜ୍ଜନା କୁଡ଼। ସ୍କୁଲ ବାହାରେ ଯେମିତି ପରିସ୍ଥିତି ଶ୍ରେଣୀ ଗୃହରେ ଠିକ୍ ସେପରି। ପ୍ରତ୍ୟେକ ଡେସ୍କ ତଳେ କୁଡ଼ କୁଡ଼ ଅଳିଆ। ଅଳିଆ ଆବର୍ଜ୍ଜନା ଉପରେ ବସି ଛାତ୍ର ଛାତ୍ରୀ ମାନେ ପାଠ ପଡୁ ଥିଲେ। ଗଣଶିକ୍ଷା ମନ୍ତ୍ରୀ ଏହା ଦେଖିକି ବିରକ୍ତି ପ୍ରକାଶ କରିବା ସହ ରାଗି ଯାଇଥିଲେ ଓ ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଉପରେ ଭୀଷଣ ବର୍ଷୀ ଥିଲେ। ଅଳିଆ ଆବର୍ଜ୍ଜନା ସଫା କିପରି ହେବ ତାହା ଶିକ୍ଷକ ମାନଂକ ଦାୟିତ୍ୱ ବୋଲି ତାଗିଦ କରିଥିଲେ। ତୁରନ୍ତ ସ୍କୁଲର ଅଳିଆ ଆବର୍ଜ୍ଜନା ସଫା କରିବା ପାଇଁ ନିର୍ଦ୍ଧେଶ ଦେଲେ। ଆଉ ଥରେ ଏପରି ଦେଖିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ଦେଲେ ମନ୍ତ୍ରୀ। ଏକ ସୁନାମ ଅର୍ଜନ କରିଥିବା ସ୍କୁଲର ଅବସ୍ଥା ଦେଖି ଗଣଶିକ୍ଷା ମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ବର୍ତ୍ତମାନ ଠାରୁ ନିୟମିତ ଭାବେ ଏହି ସ୍କୁଲ ପରିଦର୍ଶନରେ ଆସିବି କହିଥିଲେ। ଗଣଶିକ୍ଷା ମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପି ସଂପାଦକ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ବିଯେପି ଏସ ସି ମୋର୍ଚ୍ଚା ର ଉପ ସଭାପତି ରମେଶ ଦାସ ଓ ମୁନା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
