ମୂଳିସିଂ ସହରହାଟ ରେ କର୍ମବୀର ଗୌରୀ ଶଙ୍କର ରାୟଙ୍କ ୧୮୭ ତମ ଜୟନ୍ତୀ ପାଳିତ l
=======================
ଝଙ୍କଡ ::-୧୩/୭ ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ କର୍ମବୀର ଗୌରୀଶଙ୍କର ରାୟ ଙ୍କ ୧୮୭ ତମ ଜନ୍ମ ଜୟନ୍ତୀ ତିର୍ତ୍ତୋଲ ବ୍ଲକ ଅଧିନସ୍ତ ମୂଳିସିଂ ପଞ୍ଚାୟତ ର ସହରହାଟ ସ୍ଥିତ ସେଣ୍ଟ ଜାଭିଅର୍ସ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ର ଚେୟାରମ୍ୟାନ ବିକ୍ରମ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସ୍ତମ୍ଭକାର ତଥା ପରିଷଦର ସଭାପତି ହିମାଂଶୁ ଆଚାର୍ଯ୍ୟ ଆଲୋଚନା ରେ ଭାଗନେଇ ମତ ଦେଇଥିଲେ ଯେ,ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଯେଉଁ କେତେଜଣ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ସେଥି ମଧ୍ୟରୁ କର୍ମବୀର ଗୌରୀ ଶଙ୍କର ରାୟ ଅନ୍ୟତମ ବିନ୍ଧାଣି ଭାବେ ଗଣ୍ୟ ହୁଅନ୍ତି l ଅନ୍ୟତମ ଆଲୋଚିକା ଭାବେ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା ତାଙ୍କ ବକ୍ତବ୍ୟରେ ପ୍ରଥମ ଓଡ଼ିଆ ଖବର କାଗଜ ଉତ୍କଳ ଦୀପିକା ର ସ୍ଥାନ ସ୍ୱତନ୍ତ୍ର ବୋଲି ମତ ରଖିଥିଲେ l ଯାହାକି ପରବର୍ତ୍ତୀ କାଳରେ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ନିର୍ଦ୍ଧେଶକ ବିକ୍ରମ ଜେନା,ଶିକ୍ଷୟିତ୍ରୀ ସୋନାଲି ମହାରଣା,ମୋନାଲିସା ଭଟ୍ଟ, ଶୁଭସ୍ମିତ ସିଂହ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି ସ୍ବର୍ଗତଃ ରାୟ ଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ l ପରିଶେଷରେ ଶିକ୍ଷୟିତ୍ରୀ ସୁଦେଷ୍ଣା ଦାସ ଧନ୍ୟବାଦ ଅର୍ପଣ କରିଥିଲେ lଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା
