October 5, 2024

ସୋଲାର ଜଳ ପ୍ରକଳ୍ପ ଅଚଳ , କୂଅ ଭରସାରେ ଗ୍ରାମବାସୀ , ପ୍ରତିକାର ଦାବି 

Share

 

ବୁଗୁଡା : ତା: ୧୪/୦୭/୨୪ : ବୁଗୁଡା ବ୍ଲକ କରଚୁଲି ପଞ୍ଚାୟତ ଅନ୍ତର୍ଗତ କହ୍ନେଇପୁର ଗାଁରେ ସୋଲାର ଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଥିବାରୁ ସମସ୍ତ ଗ୍ରାମବାସୀ ବାଧ୍ୟ ହୋଇ ଗାଁର ଏକ କୂଅ ଉପରେ ନିର୍ଭର କରିବାକୁ ପଡୁଥିବାର ଜଣାଯାଇଛି । ଚଳିତ ବର୍ଷର ସାଧାରଣ ନିର୍ବାଚନର ବହୁ ପୂର୍ବରୁ ସେହି ସୋଲାର ଜଳ ପ୍ରକଳ୍ପର ମଟରଟି ଖରାପ ହୋଇଯିବାରୁ ଜଳ ଯୋଗାଣ ବ୍ଯାହତ ହୋଇଆସୁଅଛି । ଫଳରେ ଗ୍ରାମବାସୀ ସେହି ଗାଁରେ ଥିବା ଏକ କୂଅକୁ ପରିଷ୍କାର କରି ତାହାର ଜଳକୁ ପିଇବା ସହ ଅନ୍ୟ କାର୍ଯ୍ୟରେ ବ୍ଯବହାର କରିବାକୁ ବାଧ୍ଯ ହେଉଛନ୍ତି । ଏ ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ହେଁ ସମସ୍ତେ ଗ୍ରାମବାସୀଙ୍କୁ ଭଣ୍ଡାଇ ଚାଲିଛନ୍ତି । ଅନ୍ୟପକ୍ଷରେ ନିର୍ବାଚନ ସରିଲେ ସେହି ଅଚଳ ସୋଲାର ପ୍ରକଳ୍ପ ବ୍ଯବସ୍ଥାକୁ ସଜାଡି ଜଳ ଯୋଗାଣ ସ୍ବଭାବିକ ହେବ ବୋଲି ଆଶାବାନ୍ଧି ବସିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଫଳରେ ବର୍ଷା ଦିନରେ କୂପ ଜଳକୁ ବିଶୋଧନ ନକରି ବ୍ଯବହାର କଲେ ଜଳ ଜନିତ ବିଭିନ୍ନ ରୋଗ ହେବାର ସମ୍ଭାବନା ମଧ୍ୟ ରହିଛି । ତେବେ ସେତେ ଭଲ ଅବସ୍ଥାରେ ନଥିବା ସେହି କୂଅର ଜଳ ଭରସାରେ ରହିଥିବା କହ୍ନେଇପୁର ଗ୍ରାମବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଯଥାଶୀଘ୍ର ଅଚଳ ସୋଲାର ଜଳ ପ୍ରକଳ୍ପକୁ କାର୍ଯ୍ଯକ୍ଷମ କରିବାକୁ ଦାବି ହେଉଛି ।