November 21, 2024

ଗାୟତ୍ରୀ ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ

Share

ଗାୟତ୍ରୀ ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ |

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଗୁଣପୁର ସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟରେ ମୁଖ୍ଯ ନିର୍ବାଚନ ଆୟୋଗ,ଓଡ଼ିଶା ଙ୍କ ନିର୍ଦ୍ଦେଶ କ୍ରମେ ଭୋଟର ସ୍ବାକ୍ଷରତା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇଲେକ୍ଟ୍ରୋଲ ଲିଟରେସି କ୍ଲବ୍ ( ଇ ଏଲ ସି) ନାମରେ ଏକ ଗ୍ରୁପ ନୁତନ ଭୋଟର ଅଧିକାର ସାବ୍ୟସ୍ତ କରିବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଗଠନ କରାଯାଇଥିଲା । ପ୍ରଶାସନିକ ଅଧିକାରୀ ପି.ଭି କୋଟେଶ୍ୱର ରାଓଙ୍କ ଅଧ୍ଯକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରିନ୍ସିପାଲ ଡଃ.ପ୍ରକାଶ ଚନ୍ଦ୍ର ସେନାପତି,ଡଃ.କାହ୍ନୁଚରଣ ଚରଣ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ । ଜଣେ ବ୍ୟକ୍ତି ୧୮ବର୍ଷରେ ପଦାର୍ପଣ କରିବା ପରେ ଭୋଟର ହିସାବରେ ପରିଗଣିତ ହୁଏ । ସେ ଭୋଟଦେବା ଦ୍ବାରା ଦେଶର ଜନନାୟକ ନିର୍ବାଚିତ ହୁଅନ୍ତି ଏବଂ ଦେଶ ଶାସନର ଦାଇତ୍ବ ନେଇଥାନ୍ତି । ଏଣୁ ସମସ୍ତ ଭୋଟର ନିଜର ମତ ସାବ୍ୟସ୍ତ କରିବା ଉଚିତ ବୋଲି ପ୍ରିନ୍ସିପାଲ ଡଃ.ସେନାପତି ନିଜ ଅଭିଭାଷଣରେ କହିଥିଲେ । ସେହିପରି ସମସ୍ତ ଭୋଟର ସଚେତନ ହୋଇ ନିଜ ନିଜର ମତଦାନ ଏବଂ ଅଧିକାର ସାବ୍ୟସ୍ତ କରିବା ଜରୁରି ବୋଲି ପ୍ରଶାସନିକ ଅଧିକାରୀ ପି.ଭି କୋଟେଶ୍ୱର ରାଓ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଯୋଗଦେଇଥିଲେ । ସୌମ୍ଯ ବିଶ୍ବାଳ ଓ ରାଜିବ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।