June 15, 2025

ନିଷ୍ଠା ପରିବାର ର ୧୬ତମ ପ୍ରତିଷ୍ଠା ଦିବସ ଓ ବିଶ୍ୱ ରକ୍ତ ଦାତା ଦିବସ ପାଳନ ଅବସରେ ୬୫ୟୁନିଟ୍ ରକ୍ତ ସଂଗୃହୀତ 

IMG-20250614-WA0087
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ବରଗଡ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଞ୍ଚାୟତ ର ଆନ୍ଧ୍ର କେମ୍ଫ ଠାରେ ଗଢ଼ି ଉଠିଥିବା ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରର ୧୬ତମ ପ୍ରତିଷ୍ଠା ଦିବସ ଓ ବିଶ୍ଵ ରକ୍ତ ଦାତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହାର ପ୍ରଥମ ଅଧିବେଶନ ସକାଳ ୯ଟା ରେ ସ୍ବର୍ଗତ ଆଶିଷ ଭୋଇ ଙ୍କ ସ୍ମୃତି ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରକ୍ତ ଦାନ ଶିବିର କୁ ମୁଖ୍ୟ ଅତିଥି ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୩୩ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ୩୨ୟୁନିଟ ରକ୍ତ ସର୍ବମୋଟ ୬୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ନିଷ୍ଠା ପରିବାର ର ବାର୍ଷିକ ଉତ୍ସବ ପାଳନ ଅବସର ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭା ରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ,ସମ୍ବାନୀତ ଅତିଥି ଭାବରେ ଭୀମସାର ବୁର୍ଲା ର ଆସିଷ୍ଟାଣ୍ଟ ପ୍ରଫେସର  ଡାକ୍ତର ଶଙ୍କର ରାମ ଚନ୍ଦାନୀ ଯୋଗ ଦେଇ ଥିଲେ। ଏହି ଅବସର ରେ ସମାଜ ସେବା ପାଇଁ ବାଘଝୁଲା, ଗାଇସିଲେଟ ର ସମିର ଦିବ୍ୟାଙ୍ଗ ସହାୟତା ଟ୍ରଷ୍ଟ , ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ ଓଡିଶା ଟପର ସୁଶ୍ରୀ ବବିତା ରଥ ଙ୍କୁ ନିଷ୍ଠା ଶିକ୍ଷାର୍ଥୀ ସମ୍ବାନ ଓ

ସ୍ବର୍ଗତ ଆଶିଷ ଭୋଇ ଙ୍କ ମାଁ ଆଲ୍ଲାଦିନୀ ଭୋଇ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ନିଷ୍ଠା ର ସଭାପତି ଶ୍ରୀ ରକ୍ଷପାଲ ସାହୁ ସଭାପତିତ୍ବ କରିଥିବା ବେଳେ, ମଞ୍ଚ ପରିଚାଳନା ମଦନ ମୋହନ ଦାଶ, ଉପଦେଷ୍ଠା ଅଶ୍ୱିନୀ ତ୍ରିପାଠୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ,ବିବରଣୀ ପାଠ ସଂପାଦକ ଲୋକନାଥ ସାହୁ,ଧନ୍ୟବାଦ ଅର୍ପଣ କ୍ଷୀରୋଦ୍ର ସାହୁ

କରିଥଲେ। ଦ୍ଵିତୀୟ ଅଧିବେଶନ ରେ ନିଷ୍ଠା ପରିବାର ର ନୂତନ କାର୍ଯ୍ୟକାରୀ କମିଟି ଗଠନ ହୋଇଥିଲା। ସଭାପତି ଭାବରେ ଶ୍ରୀ ଅଶ୍ୱିନୀ ତ୍ରିପାଠୀ, ସଂପାଦକ ଭାବରେ ଲୋକନାଥ ସାହୁ,କୋଷାଧ୍ୟକ୍ଷ ଭାବରେ ଶ୍ୟାମ ସୁନ୍ଦର ସାହୁ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କୁ ସର୍ବସମ୍ବତୀ କ୍ରମେ ମନୋନୀତ କରାଯାଇଥିଲା।