ସୋର ତହସିଲ ଓ ଜାତୀୟ ରାଜପଥ ତରଫରୁ ଜବରଦଖଲ ଉଛେଦ

ସୋର( ଦେବାଶିଷ ଦାଶ )
ସୋର ତହସିଲ ଓ ଜାତୀୟ ରାଜପଥ ପକ୍ଷରୁ ଜାତୀୟ ରାଜପଥ କଡରେ ଥିବା ସରକାରୀ ଜାଗାରୁ ଜବରଦଖଲ ଉଛେଦ କରାଯାଇଛି। ଆଜି ମଧ୍ୟାହ୍ନରେ ସୋର ତହସିଲଦାର ଦୈତାରି ମଲ୍ଲିକ ଓ ଜାତୀୟ ରାଜପଥର ଅଧିକାରୀ ଏବଂ କର୍ମଚାରୀ ମାନେ ଏକ ପ୍ଲାଟୁନ ପୁଲିସ ଫୋର୍ସ ସହାୟତାରେ ଏହି ଜବରଦଖଲ ଉଛେଦ କରିଥିଲେ। ବରଫକଳ ଛକରୁ ଟିଭିଏସ ସୋରୁମ ପର୍ଯ୍ୟନ୍ତ ୭ ଶହ ମିଟର ମଧ୍ୟରେ କରାଯାଇଥିବା ଜବରଦଖଲକୁ ଉଛେଦ କରାଯାଇ ପାଣି ନିଷ୍କାସନ ପାଇଁ ନାଳ କରାଯାଇଥିଲା।ଏହି ସମୟରେ ସୋର ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଂଜନ ପ୍ରଧାନ, ବିଜିସିସିର ନିରଞ୍ଜନ ପଡି଼ଆରୀ,ସୁଭମ ସିଂ,ବିଶ୍ୱଜିତ ସେଠି,ସିଦ୍ଧାର୍ଥ ଦାସ ଓ ଆରଆଇ କମଳାକାନ୍ତ ବାରିକଙ୍କ ସମେତ ସୋର ପୁଲିସ ଉପସ୍ଥିତ ରହି ଜବରଦଖଲ ଉଛେଦ କରିଥିଲେ ।