March 9, 2026

ନବରଙ୍ଗପୁର ସଦରମହକୁମା ସ୍ତରୀୟ ଲୋକକଳା ଦିବସ ଓ ରଜପର୍ବ ପାଳିତ।

IMG-20230614-WA0059
Share

 

(ନବରଙଗପୁର ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

 

ନବରଙ୍ଗପୁର ତା 14/6 ନବରଙ୍ଗପୁର ସଦରମହକୁମା ସ୍ତରୀୟ ଲୋକକଳା ଦିବସ ଓ ରଜପର୍ବ ସ୍ତାନୀୟ ମିଶନ ଶକ୍ତି ସଭା ଗୃହରେ ପାଳିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ବିଭାଗ ଓ ନବରଙ୍ଗପୁର ବ୍ଲକ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଳନ ଅବସରରେ କଳାକାର ମାନଙ୍କୁ ନେଇ ନାଚ ଗୀତ ମାଧ୍ୟମ ରେ ଏକ ଶୋଭାଯାତ୍ରା ଜିଲ୍ଲା ସଂସ୍କୃତି ଭବନ ରୁ ବାହାରି ମିଶନ ଶକ୍ତି ସଭା ଗୃହ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ମିଶନ ଶକ୍ତି ସଭା ଗୃହରେ ଅନୁଷ୍ଠିତ ଉତ୍ସବ ର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଯୋଗଦେଇ ସମସ୍ତଙ୍କୁ ସ୍ଵାଗତ ପୂର୍ବକ ପବିତ୍ର ରଜପର୍ବ ପାଳନ ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ସମାଜରେ ମଣିଷ ର ଜୀବନ ଜିବିକା ସହିତ ସଂସ୍କୃତି ଜଡିତ। ଏଥି ପାଇଁ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ଆଜି ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ପ୍ରତ୍ୟେକ ବ୍ଳକ ଏବଂ ସଦର ମହକୁମା ରେ ରଜପର୍ବ ସହିତ ଲୋକକଳା ଦିବସ ପାଳନ କରାଯାଉଛି ଏହି ଅବସରରେ ମୁଁ ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଉଛି କହି ଜିଲ୍ଲାପାଳ ଡଃ ମିଶ୍ର ରଜପର୍ବ ଓ ଲୋକକଳା ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।

ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡଃ ବିଜୟ କୁମାର ମିଶ୍ର, ବିଜୟ କୁମାର ଚୌଧୁରୀ,ଜେମାମଣି ବିଶୋଇ,ପ୍ରେମଚାନ୍ଦ ପଟ୍ଟନାୟକ, ପ୍ରଭାସିନି ମହାନ୍ତି ଯୋଗଦେଇ ଉତ୍ସବ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ଅନୁଷ୍ଟିତ ଝୋଟି ପ୍ରତିଯୋଗୀତା ର କୃତୀ ପ୍ରତିଯୋଗୀମାନଙ୍କୁ ଏବଂ କଳାକାର ମାନଙ୍କୁ ଜିଲ୍ଲାପାଳ ଙ୍କ ଙ୍କ ଦ୍ଵାରା ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା। କବି ଜେମାମଣି ଙ୍କ ଲିଖିତ ରଜପର୍ବ ଗୀତ ସମ୍ପର୍କିତ ଏକ ପୁସ୍ତକ ର ଉନ୍ମୋଚନ ଜିଲ୍ଲାପାଳ ଙ୍କ ଦ୍ଵାରା କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲାବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିରାମ ହରିଜନ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଦେବଦାସ ମହାକୁଡ,ମନୋଜ କୁମାର ପଟ୍ଟନାୟକ, ଜଗନ୍ନାଥ ବେହେରା, ସଙ୍ଗୀତ ତ୍ରିପାଠୀ, ଦିଲୀପ ହୋତା,ଯୁଗଳ କିଶୋର ପଟ୍ଟନାୟକ,ଫାଲଗୁନି ପାତ୍ର,ଦୁର୍ଗା ପ୍ରସାଦ ପାଢୀ,ଏ.ସନ୍ତୋଷ, ନିଳକଣ୍ଠ ନାୟକ, ନାଟ ଗୁରୁ,କଳାକାର ପ୍ରମୁଖ ଯୋଗାଇଥିଲେ।