ଉମରକୋଟ ବ୍ଲକ ଅଧିନସ୍ଥ ଡଙ୍ଗରିଗୁଡା ରେ ତପେଶ୍ୱରୀ ମଣ୍ଡେଇ ଅନୁଷ୍ଠିତ……….

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ ) ଉମରକୋଟ ବ୍ଲକ ଅଧିନସ୍ଥ ହୀରାପୁର ଗ୍ରାମ ପଂଚାୟତର ଡଙ୍ଗରିଗୁଡ଼ା ଗ୍ରାମ ଠାରେ ମାଁ ତପେଶ୍ୱରି ମାତା ମଣ୍ଡେଇ ଯାତ୍ରା ଆଜି ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଗ୍ରାମର ପୂଜାରୀ ରେନୁ ସାନ୍ତା ଓ ସରାଗୁଡ଼ା ର ଶିରା ମୁଖ୍ୟ ହରି ଶିରା ସମେତ ଚୈତନ୍ୟ ଶିରା ସନପତ୍ ଶିରା , ବୈସାଖୁ ଶିରା ଓ ଦୁର୍ଜନ ସିର। , ହୀରାପୁର ପୂଜାରୀ ମୋହନ ପୂଜାରୀ ପ୍ରମୁଖ ପୁଜାରୀ ଓ ଶିର। ଯୋଗ ଦେଇ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ମୂଖ୍ୟ ଅତିଥି ଭାବେ ପୋଡ଼ାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଟା କୈଳାଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ଏହି ମଣ୍ଡେଇ ରେ ଯୋଗଦେଇ ଥିବା ଦେବଦେବୀ ଙ୍କ ପ୍ରତୀକ ଲାଠି କୁର୍ଚି, ହୀରାପୁର, ସରାଗୁଡ଼ା ,ଜାମରଣ୍ଡା ,ଡଙ୍ଗରି ଗୁଡା , ମାଲବେଡା ଗ୍ରାମ ରୁ ଆସିଥିବା ମାଁ ଚଣ୍ଡୀ ଙ୍କ ବିମାନ ଆକର୍ଷଣୀୟ ହୋଇଥିଲା। ପୂଜକ କୈଳାସ ସାନ୍ତା ଓ ଶ୍ରୀଧର ସାନ୍ତା ବିମାନ ଧାରି ମାନେ ବିମାନକୁ ସୁସଜ୍ଜିତ କରି ଆଣି ମଣ୍ଡେଇ ପରିକ୍ରମା କରିଥିଲେ। ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ରାତ୍ରରେ ନାଟକ ପରିବେଷିତ ହୋଇଥିଲା। ଗ୍ରାମର ମୁଖ୍ୟ ତଥା ହୀରାପୁର ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ନମି ସାନ୍ତା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମଣ୍ଡେଇ ପରିଚାଳନା କମିଟି ସଭ୍ୟ ଙ୍କୁ ନେଇ ଯାତ୍ରା କୁ ସଫଳ ଭାବେ ପରିଚାଳନା କରିଥିଲେ।