July 3, 2024

ନା ବାଳିକା ଝିଅର ମୃତ୍ୟୁ ଘଟଣାରେ ଦୁଇ ଗିରଫ ଅନ୍ୟ ଦୁଇ ଜଣ ଫେରାର….

Share

 

୧.ଲଭ୍ ସେକ୍ସ ଧୋକା ୨- ପ୍ରଥମେ ପ୍ରେମ ଓ ପରେ ପ୍ରତାରଣା ୩- ହତ୍ୟା ନାଁ ଦୁର୍ଘଟଣା ୪-ସନ୍ଧେହ ଘରରେ ପରିବାର ଲୋକେ ୫-ନାଁ ବାଳିକା ଝିଅର ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ବାପା ଆଣିଲେ ହତ୍ୟା ଅଭିଯୋଗ ୬-ବାପ ପୁଅ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସାବତ ମା ଓ ଆଉ ଏକ ପୁଅ ଫେରାର। ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ବାଲିପାଟଣା ଗ୍ରାମରେ।ତେବେ ବାଲିପାଟଣା ଗ୍ରାମର ହିରନ୍ୟ ସାମଲଙ୍କ ପୁଅ ପ୍ରଫୁଲ୍ଲ ସାମଲ କୁଜଙ୍ଗ ବ୍ଲକ ଗୋପିଆକୁଦ ପଞ୍ଚାୟତ ଦୁଆଡ଼ିଆ ଗ୍ରାମ ୨ ନଂ ୱାଡ଼ର ସୁରେନ୍ଦ୍ର ପଣ୍ଡାଙ୍କ ୧୭ ବର୍ଷୀୟ ନାଁ ବାଳିକା ଝିଅ ଦ୍ଵିପା ପଣ୍ଡାଙ୍କୁ ଭଲପାଇ ବସିଥିଲେ।ମାତ୍ର ଦୁହିଁଙ୍କ ମଧ୍ୟରେ ନିବିଡ଼ ପ୍ରେମ ସମ୍ପକ୍ ଗଢ଼ି ଉଠି ଥିବା ବେଳେ ଗତ ମାର୍ଚ୍ଚ ମାସ ୨୪ ରେ ଦ୍ୱିପା ଘର ଛାଡ଼ି ଯାଇଁ ପ୍ରେମିକ ପ୍ରଫୁଲ୍ଲଙ୍କ ପାଖରେ ଥିବା ବେଳେ ଚଳିତ ମଇ ମାସ ୫ ତାରିଖରେ ମୃତ୍ୟୁ ବରଣ କରିଥିଲେ।ତେବେ ୧୭ ବର୍ଷୀୟ ନାଁ ବାଳିକା ଦ୍ୱିପା ପ୍ରଫୁଲ୍ଲଙ୍କ ସାଙ୍ଗରେ କୌଣସି ସ୍ଥାନକୁ ଯାଉଥିବା ବେଳେ ଦୃଘଟଣା ଗ୍ରସ୍ତ ହୋଇ ସଙ୍କଟାପୂର୍ଣ୍ଣ ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ମାତ୍ର ତାଙ୍କୁ ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ।ଯାହାକୁ ନେଇ ନାଁ ବାଳିକା ଝିଅ ଦ୍ଵିପାଙ୍କ ପରିବାର ଲୋକଙ୍କ ସନ୍ଧେହ ସୃଷ୍ଟି ହେବାରୁ ତାଙ୍କ ବାପା ସୁରେନ୍ଦ୍ର ପଣ୍ଡା ଏରସମା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଏରସମା ପୋଲିସ ଏତଲାକୁ ପଞ୍ଜୀକୃତ କରିବା ସହ ବିଭିନ୍ନ ଦଫା ଲଗାଇ ପ୍ରଫୁଲ୍ଲ ସାମଲ ଓ ତାଙ୍କ ବାପା ହିରନ୍ୟ ସାମଲଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରୀ ରଖିଛି।

ଅନ୍ୟ ପଟେ ଦ୍ଵିପାଙ୍କ ଓ ପ୍ରଫୁଲଙ୍କ ମଧ୍ୟରେ ଉଭୟ ପରିବାର ଲୋକେ ଜାଣିବା ପରେ ଦୁହିଁଙ୍କ ବିବାହ ପାଇଁ ଭଦ୍ର ବ୍ୟକ୍ତିଙ୍କ ମାଧ୍ୟମରେ ଯୋଗାଯୋଗ ହୋଇଥିଲା।ତେବେ ସମସ୍ତ ବୁଝାମଣା ଭିତରେ କାହିଁକି ଏପରି ପରିସ୍ଥିତି ସୃଷ୍ଟି ହେଲା ତାକୁ ନେଇ ସନ୍ଧେହ ଘରରେ ପରିବାର ଲୋକେ ଓ ପଡ଼ୋଶୀ।ଘଟଣାର ସଠିକ୍ ଭାବେ ତଦନ୍ତ କରାଯାଇ ଅନ୍ୟ ମାନଙ୍କୁ ଗିରଫ କରାଯାଉ ନଚେତ୍ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କର୍ଯ୍ୟାଳୟ ଘେରାଉ କରାଯିବ ବୋଲି ପଡ଼ୋଶୀ ମହିଳା ଚେତାବନୀ ଦେଇଛନ୍ତି।

ଖାଲି ଦେଖିବାକୁ ବାକି ରହିଲା ୨୦ଦିନ ବିତିଗଲା ହେଲେ ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତ ମାନଙ୍କୁ କେବେ ଗିରଫ କରୁଛି ଏରସମା ପୋଲିସ ତାହା ଉପରେ ରହିଛି ସମସ୍ତଙ୍କ ନଜର। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)