ସରିଲା ଭିତର ରତ୍ନଭଣ୍ଡାର ଗଣତିମଣତିର ପ୍ରଥମ ଦିନ
ସରିଲା ଭିତର ରତ୍ନଭଣ୍ଡାର ଗଣତିମଣତିର ପ୍ରଥମ ଦିନ । ପ୍ରଥମ ଦିନରେ ଦେଖିବାକୁ ମିଳିଲା ଅଲୌକିକ ଦୃଶ୍ୟ । ଭିତର ଭଣ୍ଡାରକୁ ଗଣତି ପାଇଁ ଯିବା ପୂର୍ବରୁ ଛିଡ଼ିଲା ଦେବୀ ସୁଭଦ୍ରାଙ୍କ ଅଧରମାଳା । ଆଜି ୪୮ ବର୍ଷ ପରେ ପ୍ରଥମ ଥର ପାଇଁ ଭିତର ରତ୍ନଭଣ୍ଡାରର ଅଳଙ୍କାର ଗଣତି ହୋଇଛି ।
ଆଜି ପ୍ରଥମ ଦିନରେ ପ୍ରାୟ ୫ ଘଣ୍ଟା ୨୨ ମିନିଟ୍ ଧରି ଗଣତି ହୋଇଛି । ସକାଳ ଧୂପ ପରେ ୧୨ଟା ୨୫ ରୁ ୫ଟା ୪୭ ପର୍ଯ୍ୟନ୍ତ ଚାଲିଥିଲା ଗଣତି । ପ୍ରଥମ ଦିନରେ ଦୁଇଟି ସିନ୍ଦୁକକୁ ଶ୍ରୀମନ୍ଦିର ଭିତର ଭଣ୍ଡାରକୁ ନିଆଯାଇଥିଲା । ସୁନା ଅଳଙ୍କାରଗୁଡ଼ିକୁ ହଳଦିଆ ମୁଣିରେ ଓ ରୁପାକୁ ଧଳା ମୁଣିରେ ରଖାଯାଇଛି । ଅନ୍ୟାନ୍ୟ ରତ୍ନକୁ ନାଲି ମୁଣିରେ ରଖିବା ପରେ ଏହାକୁ ଷ୍ଟିଲ୍ ବାକ୍ସରେ ରଖାଯାଇଛି । ଷ୍ଟିଲ ବାକ୍ସକୁ ସିନ୍ଦୁକ ଭିତରକୁ ନିଆଯାଇଛି ।
ପ୍ରତ୍ୟେକ ମୁଣିରେ ୨୦୨୬ର ନୂଆ ଟ୍ୟାଗ୍ ଲଗାଯାଇ ସିନ୍ଦୁକରେ ରଖାଯାଇଛି । ଆହୁରି ୪ଟି ସିନ୍ଦୁକ ପ୍ରସ୍ତୁତ ହୋଇ ରହିଛି । ଓଜନ ମାପ ସହ ଅଳଙ୍କାର ଚିହ୍ନଟ ହେଉଛି ।୧୯୭୮ର ତାଲିକା ଅନୁଯାୟୀ କ୍ରମିକ ସଂଖ୍ୟା ସହ ମେଳକ କରାଯାଇ ରଖାଯାଉଛି । ଆସନ୍ତାକାଲି ଓଡ଼ିଆ ନବବର୍ଷ ଥିବାରୁ ବନ୍ଦ ରହିବ ଗଣତି କାର୍ଯ୍ୟ । ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ପୁଣି ଥରେ ଭିତର ଭଣ୍ଡାର ଗଣତି କାର୍ଯ୍ୟ ଚାଲିବ । ଏହା ପରେ ଭିତର ଚନ୍ଦନ ଯାତ୍ରା ଯୋଗୁଁ ବନ୍ଦ ରହିବ ଗଣତି । ବାହାର ଚନ୍ଦନ ଯାତ୍ରା ସମୟରେ ନୀତି କାନ୍ତିକୁ ନଜରରେ ରଖି ନିଷ୍ପତ୍ତି ହେବ । ମନ୍ଦିର କମାଣ୍ଡରଙ୍କ ସହ ଆଲୋଚନା ପରେ ପୁଣି ଗଣତି କାର୍ଯ୍ୟ କେବେ ହେବ । ଆଜି ଭିତର ଭଣ୍ଡାରକୁ ଯିବା ପୂର୍ବରୁ ଛିଡ଼ିଲା ଦେବୀ ସୁଭଦ୍ରାଙ୍କ ଅଧରମାଳା । ଛତିଶା ନିଯୋଗ ମହାନାୟକ କହିଲେ ‘ମାଆ ଦେଲେ ଶୁଭ ସୂଚନା’ ।
