ଉମରକୋଟ ଠାରେ ଓଡ଼ିଆ ପକ୍ଷ ପାଳନ…….

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଓଡ଼ିଆ ପକ୍ଷ ପାଳନ ଅବସରରେ, ଆମ ସଂସ୍କୃତି ଓ ପରମ୍ପରା କୁ ବଜାୟୀ ରଖିବା ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଆଜି ଉମରକୋଟ ମୁନିସିପାଲିଟି ଆନୁକୂଲ୍ୟରେ ଏକ ପାରମ୍ପରିକ ଖାଦ୍ୟ ପାଳନ ଅଭିଯାନ ତଥା ଆମ ରୁଚି ଓ ଆମ ଖାଦ୍ୟ ଉତ୍ସବ ପାଳନ କରାଯାଇଥିଲା। ଏହା ମୁନିସିପାଲିଟି କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀ ଆଲୋକ କୁମାର ଅନୁଗଳିଆ ଙ୍କ ତତ୍ୱବୋଧନରେ ଏହାର ଆୟୋଜନ କରାଯାଇଥିଲା। ଏହି କାର୍ଯକ୍ରମରେ ବିଭିନ୍ନ ପ୍ରକାର ଓଡ଼ିଆ ମାନଙ୍କର ପରମ୍ପରା ଅନୁସାରେ ବିଭନ୍ନ ପ୍ରକାର ଖଦ୍ୟ ପ୍ରସ୍ତୁତି କରାଯାଇଥିଲା. ଏଥିରେ ଓଡ଼ିଆ ମାନଙ୍କର ପଖାଳ କଂସା, ଆଳୁ ଭରତା, ବାଇଗଣ ଭରତା,ନବରଙ୍ଗପୁର ଆଦିବାସୀ ମାନଙ୍କ ପରମ୍ପରା ଖାଦ୍ୟ ଆମଟ,ଯାଉ ପେଜ, ଶାଗ, ମାଛ, ବିରିଡାଲି, ଦେଶୀ କୁକୁଡ଼ା ମାଂସ, ବଡ଼ି ଚୁରା, ଭଳି ଅନେକ ଖାଦ୍ୟ ବେଞ୍ଜନ କରି ଅଥିତି ମାନଙ୍କୁ ଖାଦ୍ୟ ପରସା ଯାଇଥିଲା. ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ଭାବେ କ୍ୟାବିନେଟ ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଅଶୋକ କୁମାର ପାଢ଼ୀ ଓ ନବରଙ୍ଗପୁର ସଂସଦ ଶ୍ରୀବଳଭଦ୍ର ମାଝୀ ଙ୍କ ପ୍ରତିନିଧି ଶ୍ରୀ ରାମ ନାୟକ ଯୋଗ ଦେଇ ଥିବା ବେଳା ସନମାନିତ ଅତିଥି ଭାବେ ମୁନିସିପାଲିଟିର ଅଧକ୍ଷା ଶ୍ରୀମତୀ ରାଧା ଭତ୍ରା, ବିଜ୍ଞପିତ ଅଂଚଳ ପରିଷଦ ପୂର୍ବତନ ଅଧକ୍ଷ ଶ୍ରୀ ଝାଡ଼େଶ୍ୱର ମହାନ୍ତି,ଉପାଧ୍ୟକ୍ଷା ଶ୍ରୀମତୀ ଗୌରୀ ପଟ୍ଟନାୟକ, କାଉନସିଲର ଅକ୍ଷୟ କୁମାର ସାହୁ.ଅତିରିକ୍ତ ତହସିଲଦାର ଶ୍ରୀ ନୀଳାମ୍ବର ପୂଜାରୀ ଯୋଗଦେଇଥିଲେ। ସେହି ପରି ବରଣ୍ୟ ଅତିଥିଭାବେ ମୁନିସିପାଲିଟିର କାଉନସିଲେର ମୁନା ପାଢ଼ୀ,ମୋନଜ ନାୟକ,ଶ୍ରୀମତୀ ଇତିଶ୍ରୀ ଦଳାଇ, କୁମାରୀ ନିଲମ ହରିଜନ, କୁମାରୀ ସରୋଜିନୀ ଶବର,ଶ୍ରୀମତୀ କନକଲତା ନାୟକ, ଶ୍ରୀମତୀ ଶିଖାରାଣୀ ସରକାର, ଶ୍ରମତି ଚିନ୍ମୟୀ ଠାକୁର,ସହ ସମସ୍ତ କାଉନସିଲେର ମାନେ ଯୋଗଦେଇଥିଲେ।ଏଥିରେ ଓଡ଼ିଆ ପରମ୍ପରା କୁ ଆଖି ଆଗରେ ରଖି ରନ୍ଧା ଯାଇଥିବା ଖଦ୍ୟକୁ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ନିମନ୍ତ୍ରିତ ଅତିଥି ମାନଙ୍କୁ ଖାଦ୍ୟପରସା ଯାଇଥିଲା।ଏହି କାର୍ଯ୍ୟକ୍ରମରେ ଯୋଗାଇଥିବା ନିମନ୍ତ୍ରିତ ଅତିଥି ମାନେ ଖାଦ୍ୟ ଖାଇସାରିବା ପରେ ଖାଦ୍ୟ ଗୁଡିକର ସ୍ୱାଦ, ସୁବାସ ସମ୍ପର୍କରେ ଭୁରି,ଭୁରି ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ସହଯୋଗ କରିଥିଲେ ମୁନିସିପାଲିଟିରେ କାର୍ଯ୍ୟରତ କର୍ମଚାରୀ ଦମ୍ବୁରୁ ମାଝୀ, ମୁଖ୍ୟ କିରାଣୀ ନାଗେଶ୍ୱର ରାଓ, ଲକ୍ଷ୍ମୀନାରାୟଣ ଗୌଡ଼, ସି.ଭି. ରାଓ ଓ ଅନ୍ୟମାନେ ଶେଷରେ ଯୋଗ ଦେଇଥିବା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ ଅନୁଗଳିଆ।