April 15, 2025

ସୋରରେ ପୁଣି ରାତି ୨ଟାରେ ହାତ ଗୋଡ଼ ବାନ୍ଧି ନେଇଗଲେ ଲକ୍ଷାଧିକ ଟଙ୍କା ଓ ଗହଣା, ପୋଲିସ ହାତ ଖାଲି..

Share

 

ବାଲେଶ୍ବର ( ଦେବାଶିଷ ଦାଶ )

ବାଲେଶ୍ବର ଜିଲ୍ଲା ସୋର ଥାନା ଅନନୁପୁର ଫାଣ୍ଡି ଅଧୀନ ତେଣ୍ଟେଇ ପଞ୍ଚାୟତ ତେଣ୍ଟେଇ ଗ୍ରାମର ପୋଷ୍ଟ ମାଷ୍ଟରଙ୍କ ଘରୁ ହାତଗୋଡ଼ ବାନ୍ଧି ପାଞ୍ଚ ଲକ୍ଷ ନଗଦ ଟଙ୍କା ସହିତ ଝିଅ ବାହାଘର ପାଇଁ ରଖାଯାଇଥିବା ୫ ଭରି ସୁନା ଲୁଟ ହୋଇଥିବା ଜଣାପଡିଛି। ଏହି ଗ୍ରାମର ବଟକୃଷ୍ଣ ମଳିକ ସ୍ଥାନୀୟ ପୋଷ୍ଟ ଅଫିସରେ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟ କରନ୍ତି ।ଗତକାଲି ରାତିରେ ବଟକୃଷ୍ଣ ତାଙ୍କ ସ୍ତ୍ରୀ ସୁରତି ମଳିକ ଓ ଝିଅ ସୁନନ୍ଦା ମଳିକ ଖାଇପିଇ ଶୋଇଥ‌ିବା ବେଳେ ରାତି ୨ ଟା ସମୟରେ ଚାରିଜଣ କଳା ପୋଷାକ ପିନ୍ଧିଥିବା ଯୁବକ ଘର ପଛପଟ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ। ପରେ ବଟକୃଷ୍ଣ ଓ ତାଙ୍କ ସ୍ତ୍ରୀ ସୁରତୀଙ୍କ ହାତ ଗୋଡ଼ ବାନ୍ଧିବା ବେଳେ ଝିଅ ସୁନନ୍ଦା ମୋବାଇଲ ନେଇ ଫୋନ କରିବା ପାଇଁ ଉଦ୍ୟମ କରିବା ବେଳେ ତାଙ୍କ ବେକରେ ଭୁଜାଲି ଲଗାଇଦେଇଥିଲେ। ବଟକୃଷଙ୍କ ମୁଣ୍ଡରେ ଲୁହା ରଡ଼ ଲଗାଇ ଗଡ଼ରେଜ ଚାବି କାଠି ନେଇ ଝିଅ ବାହାଘର ପାଇଁ ରଖାଯାଇଥିବା ପାଞ୍ଚ ଲକ୍ଷ ନଗଦ ଟଙ୍କା ସହିତ ଗୋଟିଏ ନେକଲେସ, ୨ ହଳ କାନଫୁଲ,ଗୋଟିଏ ସୁନା ଚେନ ଓ ୨ ହଳ ପାଉଁଜି ଆଦି ମୋଟ ୫ ଭାରି ଓଜନର ଗହଣା ଲୁଟି ନେଇଥିଲେ। ପରେ ଏନେଇ ବଟକୃଷ୍ଣ ସୋର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନୁ ଆରମ୍ଭକରିଛି। ସୂଚନା ଯୋଗ୍ୟ ଗତ ଏକ ମାସ ତଳେ ସମାନ ଢଙ୍ଗରେ ଉକ୍ତ ଘର ଠାରୁ ମାତ୍ର କେଇ ମିଟର ଦୂରରେ ଜନୈକ ବ୍ୟକ୍ତିଙ୍କ ଘରେ ରାତିରେ ବୃଦ୍ଧ ପିତା ମାତାଙ୍କୁ ବାନ୍ଧି ଦୁର୍ବୁତ୍ତ ମାନେ ଘରୁ ଲୁଟ କରିଥିଲେ। ଆହୁରି ମଧ୍ୟ ତୁଡ଼ିଗଡ଼ିଆ ଶଙ୍କର ଜୁଏଲାରୀ ମାଲିକ ଓ ଓ ବାଗୁଡ଼ି ମା ସନ୍ତୋଷୀ ଜୁଏଲାରୀ ମାଲିକଙ୍କ ଘରୁ ହାତ ଗୋଡ଼ ବାନ୍ଧି ଲକ୍ଷାଧୂକ ଟଙ୍କା ସହ ସୁନା ଗହଣା ଲୁଟ କରିବା କୌଣସି ଏକ ଅଭ୍ୟାସଗତ ଡକାୟତ ଦଳଙ୍କ କାର୍ଯ୍ୟ ବୋଲି ସନ୍ଦେହ ସୃଷ୍ଟି କରୁଛି। ସବୁଠାରୁ ବଡ଼ କଥା ହେଲା ଯେଉଁ ସ୍ଥାନ ମାନଙ୍କରେ ରାତିରେ ଲୁଟ ହେଉଛି ଲୁଟର ସମୟ ରାତି ୨ ଟା ଡକାୟତି କରିବାର ଢଙ୍ଗ ମଧ୍ୟ ସମାନ। ଏ ବିଷୟରେ ପୂର୍ବରୁ “ଅପରାହ୍ନ” ଖବର କାଗଜ ସହ ଖବର ମଧ୍ୟ ପ୍ରସାରଣ କରାଯାଇଛି।ଏଣୁ ବର୍ତ୍ତମାନ ସୋର ପୋଲିସ ସୋରରେ ସୋରବାସୀଙ୍କ ସୁରକ୍ଷା ସହ ଧନ ଜୀବନର ସୁରକ୍ଷା କରିବା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।