ଆଜିର ଖବର….
୧-କଂଗ୍ରେସର ୯ ଲୋକସଭା ପ୍ରାର୍ଥୀ ଘୋଷଣା, ବାଲେଶ୍ବରରୁ ଲଢ଼ିବେ ଶ୍ରୀକାନ୍ତ ଜେନା,କେନ୍ଦ୍ରାପଡ଼ା ପାଇଁ ସିଦ୍ଧାର୍ଥ ସ୍ବରୂପ ଦାସ ଓ ଭୁବନେଶ୍ବର ପାଇଁ ୟାସିର ନୱାଜ।
୨-ଆଜିଠୁ ମା ସମଲେଶ୍ୱରୀଙ୍କ ପୀଠରେ ପାନ, ଗୁଟଖା ମନା,ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତଙ୍କୁ ଏସବୁ ବାରଣ।
୩-ଅମଳ ସରୁ ସରୁ ଆଳୁ ମହଙ୍ଗା: କେଜି ପିଛା ଦର ୨୮ରୁ ୩୦ ଟଙ୍କା ହେଲାଣି।
୪-ଶ୍ରୀମନ୍ଦିରରେ ଆଉ ପଶିପାରିବେନି ଅଣହିନ୍ଦୁ! ସିଂହଦ୍ୱାର ଜଗିବେ ପ୍ରତିହାରୀ ସେବକ।
୫-ଚିଲିକା ନଳବଣରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହେଇ ଜଳୁଛି ନଳବଣ ।
୬-ବିଜେଡ଼ିର ପ୍ରଥମ ଇସ୍ତାହାର କମିଟି ବୈଠକ, କମିଟିର ପରାମର୍ଶ ଆଧାରରେ ପ୍ରସ୍ତୁତ ହେବ ଇସ୍ତାହାର।
୭-ନିର୍ବାଚନ ପାଇଁ ରାଜନୈତିକ ଦଳର ନୂଆ ରଣକୌଶଳ, କିଏ କର୍ମୀଙ୍କୁ ନେଇ ବୈଠକ କରୁଛି ତ କିଏ ଗ୍ରାଉଣ୍ଡରେ ବୁହାଉଛି ଝାଳ।
୮-ଉଚିତ ପାରିଶ୍ରମିକ ଓ ଠିକ୍ ସମୟରେ ଦରମା ନ ମିଳିବାରୁକ୍ୟାପିଟାଲ ହସ୍ପିଟାଲ ପରିସରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ ଓ ସୁରକ୍ଷାକର୍ମୀ ।
୯-ବୈ।ଦ୍ଧ ଓ ଫୁଲବାଣୀରେ ପହଞ୍ଚିବା ପରେ ସାଂସଦ ଡ଼ ଅଚ୍ୟୁତ ସାମନ୍ତଙ୍କୁ ଦିଆଗଲା ବିପୁଳ ସମ୍ବର୍ଦ୍ଧନା।
୧୦-ଭୁବନେଶ୍ୱରରୁ ଡକାୟତି ଗ୍ୟାଙ୍ଗ ଗିରଫ,ଏକ କିଲୋ ସୁନା ଓ ନଗଦ ତିନି ଲକ୍ଷ ଟଙ୍କା ଗିରଫ।
୧୧-ଭୁବନେଶ୍ୱର:ଥାନା ସମ୍ମୁଖରୁ ଅଟୋ ଚୋରି, ୨ ଅଭିଯୁକ୍ତକୁ ବରମୁଣ୍ଡା ବସଷ୍ଟାଣ୍ଡରୁ କାବୁ କଲା ପୋଲିସ।
୧୨-ଭୁବନେଶ୍ୱର:ହିଟୱେଭ୍ ପାଇଁ ଏସିର ଏବେ ହାଇ-ଡିମାଣ୍ଡ୍, ମିଳୁନି ମନପସନ୍ଦ ବ୍ରାଣ୍ଡର ଏସି !ଏସି ! ଏସି ମିଳିଲେ ବି ହୋଇପାରୁନି ତତ୍କାଳ ଇନଷ୍ଟଲ୍ !
୧୩-ହେଲ୍ଥ ଡ୍ରିଙ୍କସ୍ ନୁହେଁ ବର୍ଣ୍ଣଭିଟା, ତୁରନ୍ତ ତାଲିକାରୁ ହଟାଇବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ।
୧୪-କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ଫଳ ଘୋଷଣା।
୧୫-IPL:ଶେଷ ପର୍ଯ୍ୟନ୍ତ ଲଢି ହାରିଲା ପଞ୍ଜାବ, ରାଜସ୍ଥାନର ପଞ୍ଚମ ବିଜୟ, ହିରୋ ସାଜିଲେ ହେଟମାୟର।
୧୬-ଖୋଲୁଛି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ଗୁମର । ୨୫ କୋଟି ଦେବାକୁ ଧମକ ଦେଇଥିଲେ କବିତା । କୋର୍ଟରେ ବୟାନ ରଖିଲା ସିବିଆଇ।
୧୭-୪ ଦଶନ୍ଧି ପରେ ହାଇଦ୍ରାବାଦ ଦେଖିବ ରୋଚକ ନିର୍ବାଚନୀ ଲଢ଼େଇ । ମାଧବୀ ଲତା ବନାମ ଅସଦୁଦ୍ଦିନ ୱବୈସୀ ଟକ୍କର।
୧୮-ମଣ୍ଡି ଲୋକସଭା ଆସନ:ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ସହ କଂଗ୍ରେସର ବିକ୍ରମାଦିତ୍ୟ ସିଂଙ୍କର ହେବ ମୁକାବିଲା।
୧୯-ଇରାନ ଆକାଶ ପଥରେ ଏୟାର ଇଣ୍ଡିଆ ବିମାନ ଚଳାଚଳ ବାତିଲ।
୨୦-ଅଷ୍ଟ୍ରେଲିଆର ସିଡନୀର ଏକ ମଲରେ ଛୁରା ମାଡ଼, ୬ ମୃତ ଆଶଙ୍କା।