March 10, 2026

ବାବା ସାହେବ ଆମ୍ବେଦକର ଙ୍କ ଜୟନ୍ତୀ ପାଳିତ

IMG-20230414-WA0019
Share

*ବାବା ସାହେବ ଆମ୍ବେଦକର ଙ୍କ ଜୟନ୍ତୀ ପାଳିତ *

ଆନନ୍ଦପୁର ବିଜେପି ଦ୍ୱାରା ଶଳଣିଆ ମଣ୍ଡଳ ର ଷଡଙ୍ଗ ପଂଚାୟତ ଅନ୍ତର୍ଗତ ମତାବାଜ ହରିଜନ ସାହିରେ ଡକ୍ଟର ଭୀମରାଓ ରାମ ଜି ଆମ୍ବେଦକର ଙ୍କ ଜନ୍ମଜୟନ୍ତୀ କୁ *ସମରସତା ଦିବସ* ଭାବରେ ପାଳନ କରାଯାଇଛି। ନାଗରିକ ର ସାମାଜିକ ଦାଇତ୍ୱ, ସମାଜରେ ସମାନତା ର ଅଵଶ୍ୟକତା ସହ ଜାତିପ୍ରଥା ର ଭୟଂକାରିତା ଉପରେ ଉପସ୍ଥିତ ନେତୃମଣ୍ଡଳୀ ଆଲୋକପାତ କରିଥିଲେ। ଏ ଅବସରରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଭୀମସେନ ଜେନା,ନିରଞ୍ଜନ ଜେନା,ଅର୍ଜ୍ଜୁନ ଜେନା,ପଦ୍ମନାଭ ଜେନା, ତାପସ ବେହେରା, ଲକ୍ଷ୍ମଣ ଦାସ, କାଳନ୍ଦୀ ଜେନା, ନରହରି ଜେନା, ସନାତନ ଜେନା, ହଳଧର ନାୟକ, ଆଶୁତୋଷ ନାୟକ, ଚୈତନ୍ୟ ଜେନା , ନନ୍ଦକିଶୋର ମାଝୀ, ଶମ୍ଭୁନାଥ ମାଝୀ, କାର୍ତ୍ତିକ ଜେନା, ଶତ୍ରୁଘ୍ନ ଖଣ୍ଡେଇ ଙ୍କ ସମେତ ଅନେକ ଲୋକ ବିଜେପି ରେ ସାମିଲ ହୋଇଥିଲେ। ବିଜେପି ନେତା ଆଲୋକ ସେଠୀ, ମଣ୍ଡଳ ସଭାପତି ବଳଭଦ୍ର ବାରିକ, ଜିଲ୍ଲା ହରିଜନ ମୋର୍ଚ୍ଚା ର ଉପସଭାପତି ଦୟାନିଧି ଜେନା, ଅଧର ବେହେରା, ଦଶରଥ ବେହେରା ପ୍ରମୁଖ ନବାଗତ ଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ । ହରିଜନ ମୋର୍ଚ୍ଚା ର ମଣ୍ଡଳ ସଭାପତି କମଳ ଲୋଚନ ଜେନା ଙ୍କ ସଂଯୋଜନା ରେ ଅନୁଷ୍ଠିତଏ କାର୍ଯ୍ୟକ୍ରମ ରେ ବରିଷ୍ଠ କାର୍ଯ୍ୟକର୍ତ୍ତା କୈଳାଶ ଜେନା, ଆଲୋକ ଦାସ ଦାସ,ରମାକାନ୍ତ ସାହୁ, ଦୀନବନ୍ଧୁ ପ୍ରଧାନ, କମଳା ଜେନା,ନନ୍ଦ ଜେନା, ଭାସ୍କର ମହାଳିକ, ରମାକାନ୍ତ ପଢ଼ିଆରୀ, ଜଗନ୍ନାଥ ବାରିକ, ଜାନକୀ ଜେନା,ଅନନ୍ତ ବେହେରା, ପ୍ରଫୁଲ୍ଲ ସେନାପତି, ରାଜେଶ ସେଠି, ରତ୍ନାକର କବି,ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।