November 16, 2024
Share

*ଖବର ଆଜିର*

ତାରିଖ ୧୪/୦୪/୨୦୨୩ ଶୁକ୍ରବାର ।

 

ଆଜି ହନୁମାନ ଜୟନ୍ତୀ, ପୁଲିସ ଛାଉଣିରେ ସମ୍ବଲପୁର ।

 

ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣା: ସମ୍ବଲପୁର ବନ୍ଦ ଡାକରା, ୧୪୪ଧାରା ଲାଗୁ, ଇଣ୍ଟରନେଟ ବନ୍ଦ ।

 

ଗ୍ୟାଙ୍ଗଷ୍ଟର ଅତିକ୍‌ର ପୁଅକୁ ଏନକାଉଣ୍ଟର: ପାକିସ୍ତାନ ଆଇଏସ୍ଆଇ ଓ ଲସ୍କର ସହ ସମ୍ପୃକ୍ତ ଥିଲା ।

 

ଭାରତର ଜି୨୦ ସଭାପତିତ୍ବକୁ ଆଇଏମ୍‌ଏଫ୍‌ର ପ୍ରଶଂସା।

 

ପାକିସ୍ତାନରେ ରହିବା ଜେଲରେ ରହିବା ଭଳି: ନ୍ୟୁଜିଲ୍ୟାଣ୍ଡ କ୍ରିକେଟର ସାଇମନ୍ ଡୁଲ୍ ।

 

ହରିଶ୍ଚନ୍ଦ୍ର ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ସହାୟତାକୁ ଗ୍ରାମାଞ୍ଚଳ ପାଇଁ ୨ ହଜାରରୁ ୩ ହଜାର ଟଙ୍କା, ସହରାଞ୍ଚଳ ଓ ପୁରୀ ସ୍ୱର୍ଗଦ୍ୱାର ପାଇଁ ୩ ହଜାରରୁ ୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

 

ଇତିହାସ ରଚିଲା କୋଲକାତା ମେଟ୍ରୋ । ଦେଶର ପ୍ରଥମଥର ଅଣ୍ଡରୱାଟର ମେଟ୍ରୋ ଟ୍ରେନ ଭାବେ ନଦୀ ତଳେ ଗତି କରି ରେକର୍ଡ କଲା କୋଲକତା ମେଟ୍ରୋ । ବୁଧବାର ଏହାର ପ୍ରଥମ ପରୀକ୍ଷଣ ସଫଳତା ସହ ଶେଷ ହୋଇଛି ।

 

ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା ସଂକ୍ରମଣ: ଦିନକରେ ୩୦% ଅଧିକ ରୋଗୀ ଚିହ୍ନଟ।

 

ପିଏମ ରୋଜଗାର ମେଳାରେ ଚାକିରି ପାଇଲେ ୭୧ ଆଶାୟୀ: ନିଯୁକ୍ତିପତ୍ର ପ୍ରଦାନ କରି ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ।

 

ଦିଲ୍ଲୀରେ ପହଁଚିଲା ଗେହଲଟ-ପାଇଲଟ କଳି: କଂଗ୍ରେସ ସଭାପତି ଖଡଗେଙ୍କୁ ଭେଟିଲେ ରାଜସ୍ଥାନ ପ୍ରଭାରୀ ସୁଖଜିନ୍ଦର ସିଂ ରାନ୍ଧୱା ।

 

ମୋଦି ସରନେମ ମାନହାନି ମାମଲାରେ ସୁରଟ କୋର୍ଟଙ୍କ ଶୁଣାଣୀ: ଏପ୍ରିଲ ୨୦ରେ ଫଇସଲା ଶୁଣାଇବେ କୋର୍ଟ

 

ପଦବୀ ପାଇଁ ଲୋଭ ନାହିଁ, ଦେଶକୁ ସ୍ବାଧୀନତା ‌ଦେଇଥିବା କଂଗ୍ରେସ ପାଇଁ କାମ ଜାରି ରଖିବି: ସିଦ୍ଧୁ।

 

ଶୁଆକୁ କଥା କହିବା ଶିଖାଇ ୟୂଟୁବରେ ଆପଲୋଡ କରିବା ପଡ଼ିଲା ମହଙ୍ଗା। ବନ୍ୟ ପ୍ରାଣୀ ଆଇନ୍‌ ଉଲଂଘନ କରି ପକ୍ଷୀ ନିର୍ଯ୍ୟାତନା ଅଭିଯୋଗରେ ଜେଲ ଗଲେ ଯୁବକ। ଗିରଫ ଯୁବକଙ୍କ ପରିଚୟ କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ ଡ଼ୁମୁରିଡିହି ସାହୀର ଚିନ୍ମୟ ମହାନ୍ତ।

 

ଭୁବନେଶ୍ଵରକୁ ପୂରିଲା ୭୫ ବର୍ଷ, ରାଜଧାନୀ ପ୍ରତିଷ୍ଠା ଦିବସର ପ୍ଲାଟିନମ ଜୁବଲି ପାଳିତ ।

 

ତାତିରୁ ତ୍ରାହି ନାହିଁ: ଆଜି ଆଉ ୧ ଡିଗ୍ରି ବଢ଼ିବ ପାରଦ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।

 

IPL2023: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଜି ମାରିଲା ଗୁଜରାଟ୍ ଟାଇଟନ୍ସ, ହିରୋ ସାଜିଲେ ଶୁଭମନ ଗିଲ୍‌ ।

 

ମୁସଲିମ୍‌ ଓବିସି ସଂରକ୍ଷଣ ସମାପ୍ତ ନିଷ୍ପତ୍ତି ଉପରେ ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ, କର୍ଣ୍ଣାଟକ ସରକାରଙ୍କୁ ଜାରି କଲେ ନୋଟିସ୍‌ ।

 

ରାଜ୍ୟରେ ନିୟମିତ ହେବେ ଚୁକ୍ତି ଭିତ୍ତିକ ଶିକ୍ଷକ। ଚୁକ୍ତିଭିତ୍ତିକ ଓ ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କ ଚାକିରି ନିୟମିତ ହେବ। ୬ ମାସ ପରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିଛି ଗଣଶିକ୍ଷା ବିଭାଗ ।

 

ବେଦାନ୍ତ ମାମଲାରେ ‘ସୁପ୍ରିମ୍’ ଭର୍ତ୍ସନା ପରେ ବିରୋଧୀଙ୍କ ଟାର୍ଗେଟ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ ।

 

୫ଜି ଡାଉନ୍‌ଲୋଡ୍ ସ୍ପିଡ୍‌ରେ ଜିଓ ଶୀର୍ଷରେ, ଗ୍ରାହକଙ୍କୁ ମିଳୁଛି ହାରାହାରି ୩୧୫ ଏମ୍‌ବିପିଏସ୍ ସ୍ପିଡ୍‌: ଓପନ୍ ସିଗ୍‌ନାଲ୍‌ ।

 

ସୁପ୍ରଭାତ ,ଶୁଭ ସକାଳ ।