May 11, 2026

ହିନ୍ଦୁ ଏକତା ମଞ୍ଚର ପ୍ରଥମ ବାର୍ଷିକୋତ୍ସବ ପାଳନ : ‘ଭାଗବତ ଟୁଙ୍ଗୀ’ ପୁନରୁତ୍ଥାନ ଉପରେ ଗୁରୁତ୍ୱ

IMG-20260314-WA0004
Share

ଭୁବନେଶ୍ୱର, ୧୨ ମାର୍ଚ୍ଚ (l):

ହିନ୍ଦୁ ଏକତା ମଞ୍ଚ (HEM) ପକ୍ଷରୁ ଗୁରୁବାର ଭୁବନେଶ୍ୱରର ଜୟଦେବ ଭବନ ରେ ପ୍ରଥମ ବାର୍ଷିକୋତ୍ସବ ଉତ୍ସବମୁଖର ପରିବେଶରେ ପାଳିତ ହୋଇଛି। ଏହି ଅବସରରେ ମହିଳାଙ୍କ ଦ୍ୱାରା ଭକ୍ତିମୟ କୀର୍ତ୍ତନ ପରିବେଷଣ

 

ଦୀପ ପ୍ରଜ୍ୱଳନ, ପୁରସ୍କାର ବିତରଣ ଓ ଅତିଥିମାନଙ୍କ ପ୍ରେରଣାଦାୟକ ଉଦ୍ବୋଧନ ମାଧ୍ୟମରେ ହିନ୍ଦୁ ଏକତାର ବାର୍ତ୍ତା ପ୍ରସାର କରାଯାଇଥିଲା।

ରାଜ୍ୟର ରୁରାଲ ଡିଭେଲପମେଣ୍ଟ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଓ କୋଟପାଡ଼ା ବିଧାୟକ ରୂପୁ ଭାତ୍ରା ଓ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ଅତିଥିମାନେ ହିନ୍ଦୁ ଶାସ୍ତ୍ର, ଦର୍ଶନ ଓ ଇତିହାସର ଅଧ୍ୟୟନକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ, ଯାହା ମାଧ୍ୟମରେ ହିନ୍ଦୁ ସମାଜରେ ଗୌରବବୋଧ ଓ ସଚେତନତା ବୃଦ୍ଧି ପାଇବ। ସେଥିପାଇଁ ଓଡ଼ିଶାର ପ୍ରାଚୀନ ପରମ୍ପରା ‘ଭାଗବତ ଟୁଙ୍ଗୀ’ ପୁନରୁତ୍ଥାନ ଉପରେ ବିଶେଷ ଆଲୋଚନା ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରଫେସର ହରିହର କାନୁଙ୍ଗୋ, ତିରୁମଳାଇ ବିଶ୍ୱବିଦ୍ୟାଳୟର ଉପକୁଳପତି, ସଂସ୍କୃତି ବିଶେଷଜ୍ଞ ଡା. ପ୍ରଫୁଲ୍ଲ ରଥ, ପୂର୍ବତନ ଭୁବନେଶ୍ୱର ସାଂସଦ ପ୍ରଫେସର ଡା. ପ୍ରସନ୍ନ ପଟ୍ଟଶାଣୀ, ହିନ୍ଦୁ ଏକତା ମଞ୍ଚର ମୁଖ୍ୟ ପରାମର୍ଶଦାତା ଏବଂ ରାଷ୍ଟ୍ରୀୟ ପତ୍ରକାର ମହାସଂଘ (ନୂଆଦିଲ୍ଲୀ)ର ଜାତୀୟ ଅଧ୍ୟକ୍ଷ ଡା. ପବିତ୍ର ମୋହନ ସାମନ୍ତରାୟ, ସନ୍ୟାସିନୀ ଅରୁନ୍ଧତୀ ମାତା, ବାବା ବିଶ୍ୱନାଥ ଦାସ, ମହନ୍ତ କବୀନ୍ଦ୍ର ମହାରାଜ, ପୂର୍ବତନ ଏଆଇଆଇଏମଏସ ନିର୍ଦ୍ଦେଶକ ପ୍ରଫେସର ଡା. ଅଶୋକ ମହାପାତ୍ର, ଶିକ୍ଷାବିଦ୍ ଡା. ନିରଞ୍ଜନ ସାହୁ ଓ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ରହି ହିନ୍ଦୁ ଧର୍ମ ଓ ସଂସ୍କୃତିର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ। ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଜେନା ସଂଗଠନ ର ଲକ୍ଷ୍ୟ ଓ ଆଭିମୁଖ୍ୟସମ୍ପର୍କରେ ନିଜର ବକ୍ତବ୍ୟ ରଖି ଥିଲେ. ସମ୍ପାଦକ ଡାକ୍ତର ପ୍ରଭାତ କୁମାର ସାହୁ ସମ୍ୱାଦକୀୟ ବିବରଣୀ ପାଠ କରିଥିଲେ ସଂଗଠନ ର ଉପାଧ୍ୟକ୍ଷ ସଂଗଠନ ଟି କିଭଳି ଆଗକୁ ଯାଇପାରିବ ସେ ସମ୍ପର୍କରେ ମତ ଦେଇଥିଲେ.ଅତିଥି ମାନଙ୍କ କର କମଳରେ ଆର୍ଯ୍ୟ ଦର୍ଶନ ନାମକ ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା

ଶେଷରେ ହିନ୍ଦୁ ଏକତା ମଞ୍ଚର ଅଧ୍ୟକ୍ଷ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମ୍ପାଦକ ଡା. ପ୍ରଭାତ କୁମାର,ସାହୁ ରାଜ୍ୟ ସଂଯୋଜକ ସୁଶୀଳ ପାଳ, ଲାଇଫ ମେମ୍ବର ସୁଶୀଳ ପ୍ରଧାନ ସହିତ ଅକ୍ଷୟ କୁମାର ସାହୁ, ବ୍ରଜ କିଶୋର ଜେନା, ଜୟନ୍ତ ଦାସ, ରବିନ୍ଦ୍ର ମହାପାତ୍ର, ବାବୁଲି ଧର,ନାୟକ ଡା. ପଦ୍ମଲୋଚନ ନାୟକ, ସୁରେନ୍ଦ୍ର ମହାନ୍ତି, ସୁଜିତ ମହାନ୍ତି, ପୀତବାସ ବାରିକ, ମନୋଜ ଜେନା, ରମେଶ ଚନ୍ଦ୍ର ଦାସ, ରେଣୁବାଳା ରାଉତ, ଆଦିତ୍ୟ ପ୍ରତାପ ଧଳ ନିରଞ୍ଜନ ସାମଲ, ମନସ ସିଂହ, ମନୋଜ ପଣ୍ଡା, ସୁରେନ୍ଦ୍ର ମହାନ୍ତି ବିଦ୍ୟୁତ ଜେନା ନରେନ ଜେନା ସୁରେଶ ଚୌଧୁରୀ ତ୍ରିଲୋଚନ ପ୍ରଧାନ, ଲମ୍ବୋଦର ବେହେରା ବିଜୟ ବେହେରା ପ୍ରାଣକୃଷ୍ଣ ଜେନା ଚିନ୍ତାମଣି ମିଶ୍ର ସନ୍ତୋଷ ସାହୁ ଅଶୋକ ନାୟକ ଓ ହୃଷିକେଶ ନନ୍ଦଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସର ହିନ୍ଦୁ ଧର୍ମ, ସଂସ୍କୃତି ଓ ପାରମ୍ପରିକତାକୁ ଆଗକୁ ନେବାରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପରିଗଣିତ ହେଲା।