ଚଳିତ ମାସ ପନ୍ଦର ତାରିଖ ମୋହନା କୁ ଏନ୍ ଏ ସି ଘୋଷଣା ଦାବିରେ ବନ୍ଦ ଡାକରା ….
ଗଜପତି ଜିଲ୍ଲାର ମୋହନା ବ୍ଲକ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବ୍ଲକ ଅଟେ। ଏହା ଓଡ଼ିଶାର ଶେଷ ସୀମାକୁ ଧରି ଓଡ଼ିଶାର ରାଜଧାନୀ କୁ ସଂଯୋଗ କରିଥିବା ମୁଖ୍ୟ ରାସ୍ତା ଅଟେ। ଏହି ରାସ୍ତା ଦେଇ ଦୈନିକ ଶହ ଶହ ଯାତ୍ରୀ ବାହି ବସ ସହ ଏକାଧିକ ମାଲ ପରିବହନ ଟ୍ରକ୍ ମଧ୍ୟ ଯାତାୟାତ କରୁଛି। ଏହି ରାସ୍ତା ଦେଇ ବହୁ ମନ୍ତ୍ରୀ ,ବିଧାୟକ, ଏକାଧିକ ଜିଲ୍ଲାପାଳ ଙ୍କ ସମେତ ଓଡ଼ିଶା ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଯାତାୟାତ କରନ୍ତି। କିନ୍ତୁ ପରିତାପର ବିଷୟ ଏହି କି ମୋହନା ଠାରେ ସରକାରୀ ଏବଂ ବେସରକାରୀ ସମସ୍ତ କାର୍ଯ୍ୟାଳୟ ଏଠାରେ ଅବସ୍ଥିତ ଥିଲା ବେଳେ କାହିଁକି ରାଜ୍ୟ ସରକାର ମୋହନା କୁ ଏନ୍ ଏ ସି ମାନ୍ୟତା ଘୋଷଣା କରୁନାହାନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। କିଛି ଦିନ ପୂର୍ବେ ମୋହନା ଏନ୍ ଏ ସି କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ରାଜଧାନୀ ଯାଇ ବିଭାଗୀୟ ମନ୍ତ୍ରୀ ଙ୍କ ସମେତ ଏକାଧିକ ରାଜନେତା ଏବଂ ଅଧିକାରୀ ମାନଙ୍କ ସହ ମିଶି ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ଘୋଷଣା ହୋଇନଥିବା ଜଣାପଡିଛି। ରାଜ୍ୟ ସରକାର ନିର୍ବାଚନ ଘୋଷଣା ପୂର୍ବରୁ ଦୁଇ ଦଫାରେ ଅନେକ ଏନ୍ ଏ ସି ଏବଂ ମ୍ୟୁନିସିପାଲଟି ଘୋଷଣା କରିଛନ୍ତି କିନ୍ତୁ ଦୀର୍ଘ ବର୍ଷ ହେଲାଣି ମୋହନା ଅଞ୍ଚଳ ବାସୀ ଦାବୀ ରଖିଥିଲେ ମଧ୍ୟ ସରକାର ଘୋଷଣା କରିନାହାଁନ୍ତି ତେଣୁ ଚଳିତ ମାସ ପନ୍ଦର ତାରିଖ ଦିନ ମୋହନା ଅଞ୍ଚଳ ବାସୀ ଦଳ ମତ ନିର୍ବିଶେଷରେ ସକାଳ ଛ ଟା ଠାରୁ ଚବିଶି ଘଣ୍ଟା ଯାନବାହାନ, ବଜାର ସମେତ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବା ନିମନ୍ତେ ଡାକରା ଦେଇଥିବା ଜଣାପଡିଛି। ଏହି ବନ୍ଦ ଡାକରା ରେ ସମସ୍ତ୍ ଜନସାଧାରଣ ସହଯୋଗ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ଅନୁରୋଧ କରିଥିବା ପ୍ରକାଶ।