March 12, 2026

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କେଶରା ଗ୍ରାମର ଦାଦନ ଶ୍ରମିକ ଅଶୋକ ଗୌଡ ହାଇଦ୍ରାବାଦରୁ ନିଖୋଜ ..ଥାନାରେ ଏତଲା

IMG-20230314-WA0024
Share

 

ପାରଳାଖେମୁଣ୍ଡି:୧୪/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କେଶରା ଗାଁର ବୁଲୁ ଗୌଡଙ୍କ ବଡ଼ପୁଅ ଅଶୋକ ଗୌଡ(୧୯) ପରିବାର ପ୍ରତିପୋଷଣ ପାଇଁ କୁଲି ମହୁରି ଖଟିବାକୁ ଗତ ଜାନୁଆରୀ ୨୩ରେ ହାଇଦ୍ରାବାଦ ଯାଇଥିଲେ। ସେଠାକାର ଏଲପିନଗର ବୋର୍ଡର ଥାନା ଅଞ୍ଚଳରେ ଏକ ଘରଭଡ଼ା ନେଇ ସାଙ୍ଗସାଥି ହୋଇ ଗୃହ ନିର୍ମାଣ କାମରେ ନିୟୋଜିତ ଥିଲେ। ହଠାତ ୨/୩ ଦିନ ସେ ନ ଖାଇ ନପିଇ ଆଚ଼ରଣରେ ବିକୃତ ଭାବ ପ୍ରଦର୍ଶନ କରୁଥିବା ଦେଖି ସାଙ୍ଗସାଥିମାନେ ଅଶୋକର ବାପାଙ୍କୁ ଖବର ଦେଇଥିଲେ। ବ।ପା ବୁଲୁ ଗୌଡ ସଂପର୍କୀୟଙ୍କ ଘରୁ ୫ହଜାର ଟଙ୍କା ଧାର ଆଣି ଗ୍ରାମର ୨ଜଣଙ୍କୁ ଅଶୋକକୁ ସେଠାରୁ ନେଇ ଆସିବା ପାଇଁ ପଠାଇଥିଲେ। ସେମାନେ ୧୧ ସଂନ୍ଧ୍ୟାରେ ସେଠି ପହଞ୍ଚିବାପରେ ଜାଣିଲେ ଅଶୋକ ସେଠାରୁ କେଉଁଆଡ଼େ ଚାଲିଯାଇଛି। ସମସ୍ତେ ମିଶି ବହୁ ଖୋଜାଖୋଜି କରିବାପରେ ମଧ୍ଯ ସନ୍ଧାନ ନମିଳିବାରୁ ଘର ଲୋକଙ୍କୁ ଖବର ଦେଲେ ଓ ଏଲପିନଗର ବୋର୍ଡର ଥାନାରେ ଏତଲା ଦେଇଥିବା ଅଶୋକର ବଡବାପା ପୁଅ ଭାଇ ଧନୁ ଗୌଡ କହିଛନ୍ତି। , ୧୧/୨ରେ ଅନ୍ୟ ସାଙ୍ଗମାନେ ଖାଇ ଶୋଇପଡିବା ପରେ ଅଶୋକ ରାତି ଘଣ୍ଚେରେ ଘରୁ ଉଠି କେଉଁ ଆଡ଼େ ପଳାଇଯାଇଥିଲେ। ସେ ରାତିରେ ମୁଖ୍ୟ ସଡକରେ ଚାଲି କରି ଯାଉଥିବା ଓ କିଛି ରାସ୍ତା ଯିବାପରେ ଏକ ଗଳି ମଧ୍ୟରେ ପଶିବା ଫୋଟ ସିସିଟିଭି ଫୁଟେଜରୁ ଜଣାପଡିଛି। ସାଙ୍ଗମାନେ ସକାଳୁ ଉଠି ଅଶୋକ ଘରେ ନ ଥିବାର ଦେଖି ବହୁତ ଖୋଜାଖୋଜି କଲେ । ଖୋଜ ଖବର ନପାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ବାପାମାଆ ବ୍ୟତିବ୍ୟସ୍ତ ହୋଇ ପୁଅର ସନ୍ଧାନ ନ ପାଇବାରୁ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ତାଙ୍କ ପୁଅକୁ ଫେରାଇ ଆଣିବା ପାଇଁ।