March 10, 2026

ପରୀକ୍ଷା ରେ ପାସ୍ କରେଇ ଦେବା ର‌ ପ୍ରତିଶ୍ରୁତି ଦେଇ ଲକ୍ଷା ଧିକ ଟଙ୍କା ଲୁଟ୍,,,,

IMG-20230314-WA0005
Share

 

ବାଲେଶ୍ୱର: ପରୀକ୍ଷାରେ ପାସ କରାଇ ଦେବାର ପ୍ରତିଶୃତି ଦେଇ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଶତାଧିକ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ନେଇ ଥିବା ବାଲେଶ୍ୱର ସଦର ଥାନା ଖାନନଗର ଅଞ୍ଚଳର ପ୍ରଦୀପ ଦାସ ନାମକ ଯୁବକକୁ ଶିଳ୍ପାଞ୍ଚଳ ଥାନା ପୁଲିସ ଗିରଫ କରି ସୋମବାର ଦିନ କୋର୍ଟ ଚାଲାଣ କରିଛି। ଏ ବାବଦରେ ବାଲେଶ୍ୱର ପୁଲିସ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥଙ୍କ ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇ ଯାଇଛି।

 

ଆରକ୍ଷୀ ଅଧିକ୍ଷକ ନାଥ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ଏହି ଘଟଣା ସମ୍ବନ୍ଧରେ ସୂଚନା ଦେବା ପୂର୍ବକ କହିଥିଲେଯେ, ଅଭିଯୁକ୍ତ ପ୍ରଦୀପ କୁମାର ଦାସ ନିଜକୁ ସିଏଚଏସସିର କାଉନସିଲର ରୂପେ ପରିଚୟ ଦେଇ ବାଲେଶ୍ୱର ଓ ଭଦ୍ରକ ଜିଲ୍ଳାର ଶତାଧିକ ଛାତ୍ରଛାତ୍ରୀ ମାନଙ୍କୁ ଯୁକ୍ତ-୨ ପରୀକ୍ଷାରେ ପାଶ କରାଇ ଦେବାର ପ୍ରତିଶୃତି ଦେଇ ଲକ୍ଷାଧିକ ଟଙ୍କା ହଡପ କରି ଧରାଛୁଆଁ ଦେଉ ନଥିଲା। ଗତ ରବିବାର ସନ୍ଧ୍ୟାରେ ଅଭିଯୁକ୍ତ ପ୍ରଦୀପ ବାଲେଶ୍ୱର ସହରର ପୁଲିସ ଲାଇନ ଛକ ସମ୍ମୁଖସ୍ଥ ୟାମା ସୋ ରୁମ ଆଗରେ ଛିଡା ହେଇ ଥିବାର ଦେଖି, ଠକାମୀର ଶିକାର ହେଇଥିବା ଛାତ୍ର ମାନେ ତାକୁ ଅଟକାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଦୀପକୁ ଥାନାକୁ ନେଇ ତଦନ୍ତ କରି ଜାଣିବାକୁ ପାଇଥିଲା, ଅଭିଯୁକ୍ତ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଶତାଧିକ ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷାରେ ପାଶ କରାଇ ଦେବାର ପ୍ରତିଶୃତି ଦେଇ କାହା ପାଖରୁ ପାଞ୍ଚ ହଜାର ତ କାହା ପାଖରୁ ଦଶ ହଜାର କରି ଟଙ୍କା ହଡପ କରି ନେଇଛି।

 

ପରେ ଏହି ଠକ ଅଭିଯୁକ୍ତ ପ୍ରଦୀପ ବିରୁଦ୍ଧରେ ସୋର ଥାନା ରାଇପିତାମ୍ବର ଗ୍ରାମର ରଜତ କୁମାର ବେହେରା ନାମକ ଛାତ୍ରଙ୍କର ଏତଲା ମୂଳେ ଶିଳ୍ପାଞ୍ଚଳ ଥାନା କେଶ ନଂ-୪୫ ଏବଂ ଧାରା ୪୧୯,୪୨୦,୪୬୭ ଓ ୫୦୬ ମୂଳେ ମାମଲା ରୁଜୁ କରାଯାଇ ଗିରଫ କରାଯାଇ ଥିବାର ଏସପି ନାଥ କହିଛନ୍ତି। ଗିରଫ ବେଳେ ଅଭିଯୁକ୍ତଙ୍କ ଠାରୁ ୯ଲକ୍ଷ ଟଙ୍କାର ସୁନା ଗହଣା, ନଗଦ ୫୦ହଜାର ଟଙ୍କା, କାର ଓ ୪ଟା ମୋବାଇଲ ଫୋନ ପୁଲିସ ଜବତ କରିଥିବା ଜଣାଯାଇଛି।,,,

 

ବାଲେଶ୍ଵର ଜିଲ୍ଲାରୁ ଦେବାଶିଷ ଦାଶ୍ କ୍କ ରିପୋର୍ଟ,,,