March 7, 2026

ହୋପ ଇଜ୍ ଲାଇଫ ର ଷଷ୍ଠ ବାର୍ଷିକୋତ୍ସବ ମହାଡ଼ମ୍ବରରେ ପାଳିତ ହୋଇଯାଇଛି

IMG-20260214-WA0060
Share

 

ସାମାଜିକ ଅନୁଷ୍ଠାନ ‘ହୋପ ଇଜ୍ ଲାଇଫ ଚାରିଟେବୁଲ ଟ୍ରଷ୍ଟ’ ର ଷଷ୍ଠ ବାର୍ଷିକ ଉତ୍ସବ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବିଶ୍ଵ ଓଡ଼ିଆ ପରିବାର ଅଧ୍ୟକ୍ଷ ସଜ୍ଜନ ଶର୍ମା , ବିଶିଷ୍ଟ ଚିନ୍ତକ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ,ବରିଷ୍ଠ ସ୍ତମ୍ଭାକାର ଦେବେନ୍ଦ୍ର ପୃଷ୍ଟି , ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ ଏବଂ

ଇ-24 hospital ର ନିର୍ଦ୍ଦେଶକ ଇଂ ରାଜେଶ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ l ସେବାରେ ଆନନ୍ଦ ଥାଏ I ସେବା ସବୁବେଳେ ସମର୍ପିତ I ସମର୍ପଣ ଭାବ ନ ରହିଲେ ସେବାକୁ ପୂର୍ଣ୍ଣତା ମିଳେ ନାହିଁ I ସେବା ମନରେ ଥାଏ ଆଉ ହୃଦୟରେ ଥାଏ I ସେବା କରିବାର ଆଗ୍ରହ ଥିଲେ ବାଟ ଆପେ ଆପେ ଦେଖାଯିବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ I ଅନୁଷ୍ଠାନର ସଭାପତି ସୁରେଶ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅମରେନ୍ଦ୍ର ପାଇକରାୟ ଅତିଥି ପରିଚୟ ପ୍ରଦାନ ଏବଂ ସମ୍ପାଦକ ଗଦାଧର ସାହୁ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ I ଏହି ଅବସରରେ ପ୍ରତିଭାଧାରୀ ବ୍ୟକ୍ତି ଏବଂ ସାମାଜିକ ସଂଗଠନ ମାନଙ୍କୁ ସମ୍ମାନିତ କରାଯାଇଥିଲା I ଐତିହ୍ୟ ଗ୍ରାମ ରଘୁରାଜପୁର ର ‘ଅଭିନ୍ନ ସୁନ୍ଦର ଗୋଟିପୁଅ ନୃତ୍ୟ ପରିଷଦ’ ପକ୍ଷରୁ ଗୁରୁ ଲକ୍ଷ୍ମଣ ମହାରଣା ଙ୍କ ନିର୍ଦ୍ଦେଶନାରେ କଳାକାର ମାନେ ମଙ୍ଗଳାଚରଣ, ଗୁରୁବନ୍ଦନା ଓ ବନ୍ଧ ନୃତ୍ୟ ପରିବେଷଣ କରିଥିଲେ I କାର୍ଯ୍ୟକ୍ରମ କୁ ସାଂସ୍କୃତିକ ସଂଗଠକ ଶ୍ୟାମ ପ୍ରକାଶ ସେନାପତି ସଞ୍ଚାଳନ କରିଥିଲେ I ଟ୍ରଷ୍ଟ ପକ୍ଷରୁ ପରିଚାଳିତ ବୃଦ୍ଧାଶ୍ରମ ର ଅନ୍ତେବାସୀ ଙ୍କୁ ନେଇ ପିତୃ ମାତୃ ପୂଜନ ସଦସ୍ୟ ସଦସ୍ୟା ଙ୍କ ଦ୍ଵାରା କରାଯାଇଥିଲା I ସାମାଜିକ ସଂଗଠନ, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ I

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed