ସାରଳା ଙ୍କ ନିତ୍ୟସେବକ ରାମଚନ୍ଦ୍ର ରାଉଳ ଙ୍କ ପ୍ରଥମବାର୍ଷିକ ଶ୍ରାଦ୍ଧଉତ୍ସବ …
ତିର୍ତ୍ତୋଲ ତା 14/2/2026 ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ଗ୍ରାମର, ବାୟାବାବା ଙ୍କ ମନ୍ଦିର ସମ୍ମୁଖରେ ଗତ ଶନିବାରଦିନ, ମାଆଙ୍କ ନିତ୍ୟସେବକ ତଥା ବାୟାବାବା ଙ୍କ ପୂଜକ ରାମଚନ୍ଦ୍ର ରାଉଳ ଙ୍କ ପ୍ରଥମବାର୍ଷିକ ଶ୍ରାଦ୍ଧଉତ୍ସବ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ପୂର୍ଵଦିନ ଠାରୁ ମହାମନ୍ତ୍ର ନାମଯଜ୍ଞ ଓ ପରଦିନ ମହୋତ୍ସବ, ସମ୍ପୂର୍ଣ୍ଣ ଗୀତା ପାଠ ଓ ଗୀତାଯଜ୍ଞ ସହିତ ଗୁରୁପୂଜନ କାର୍ଯ୍ୟକ୍ରମ ରେ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା l ଏଥିରେ ଝଙ୍କଡ଼ ସାରଦା ବେଦପୀଠମ ର ବେଦାଚାର୍ଯ୍ୟ ପଣ୍ଡିତ ସୁଦର୍ଶନ ପଣ୍ଡା ଙ୍କ ସମେତ ଆଶୀର୍ବାଦ ପଣ୍ଡା, ଜଗନ୍ନାଥ ଦାସ, ଚନ୍ଦ୍ରକାନ୍ତ ପତି, ସତ୍ୟବ୍ରତ ପତି, ପ୍ରଭୁପାଦ ସାମନ୍ତରାୟ, ରୁଦ୍ରନାରାୟଣ ଦାଶ, subhankଶୁଭଙ୍କର ପାଣି, ଓମପ୍ରକାଶ ଆଚାର୍ଯ୍ୟ, ରୁଦ୍ରନାରାୟଣ ପଣ୍ଡା ଓ ସ୍ୱାଧୀନ ପଣ୍ଡା ପ୍ରମ୍ମୁଖ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ସମବେତ ବେଦଧ୍ଵନି ଶ୍ରାଦ୍ଧଉତ୍ସବ କୁ ମହତ୍ତ୍ୱପୂର୍ଣ୍ଣ କରିଥିଲା l ବିଶ୍ୱରଞ୍ଜନ ରାଉଳ ଓ ଦୀପ୍ତିରଞ୍ଜନ ରାଉଳ ନିମନ୍ତ୍ରିତ ଅତିଥି ଓ ସାଧୁ ସନ୍ଥ ମହାତ୍ମା ମାନଙ୍କୁ ସ୍ୱାଗତ କରିଥିବାବେଳେ,କୁନିପ୍ରବଚକ କେଶବ ଦ୍ୱିତୀକୃଷ୍ଣ ମୋକ୍ଷଯୋଗ ଉପରେ ଆଲୋକପାତ କରିଥିଲେ l ତେବେ ଏହିସମସ୍ତ କାର୍ଯ୍ୟକ୍ରମ କୁ ମା ଶ୍ୱେତ କୁମାରୀ ରାଉଳ, ତ୍ରିଲୋଚନ ରାଉଳ, ସ୍ମୃତିରଞ୍ଜନ, ସୌମ୍ୟରଞ୍ଜନ, ଆଦିତ୍ୟ ରଞ୍ଜନ, ସ୍ବର୍ଣ୍ଣପ୍ରଭା, ଇତିଶ୍ରୀ, ହରେକୃଷ୍ଣ ରାଉଳ, ସତ୍ୟାନନ୍ଦ ନାୟକ, ଚନ୍ଦନ ରାଉଳ ଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ l ଏହି ଅବସରରେ କେତେକ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
