March 10, 2026

ଉମରକୋଟ ବ୍ଲକ ଅନ୍ତର୍ଗତ ବକୋଦା ପଞ୍ଚାୟତ ରେ କଲମ ବଦଳରେ ଛାତ୍ରଛାତ୍ରୀ ଙ୍କ ହାତରେ କଦାଳ…….

IMG-20260214-WA0032
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଓଡିଶା ସରକାର ଙ୍କ ଶିକ୍ଷା ନୀତି ଅନୁସାରେ କୌଣସି ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନେ ପାଠ ପଢିବା ସହ ଖେଳ କୁଦ କରିବା ଛଡା ଅନ୍ୟ କୌଣସି କାର୍ଯ୍ୟ କରିପାରିବେ ନାହିଁ। ହାତରେ ବହି କଲମ ଧରିବା ବଦଳରେ ଛାତ୍ରଛାତ୍ରୀ ଧରୁଛନ୍ତି କୋଦାଳ,ପାଣିଭରା ବାଲ୍ଟି। ପିଲାମାନେ ପାଠ ପଢି ଜଣେ ଭଲ ମଣିଷ ହେଵା ପାଇଁ ବାପା ମା ପିଲାଙ୍କୁ ସ୍କୁଲ କୁ ପଠାଇଥାନ୍ତି। କିନ୍ତୁ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବକୋଦା ପଂଚାୟତ ଅଧୀନରେ ଥିବା ଗୋଟିଗୁଡା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ କେଶବ ଚନ୍ଦ୍ର ମହାରାଜ ଛାତ୍ର ଛାତ୍ରୀ ଙ୍କ ହାତରେ ବହି କଲମ ବଦଳରେ କୋଦାଳ,ପାଣିଭରା ବାଲ୍ଟି ହାତରେ ଦେଇ ଗଛରେ ପାଣିଦେବା ଓ ମାଟି ଖୋଳିବା ଭଳି କାର୍ଯ୍ୟ କରାଉଥିବା ଦେଖିବାକୁ ମିଳିଛି। ଏଭଳି କାର୍ଯ୍ୟ କୁ ଦେଖି ବୁଦ୍ଧିଜୀବୀ ଘୋର ନିନ୍ଦା କରୁଥିବା ଦେଖିବାକୁ ମିଳିଛି। ଏ ବିଷୟରେ ପ୍ରତିକ୍ରିୟା ନେବାକୁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଈଶ୍ୱର ମାଝୀ ଙ୍କୁ ଯୋଗାଯୋଗ କରିବାରୁ ସେ ମିଟିଙ୍ଗ ରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି।ଅଧିକାରୀ ମିଟିଙ୍ଗ ରେ ବ୍ୟସ୍ତ। ଶିକ୍ଷକ ଏଣେ ଛାତ୍ର ଛାତ୍ରୀଙ୍କୁ କାମରେ ଲଗାଇ ଫୋନ ଯୋଗେ ଗପ ମାରିବାରେ ବ୍ୟସ୍ତ। ସେପଟେ ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ ଅନ୍ଧାର ରେ। ଏଭଳି ଶିକ୍ଷକ ଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଲା।