March 10, 2026

କର୍କଟ ରୋଗୀ ଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ର ଖର୍ଚ୍ଚ କରିବେ ବିଧାୟକ

IMG-20260214-WA0031
Share

କାଶୀନଗର – ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ଗ୍ରାମପଞ୍ଚାୟତର କାଶୀନଗର ବ୍ଲକର ସୀତାପୁର ଗ୍ରାମରେ ରହୁଥିବା G. କୃଷ୍ଣଙ୍କର ଦୁଇଟି ସନ୍ତାନ ରହିଛି। ତାଙ୍କର ପରିବାର ବହୁତ ବଡ଼ କିନ୍ତୁ ଛୋଟିଆ ଫଳ ଦୋକାନ ଟି ରହିଛି, ସେଇଥିରେ ତାଙ୍କ ପରିବାର ପଷଣ ହେଉଛି। ତାଙ୍କୁ କର୍କଟ ରୋଗ ହୋଇଛି। ପୂର୍ବ ସରକାର ଦେଇଥିବାBSKY କାର୍ଡରେ ତାଙ୍କୁ ଦୁଇ ମାସ ଧରି ଚିକିତ୍ସା କରାଯାଇଥିଲା। ତାଙ୍କ ପରେ ଆସିଥିବା ବିଜେପି ସରକାର ସେହି କାର୍ଡକୁ ରଦ୍ଦ କରିଦେଇଥିଲା। ଦୁଇ ବର୍ଷ ବିତିଗଲାଣି। ଏପର୍ଯ୍ୟନ୍ତ ତାଙ୍କୁ ନୂତନ କାର୍ଡ ଦିଆଯାଇନାହିଁ। ତାଙ୍କ ପକ୍ଷରୁ ସୀତାପୁର ସରପଞ୍ଚ କେ ତେଜେଶ୍ୱର୍ ରାଓ ଅନେକ ଥର କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ସରକାରଙ୍କ ପକ୍ଷରୁ ଏପରି କୌଣସି ସାହାଯ୍ୟ ମିଳିନାହିଁ। କିଛିଦିନ ପୂର୍ବେ ସ୍ୱାସ୍ଥ୍ୟମନ୍ତ୍ରୀ ଆମ ଗଜପତି ଜିଲ୍ଲାକୁ ଆସିଥିଲେ। ପରିବାର ଏହା ଜାଣିବା ପରେ କର୍ତ୍ତୃପକ୍ଷ ତାଙ୍କୁ ସେମାନଙ୍କୁ ଭେଟିବାକୁ ମଧ୍ୟ ବାରଣ କରିଥିଲେ। କାରଣ ଆମ ଜିଲ୍ଲାର ଅନେକ ଗରିବ ପରିବାର ରହିଛି ଯେଉଁମାନଙ୍କରଆୟୁଷ୍ମାନ ଭାରତ କାର୍ଡ ନାହିଁ, ସେମାନେ ଚିକିତ୍ସା ଆବଶ୍ୟକତା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କର୍କଟ ରୋଗୀ ଙ୍କ ଅସୁବିଧା ନେଇ ଏକ ଚ୍ୟାନେଲ ରେ ଦେଖି ବିଧାୟକ ରୁପେଶ ପାଣିଗ୍ରାହୀ ତାଙ୍କ ବାସ ଭବନ କୁ ଯାଇ ଦେଖିଥିଲେ , ତାଙ୍କୁ କିଛି ଆର୍ଥିକ ସାହାଯ୍ୟ ଦେବା ସହ ତାଙ୍କର ସମସ୍ତ ଚିକିତ୍ସ ମାଗଣା ରେ ହାଇଟେକ୍ ମେଡିକାଲ୍ କଲେଜ ରେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ତାଙ୍କ ପରିବାର ବର୍ଗକୁ