ପୁରୀ ଏସ ସି ଏସ କଲେଜ ଓଡ଼ିଆ ବିଭାଗର ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ..
ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ର ସ୍ନାତ୍ତୋକତର ଓଡ଼ିଆ ବିଭାଗଦ୍ୱାରା ଦ୍ବିଦିବସୀୟ ଅନ୍ତର୍ଜାତୀୟ ସମ୍ମିଳନୀ ମହାବିଦ୍ୟାଳୟ ର ଅଧକ୍ଷ ଚିତ୍ତରଞ୍ଜନ ଦ୍ବିବେଦୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ” ଏକବିଂଶ ଶତାବ୍ଦୀ ପରିବେଶ, ସଭ୍ୟତା ଓ ସାହିତ୍ୟ ‘ ବିଷୟ ଉପରେ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ର ଗବେଷକ ଓ ଅଧ୍ୟାପକ ଅଧ୍ୟାପିକା ଚାଳିଶିରୁ ଉର୍ଦ୍ଧ ପ୍ରବନ୍ଧ ପାଠ କରିବା ସହିତ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ଏହି ସମ୍ମିଳନୀ ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଯୋଗଦେଇ ଏକବିଂଶ ଶତାବ୍ଦୀ ର ବିଭିନ୍ନ ଅର୍ଥନୈତିକ ଓ ସାମାଜିକ ସମସ୍ୟା ବିଷୟରେ ଆଲୋଚନା କରି ସାହିତ୍ୟ ସର୍ଜନାରେ ଏସବୁକୁ ଚିତ୍ରଣ କରିବାକୁ ଅତିଥିମାନେ ନିଜନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l ଅନ୍ତର୍ଜାତୀୟ ଅତିଥିଭାବେ ଜାପାନ ର ବିଶିଷ୍ଟ ସମାଜସେବୀ ନାଚୋସ ମିୟାହର ଓ ଏରିକୋ ତୋସୀମା ଯୋଗଦାନ କରି ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଜାପାନର ପରିବେଶ, ବିକାଶ ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l ସମ୍ମାନିତ ଅତିଥିଭାବେ ସମାଜସେବୀ ତଥା ଭାରତ ଜାପାନ ମୈତ୍ରୀ ସଙ୍ଘର ସଭାପତି ଶ୍ରୀମନ୍ତ କୁମାର ଦାସ ଯୋଗଦାନ କରି ଭାରତ ଓ ଜାପାନର ସଭ୍ୟତା ପରିବେଶ ସମ୍ପର୍କରେ ତୁଳନାତ୍ମକ ଆଲୋଚନା କରିଥିଲେ l ଓଡ଼ିଆ ବିଭାଗର ମୁଖ୍ୟ ଡ଼କ୍ଟର ଦିଲ୍ଲୀପ କୁମାର ସ୍ୱାଇଁ ଭିତ୍ତି ପ୍ରବନ୍ଧ ପାଠକରି ଜଗତିକରଣ ଓ ଡିଜିଟାଲ ଧୃବିକରଣ କିପରି ଆମର ସଭ୍ୟତା ଓ ସାହିତ୍ୟକୁ ପ୍ରଭାବିତ କରିଛି ନିଜର ଅଭିଭାଷଣ ରେ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ଟି ଓଡ଼ିଆ ବିଭାଗର ପ୍ରାକ୍ତନ ବିଦ୍ୟାର୍ଥୀ ମାନଙ୍କ ସଂଗଠନ ” ଓଡ୍ରଜା ‘ ଓ ଓଡ଼ିଆ ବିଭାଗ ଦ୍ୱାରା ମିଳିତ ଭାବରେ ଆୟୋଜିତ ହୋଇଥିଲା l ପାଠଚକ୍ର ସଂଯୋଜକ ଡ଼କ୍ଟର ପ୍ରଭାତ କୁମାର ସାହୁ ପାଠଚକ୍ରର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l ଡ଼କ୍ଟର ଶଙ୍କର୍ଷଣ ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଡ଼କ୍ଟର ହେନେରିଟା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଅଧ୍ୟାପକ ଗିରିଜା ଶଙ୍କର ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ସମ୍ମିଳନୀ ରେ ଜାପାନୀ ବ୍ୟାଣ୍ଡ ପରିବେଷଣ ସହିତ ସାଂସ୍କୃତିକ ସନ୍ଧ୍ୟାରେ ନାଟକ ସହିତ କବିତା ଆସର ଆୟୋଜନ କରାଯାଇଥିଲା l କବି ଦିଲ୍ଲୀପ କୁମାର ସ୍ୱାଇଁ ଙ୍କ ” ଧାନଫୁଲ କାନଫୁଲ ” ର ନାଟ୍ୟଭିନୟ ସହିତ ଫକୀରମୋହନ ସେନାପତିଙ୍କ ” ପେଣ୍ଟେଡ ମେଡ଼ିସିନ ‘ ର ନାଟ୍ୟରୂପ ଅନୁଷ୍ଠିତ ହୋଇଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
