କଂଗ୍ରେସ କାଉଁସିଲର ନିହାର ରଞ୍ଜନ କୋଣାର୍କ ବିଜ୍ଞାପିତ ଅଂଚଳରେ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ
ପୁରୀଜିଲ୍ଲା କୋଣାର୍କ ବିଜ୍ଞାପିତ ଅଂଚଳର ପାଞ୍ଚନମ୍ବର ୱାର୍ଡର କଂଗ୍ରେସ କାଉଁସିଲର ନିହାର ରଞ୍ଜନ ବେଉରା କୋଣାର୍କ ର ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ସେହି ଦାବିଗୁଡିକ ଗଣମାଧ୍ୟମ କୁ ପ୍ରଦାନ କରିଛନ୍ତି l ଦାବିଗୁଡିକ ହେଲା, ବିନା ନିୟମିତ ନିୟମିତ ଟେଣ୍ଡର ପ୍ରକ୍ରିୟାରେ ଅବୌଧ ଭାବେ Wel come ଗେଟ ନିର୍ମାଣ, ନିମ୍ନମାନର CCTV କ୍ୟାମେରା ସଂସ୍ଥାପନ ଓ ସରକାରୀ ଧନର ଦୁରୁପଯୋଗ, ଇ ଟେଣ୍ଡର ନୀତିକୁ ଅନୁସରଣ ନକରି ଟେଣ୍ଡର ପ୍ରକ୍ରିୟା ରେ ହେରଫେର, ଗୋଟିଆ ଠିକାଦାର କୁ ଏକାଧିକ କାମଦେଇ ନିୟମ ଉଲଂଘନ, GEM portal ବ୍ୟବହାର ନକରି ଅବୌଧ ଭାବେ ସାମଗ୍ରୀ କ୍ରୟ, ସାନିଟେସନ କାର୍ଯ୍ୟରେ ଗୁରୁତ୍ୱର ଭାବେ ଆର୍ଥିକ ହେରାଫେରୀ, ୧୭ଜଣ କର୍ମଚାରୀ ବଦଳରେ ୧୦ ଜଣ କର୍ମଚାରୀ ଲଗାଇ ପୁରା ବିଲ ଉଠାଇବା, Eco- Retreat ପ୍ରକଳ୍ପ ବିନା ଟେଣ୍ଡର ରେ କଣ୍ଟ୍ରାକ୍ଟର କୁ କାମଦେବା, NAC ରେ କିଛି କର୍ମଚାରୀଙ୍କୁ ଅବୌଧ ଭାବେ ଗୋଟିଏ ଜାଗାରେ ଦୀର୍ଘଦିନ ଧରି ନିଯୁକ୍ତି ରଖିବା, ସାନିଟେସନ ବିଭାଗରେ ଯନ୍ତ୍ରାଂଶ ଅଭାଦ କ୍ରୟର ଘୋର ଦୁର୍ନୀତି, ବିଶେଷ ଭାବେ ବର୍ତ୍ତମାନ ସାନିଟେସନ ଠିକାଦାର M/S Universal Security Service ବିରୁଦ୍ଧରେ କୋଣାର୍କ NAC ର ଅନେକ କାଉଁସିଲର ଜିଲ୍ଲାପାଳ, PD-DUDA ଏବଂ ଭିଜିଲାନ୍ସ ଡିପାର୍ଟମେଣ୍ଟ ଆଗରେ ପୂର୍ବରୁ ଅଭିଯୋଗ ଦାଖଲ କରିଛନ୍ତି l ତଥାପି ପୁନର୍ବାର ସେହି ଠିକାଦାର କୁ ବିନା ଟେଣ୍ଡର ରେ ନୂତନ କାମଦେବା ଓ ଠିକା ନବୀକରଣ ପାଇଁ ପ୍ରୟାସ କରିବା ଯାହା ସମ୍ପୂର୍ଣ୍ଣ ସରକାରୀ ବିରୋଧୀ ସହିତ ଚନ୍ଦ୍ରଭାଗା କୁ କେବଳ ମାଘସପ୍ତମୀରେ ମନେ ନପକାଇ ସ୍ଥାନୀୟ ବାସିନ୍ଦାଙ୍କ ଶୌଚାଳୟ ନକରି ନିତିଦିନିଆ ତୀର୍ଥ ପୁଷ୍କରିଣୀ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ଜଣାଇଛନ୍ତି କୋଣାର୍କ ବିଜ୍ଞାପିତ ଅଞ୍ଚଳର ପାଞ୍ଚ ନମ୍ବର କାଉଁସିଲର ନିହାର ରଞ୍ଜନ ବେଉରା l ପନ୍ଦର ଦିନ ଭିତରେ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଲେ ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ଥ ହେବେ ନିହାର ରଞ୍ଜନ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
