May 12, 2025

ପୁଲୱାମା ଶହୀଦ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା :ଓୟୁଜେ 

Share

 

 

ବାଲେଶ୍ଵର: ଓଡ଼ିଶା ସାମ୍ବାଦିକ ୟୁନିଅନ ବାଲେଶ୍ଵର ଜିଲ୍ଲା ଶାଖା ପକ୍ଷରୁ ପୁଲୱାମା ସ୍ମୃତି ଦିବସ ଶହୀଦ ପାର୍କ ରେ ପାଳିତ ହୋଇଯାଇଛି। ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ଶହୀଦ ହୋଇଥିବା ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଯାଇଥିଲା ।କାଉନସିଲର ଶେଖ୍ ଆୟୁବ ଅତିଥି ଭାବେ ଯୋଗଦେଇ ୨୦୧୯ ମସିହା ରେ ଜାମ୍ମୁ କାଶ୍ମୀର ର ପୁଲୱାମା ଜିଲ୍ଲାରେ ଜାମ୍ମୁ ଶ୍ରୀନଗର ରାଜପଥରେ ଆତଙ୍କବାଦୀଙ୍କ ବିସ୍ପୋରକ ସାମଗ୍ରୀ ଭର୍ତ୍ତି ଗାଡ଼ି ଧକ୍କାରେ ସି ଆର ପି ଏଫ୍ ଯବାନ ଙ୍କୁ ନେଇ ଯାଉଥିବା ଗାଡ଼ି ଧ୍ଵଂସ ବିଧ୍ୱସ୍ତ ହୋଇଯାଇଥିବାର ସ୍ମୃତି ଚାରଣ କରିଥିଲେ। ଏହି ବିସ୍ଫୋରଣ ରେ ଗାଡ଼ିରେ ଥିବା ୪୦ ଜଣ ଯବାନଙ୍କ ଅକାଳ ମୃତ୍ୟୁ ଘଟିଥିଲା। ଏଥିନେଇ ସମଗ୍ର ଦେଶରେ ନିମିଷକ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା। ଏହି ବୀର ଯବାନ ଙ୍କ ସ୍ମୃତି ଆଜି ବି ସମସ୍ତ ଭାରତୀୟ ଙ୍କ ମନରେ ସତେଜ ହୋଇ ରହିଛି ବୋଲି ଶ୍ରୀ ଆୟୁବ କହିଥିଲେ ।ଦେଶ ପ୍ରେମ ଜାଗ୍ରତ କରିବା , ବାହ୍ୟ ଶତ୍ରୁକୁ ପ୍ରତିହତ କରିବା ପାଇଁ ଜନ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ସାମ୍ବାଦିକ ୟୁନିଅନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ସେ ପ୍ରଶଂସା କରିଥିଲେ। ୟୁନିଅନ ର ସଭାପତି ଗଙ୍ଗାଧର ରାଉତଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ ଏହି ସ୍ମୃତି ଦିବସ ପାଳନରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ରାମନାରାୟଣ ଶତପଥୀ, ବରିଷ୍ଠ ସଦସ୍ୟ ଅଜିତ କୁମାର ମହାନ୍ତି, ସୁରେଶ ଚନ୍ଦ୍ର ଦାସ,ଲକ୍ଷ୍ମୀଧର ଗାଣ ,ତୃପ୍ତିକାନ୍ତ ପାଢ଼ୀ, ହିମାଂଶୁ ଦାସ,ହାଇଦର ଖାନ, ଶେଖ୍ ନଜିମ୍,ସୋମନାଥ ସାହୁ,ଚିତ୍ତ ରଂଜନ ନାୟକ, ଅଜିମ ବାଲେଶ୍ଵରୀ,ମହେଶ୍ୱର ପ୍ରଧାନ,କହ୍ନେଇ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।