May 10, 2026

ଏବିଭିପି ତରଫରୁ ଯବାନମାନଙ୍କ ଉଦ୍ଦେଶ୍ଯରେ ଶ୍ରଦ୍ଧାଞ୍ଜଳି ସଭା ଏବଂ କଳା ଦିବସ

IMG-20250214-WA0056
Share

 

 

ବାଲେଶ୍ଵର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ଶାଖା ତରଫରୁ ପୁଲୱାମାରେ ପ୍ରାଣବଳି ଦେଇଥିବା ଯବାନମାନଙ୍କ ଉଦ୍ଦେଶ୍ଯରେ ଶ୍ରଦ୍ଧାଞ୍ଜଳି ସଭା ତଥା କଳା ଦିବସ ପାଳନ କରାଯାଇଅଛି। ୨୦୧୯ରେ ପୁଲୱାମାରେ ଘଟିଥିବା ଆତଙ୍କୀ ହମଲାରେ ୪୦ଜଣ ଯବାନ ପ୍ରାଣତ୍ୟାଗ କରିଥିଲେ। ଏଥି ଯୋଗୁ ପ୍ରତ୍ୟେକ ବର୍ଷ ଫକୀରମୋହନ ମହାବିଦ୍ୟାଳୟରେ ଏବିଭିପି ତରଫରୁ ଯବାନମାନଙ୍କ ସ୍ମୃତିଚାରଣ କରି କଳା ଦିବସ ପାଳନ କରାଯାଇଥାଏ। ଏହି କଳା ଦିବସ ଅବସରରେ ଉପସ୍ଥିତ ଅତିଥି ଏବଂ ଛାତ୍ରଛାତ୍ରୀମାନେ ଦୀପ ଜଳାଇ ଓ ପୁଷ୍ପମାଲ୍ଯ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଛାତ୍ରଛାତ୍ରୀମାନଙ୍କ ତରଫରୁ ଭାରତୀୟ ସେନା ଆଧାରିତ ଏକ ନାଟକ ପ୍ରଦର୍ଶିତ ହେବା ସହ ଦେଶାତ୍ମବୋଧକ କବିତା ଏବଂ ଗୀତ ଗାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ନଗର ସଂଘ ଚାଳକ ଗୋପାଳ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବରେ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ, ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟାପକ ଲକ୍ଷ୍ମୀନାରାୟଣ ନାୟକ, ଏବିଭିପି ଓଡିଶାର ରାଜ୍ଯ ସହ ସମ୍ପାଦକ ଶୁଭ୍ର ସମ୍ବିତ ନାୟକ, ଖେଲୋ ଭାରତ ସଂଯୋଜିକା ଜ୍ୟୋତିରେଖା ଭୁୟାଁ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ଯରେ ପ୍ରାନ୍ତ ସାମାଜିକ ଗଣମାଧ୍ୟମ ସହସଂଯୋଜକ ବିପ୍ଳବ ବସନ୍ତିଆ, ବିଭାଗ ସାମାଜିକ ଗଣମାଧ୍ୟମ ସଂଯୋଜକ ଭବେଶ ତରାଇ, ନଗର ସମ୍ପାଦକ ଜୀତମ ଦାସ, ସତ୍ଯମ ଦାସ, ସନ୍ତୋଷ ସେଠୀ, ରାଜକମଲ ବାରିକ, ହୃଦାନନ୍ଦ ନାୟକ, ରଶ୍ମିରଞ୍ଜନ ସାହୁ, ପ୍ରକାଶ ପଣ୍ଡା, କଶିଶ ଦାସ, ଦିବ୍ଯ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।