ରାଜସ୍ବ ମନ୍ତ୍ରୀଙ୍କ ବାଲେଶ୍ବର ଗସ୍ତ

ବାଲେଶ୍ୱର: ଗୁରୁବାର ସନ୍ଧ୍ୟାରେ ବାଲେଶ୍ଵର ଗସ୍ତରେ ଆସି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ରାଜସ୍ବ ବିଭାଗର କାର୍ଯ୍ୟକୁ ତ୍ଵରାନିତ ନିମନ୍ତେ ପରାମର୍ଶ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଜିଲ୍ଲାର ସିମୁଳିଆରେ ୪ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଉଦ୍ଘାଟନ ହୋଇଛି। ଜିଲ୍ଲାର ରାଜସ୍ବ ସମସ୍ୟା, ଭୂମିହୀନଙ୍କୁ ପଟ୍ଟା ପ୍ରଦାନ ସମୀକ୍ଷା, ଜଙ୍ଗଲ ଜମି ପଟ୍ଟା ସମୀକ୍ଷା ହେବ । ଜିଲ୍ଲାର ବିସ୍ତୀର୍ଣ୍ଣ ବେଳାଭୂମି ପାର୍ଶ୍ବ ଜବରଦଖଲକାରୀଙ୍କୁ ଚିହ୍ନଟ, ନିର୍ମାଣ ଜାରି ରହିଥିବା ଅନ୍ୟ ରାଜସ୍ବ ନିରୀକ୍ଷକ ଗୃହ ତୁରନ୍ତ ନିର୍ମାଣ ସମ୍ପୂର୍ଣ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି | ଜିଲ୍ଲାରେ ଦେଖାଯାଉଥିବା ବାରମ୍ବାର ବନ୍ୟାର ଯଥା ସମ୍ଭବ ସ୍ଥାୟୀ ପ୍ରତିକାର ଉପରେ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପରେ ମନ୍ତ୍ରୀ ଶ୍ରୀ ପୂଜାରୀ ରେମୁଣାରେ ଅନୁଷ୍ଠିତ ଗ୍ରାମୀଣ ମେଳାରେ ଯୋଗଦେବା ପାଇଁ ଗସ୍ତ କରିଥିଲେ ମନ୍ତ୍ରୀଙ୍କ ସହ ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଦାସ, ଜିଲ୍ଲା ବିଜେପି ସଭାପତି ଈଶ୍ଵର ଚନ୍ଦ୍ର ବେହେରା ସମେତ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।